ଦୁନିଆରେ ଟେକ୍ନୋଲୋଜି ବହୁତ ବିକାଶ କଲାଣି | ବର୍ତ୍ତମାନ ଲୋକମାନେ କେବଳ ଆଜିର ସମୟର ନୁହେଁ ବରଂ ଇତିହାସର ଅନେକ ଜିନିଷ ବିଷୟରେ ମଧ୍ୟ ଅନୁସନ୍ଧାନ କରି ଜାଣିପାରିବେ | ଏହି ଟେକ୍ନୋଲୋଜି କାରଣରୁ ଆଜିରୁ ୧୪ ଶହ ବର୍ଷ ପୂର୍ବରୁ ଆମେରିକାର ଟେକ୍ସାସରୁ ମିଳିଥିବା ଏକ କଙ୍କାଳର ମୃତ୍ୟୁ ପଛରେ ଥିବା କାରଣ ବୈଜ୍ଞାନିକମାନେ ଖୋଜି ବାହାର କରିଛନ୍ତି | ଏହି ବ୍ୟକ୍ତି ଜଣଙ୍କର କଙ୍କାଳ ଖୋଲିବା ସମୟରେ ପୁରାତତ୍ତ୍ୱ ବିଭାଗର ହାତରେ ପଡିଥିଲା | ଏହାପରେ ହିଁ ଏହି ମମ୍ମିର ଯାଞ୍ଚ କରାଯାଇଥିଲା | ବର୍ତ୍ତମାନ ଖୋଜି ନିଆଯାଇଛି ଯେ ଏହି ବ୍ୟକ୍ତି ଜଣଙ୍କର ମୃତ୍ୟୁ କେଉଁ କାରଣରୁ ହୋଇଥିଲା |
ମମ୍ମିର ବୟସ ୧୪ ଶହ ବର୍ଷ ବୋଲି ଜଣାପଡିଛି | ଗବେଷଣାରେ ସାମ୍ନାକୁ ଆସିଛି ଯେ ନିଜର ଶେଷ ସମୟରେ ସେ କେବଳ ଝିଣ୍ଟିକା ହିଁ ଖାଇଥିଲେ | କୀଟ ଖାଇବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା |
ଯାଞ୍ଚ ଟିମରେ ଶାମିଲ ବୋଫିନ୍ସ ନାମକ ଜଣେ ଅନୁସନ୍ଧାନକାରୀ କହିଛନ୍ତି ଯେ ଏହି ମମ୍ମିର ମୃତ୍ୟୁ ହଜାର ହଜାର ବର୍ଷ ପୂର୍ବରୁ ହୋଇଯାଇଥିଲା | କିନ୍ତୁ ମୃତ୍ୟୁର ପ୍ରକୃତ କାରଣ କୋଷ୍ଠକାଠିନ୍ୟ ଥିଲା |
ଯେତେବେଳେ ଟିମ ତାଙ୍କ ଅନ୍ତନାଡ ଗୁଡିକର ଯାଞ୍ଚ କରିଥିଲେ ସେତେବେଳେ ତାଙ୍କୁ କେବଳ ଝିଣ୍ଟିକା ହିଁ ମିଳିଥିଲା | ଅର୍ଥାତ ଶେଷ ସମୟରେ ସେ ଅନେକ ମାସ ପର୍ଯ୍ୟନ୍ତ କେବଳ ଝିଣ୍ଟିକା ହିଁ ଖାଇଥିଲେ |
ଝିଣ୍ଟିକା ଖାଇବା କାରଣରୁ ତାଙ୍କୁ ଚାଗସ ନାମକ ଏକ ରୋଗ ହୋଇଯାଇଥିଲା, ଯେଉଁ କାରଣରୁ ତାଙ୍କର ହଜମକ୍ରିୟା ସମ୍ପୂର୍ଣ୍ଣ ଭାବରେ ବ୍ଲକ ହୋଇଯାଇଥିଲା | ଶେଷରେ ଅନେକ ଦିନ ପର୍ଯ୍ୟନ୍ତ ମଳତ୍ୟାଗ ନକରି ପାରିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା |
ଗବେଷଣାରେ ଆଉଏକ କଥା ସାମ୍ନାକୁ ଆସିଛି ଯେ ମୃତ୍ୟୁ ସମୟରେ ବ୍ୟକ୍ତି ଜଣକ ନିଜ ସ୍ଥାନରୁ ହଲିପାରୁ ନଥିଲେ | ସେ ବହୁତ ଦୁର୍ବଳ ଥିଲା ଏବଂ ମରିବାର ଦୁଇ ତିନି ମାସ ପର୍ଯ୍ୟନ୍ତ ତାଙ୍କୁ କେବଳ ଝିଣ୍ଟିକା ଖାଇବାକୁ ଦିଆଯାଉଥିଲା କାରଣ ଏଥିରେ ବହୁତ ପ୍ରୋଟିନ ରହିଥାଏ |
ଏହି ମମ୍ମିକୁ ୧୯୩୭ ମସିହାରେ ଖୋଜି ବାହାର କରାଯାଇଥିଲା | ଏହାପରେ ୧୯୬୮ ମସିହା ପର୍ଯ୍ୟନ୍ତ ଏକ ବ୍ୟକ୍ତିଗତ ସଂଗ୍ରହାଳୟରେ ରଖାଯାଇଥିଲା | ୭୦ ଦଶକ ପରେ ଏହାକୁ ବୈଜ୍ଞାନିକ ମାନଙ୍କର ଗବେଷଣା ପାଇଁ ବ୍ୟବହାର କରାଯାଇଥିଲା |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।