୬୭୯୪ ସରପଞ୍ଚ ପଦବୀ ପାଇଁ ୩୪,୬୧୩ ଜଣ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ ପ୍ରାର୍ଥୀ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ତେବେ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନର ମାହୋଲ ଗରମ ରହିଛି। ତେବେ ଚଳିତ ବର୍ଷ ନିର୍ବାଚନ ଅନେକ ଶିକ୍ଷିତ ଯୁବଗୋଷ୍ଠୀ ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ତେବେ ସୋମବାର ଠାରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲ କଲି ହିଁ ଶେଷ ହୋଇଛି। ତେବେ ରିପୋର୍ଟ ଅନୁସାରେ ଚଳିତ ବର୍ଷ ମୋଟ ୨ଲକ୍ଷ ୨୮ହଜାର ୦୭୯ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣା ପଡ଼ିଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଅନ୍ୟ ଦିନ ତୁଳନାରେ ଶେଷ ଦିନରେ ଅଧିକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଚଳିତ ବର୍ଷ ଅନେକ ଶିକ୍ଷିତ ଯୁବଗୋଷ୍ଠୀ ପଞ୍ଚାୟତ ନିର୍ବାଚନରେ ଲଢ଼ିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏମେ ଠାରୁ ଆରମ୍ଭ କରି ବିଟେକ ପର୍ଯ୍ୟନ୍ତ ଶିକ୍ଷିତ ଯୁବଗୋଷ୍ଠୀ ନାମାଙ୍କନ ଦାଖଲ କରିଛନ୍ତି।

ତେବେ ଶେଷ ଦିନରେ ମୋଟ ୬୫,୮୨୮ଜଣ ୱାର୍ଡମେମ୍ବର, ୧୪,୦୭୪ ଜଣ ସରପଂଚ, ୧୨,୫୧୨ଜଣ ସମିତି ସଭ୍ୟ ଓ ୨୧୯୧ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ସେହିଭଳି ୬୭୯୪ଟି ସରପଞ୍ଚ ପଦବୀ ନିମନ୍ତେ ମୋଟ ୩୪,୬୧୩ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୋଟ ୯୧୯୧୩ଜଣ ୱାର୍ଡମେମ୍ବର, ୬୭୯୪ଜଣ ସରପଞ୍ଚ, ୬୭୯୩ଜଣ ପଂଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ସବୁଠୁ ଵିଶେଷ କଥା ହେଉଛି ଦେବଗଡ଼ ଜିଲ୍ଲାର ୫ଟି ପଞ୍ଚାୟତରେ କେହି ନିଜର ପ୍ରାର୍ଥୀପତ୍ର ଦାଖଲ କରିନଥିବା ଜଣାପଡ଼ିଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଗତକାଲି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଥିଲା ତେବେ ଆଜି ଠାରୁ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ। ସେହିଭଳି ୨୫ ତାରିଖ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ପାରିବେ। ତେବେ ଚଳିତ ବର୍ଷ କରୋନା କଟକଣାରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନ ସଠିକ ଭାବରେ ପରିଚାଳନା କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *