ଆଜି ଅଗଷ୍ଟ ୨୯ ତାରିଖ, ୨୦୨୦ ମସିହା ଭାଦ୍ରବ ମାସର ଶୁକ୍ଳ ପକ୍ଷର ଏକାଦଶୀ ତିଥୀ ( ଦିବା ୮ ଘଟିକା ୧୭ ମିନିଟ ପର୍ଯ୍ୟନ୍ତ ଏହାପରେ ଦ୍ଵାଦଶୀ ତିଥି ) ଶନିବାର। ଏହିଦିନରେ ପୂର୍ବଷାଢ଼ା ନକ୍ଷତ୍ର ରହିବ ( ଅପରାହ୍ନ ୧ ଘଟିକା ୩ ମିନିଟ ପର୍ଯ୍ୟନ୍ତ ଏହାପରେ ଉତ୍ତରଷାଢ଼ା ନକ୍ଷତ୍ର)। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ। ଶନିଦେବଙ୍କୁ ଦୁଃଖର କାରକ ମଧ୍ୟ କୁହାଯାଇଥାଏ। ଶନିଦେବଙ୍କ ରତ୍ନ ନିଲମ ଅଟେ। ଏହି ଦିନର କାରକ ମଧ୍ୟ ସ୍ୱୟଂ ଶନିଦେବ। ଏହି ଦିନରେ ବଜରଙ୍ଗବଲି ହନୁମାନଙ୍କୁ ପୂଜା କରିବାର ବିଧାନ ମଧ୍ୟ ରହିଛି।
ଶୁଭ ମୁହୂର୍ତ୍ତ: ଅଭିଜିତ ମୁହୂର୍ତ୍ତ- ଦିବା ୧୧ ଘଟିକା ୩୩ ମିନିଟରୁ ମଧ୍ୟାହ୍ନ ୧୨ ଘଟିକା ୨୪ ମିନିଟ ପର୍ଯ୍ୟନ୍ତ। ଅମୃତ ବେଳା- ଦିବା ୮ ଘଟିକା ୧୦ ମିନିଟ ରୁ ଦିବା ୯ ଘଟିକା ୪୮ ମିନିଟ ପର୍ଯ୍ୟନ୍ତ।
ଅଶୁଭ ମୁହୂର୍ତ୍ତ: ରାହୁ କାଳ- ଦିବା ୮ ଘଟିକା ୪୮ ମିନିଟରୁ ଦିବା ୧୦ ଘଟିକା ୨୩ ମିନିଟ ପର୍ଯ୍ୟନ୍ତ।
ମେଷ ରାଶି- ଦୋକାନ ଗୃହକୁ ନେଇ ବିବାଦରେ ପରସ୍ପର ବୁଝାମଣା ଦ୍ୱାରା ସମାଧାନ ହୋଇଯିବ। କୌଣସି ଏକ ବଡ଼ ପ୍ରୋଜେକ୍ଟ ମିଳିବ। ଯାନବାହନ ଏବଂ ଯାନ୍ତ୍ରିକ ଉପକରଣର ପ୍ରୟୋଗ ସାବଧାନତାର ସହିତ କରନ୍ତୁ। ପରିବାର ଲୋକଙ୍କ ସହିତ ବିବାଦର ସମ୍ଭାବନା ରହିଛି। ଅସହାୟ ଲୋକଙ୍କ ସାହାଯ୍ୟ କରନ୍ତୁ ଉନ୍ନତି ହେବ।
ବୃଷ ରାଶି- ସମୟ ବାହାର କରି କିଛି ସମୟ ନିଜ ପରିବାର ଲୋକଙ୍କୁ ଦିଅନ୍ତୁ। ପ୍ରେମ ପ୍ରସଙ୍ଗରେ ସାବଧାନ ରୁହନ୍ତୁ ଅନ୍ୟଥା ମାନ ସମ୍ମାନରେ ଯିବାର ସମ୍ଭାବନା ରହିଛି। ବ୍ୟବସାୟରେ ବାଧା ଦୂର ହୋଇ କାର୍ଯ୍ୟ ସିଦ୍ଧି ହେବ।
ମିଥୁନ ରାଶି- ସମ୍ପତ୍ତି ସମ୍ବନ୍ଧୀୟ ବହୁତ ବଡ଼ ଚୁକ୍ତି କରି ପାରନ୍ତି। ଲାଭ ପ୍ରାପ୍ତ ହେବ। ଦୁଷ୍ଟ ପ୍ରବୃତ୍ତିର ଲୋକ ହାନୀ ପହଞ୍ଚାଇ ପାରନ୍ତି। ଜୀବନସାଥୀଙ୍କ ସହିତ ଭୁଲ ବୁଝାମଣାକୁ ନେଇ ବିବାଦ ହୋଇପାରେ। ପରିବାରର ଆୟୋଜନରେ ଶାମିଲ ରହିବେ। ଦିନର ପ୍ରାରମ୍ଭରେ କିଛି ସମୟ ଧର୍ମ ସମ୍ବନ୍ଧୀୟ କାର୍ଯ୍ୟ କରିବାରେ ଦିଅନ୍ତୁ।
କର୍କଟ ରାଶି- କମ ସମୟରେ କାମ ସାରିବାକୁ ଚେଷ୍ଟାରେ ସଫଳ ରହିବେ। ଆଜି ଅନ୍ୟ ମାନଙ୍କ ବିବାଦରେ ପଡି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ପାର୍ଟି କିମ୍ବା ପିକନିକର ଆନନ୍ଦ ମିଳିବ। କୌଣସି ଅସହାୟ ବ୍ୟକ୍ତିର ସାହାଯ୍ୟ ନିହାତି କରନ୍ତୁ।
ସିଂହ ରାଶି- ଦିନର ପ୍ରାରମ୍ଭ ନୂତନ ସଫଳତାରୁ ହେବ। ପରିବାର ଲୋକଙ୍କ କୌଣସି ଆୟୋଜନରେ ଶାମିଲ ହୋଇ ପାରନ୍ତି। ବିବାଦକୁ ଟାଳି ଦିଅନ୍ତୁ। ଆଜି କୌଣସି ହନୁମାନ ମନ୍ଦିରରେ ଯାଇ ସିନ୍ଦୁର ଅର୍ପଣ କରନ୍ତୁ ଏବଂ ଧ୍ବଜା ଅର୍ପଣ କରନ୍ତୁ, ବିଜୟ ମିଳିବ।
କନ୍ୟା ରାଶି- କୌଣସି ସାଧୁ ମହାତ୍ମାଙ୍କ ଦର୍ଶନର ସମ୍ଭାବନା ରହିଛି। ବ୍ୟବସାୟ ଏବଂ ପରିବାର ମଧ୍ୟରେ ସାମଞ୍ଜସ୍ୟ ସ୍ଥାପିତ ହେବ। ନ୍ୟାୟ ପକ୍ଷ ଶକ୍ତିଶାଳୀ ରହିବ। ଉତ୍ତମ ବ୍ୟବହାର ଆପଣଙ୍କ ବ୍ୟକ୍ତିତ୍ୱକୁ ଆହୁରି ଅଧିକ ପ୍ରକାଶିତ କରି ପାରିବ।
ତୁଳା ରାଶି- ଆଜି ବ୍ୟବସାୟିକ ଧନଲାଭ ହେବ। ଆତ୍ମସମ୍ମାନରେ ବୃଦ୍ଧି ଘଟିବ। ସନ୍ତାନଙ୍କ ଠାରୁ ଶୁଭ ସମାଚାର ମିଳିବ। ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ନୂତନ ବ୍ୟାପାରର ଆରମ୍ଭ କରିବାର ନିର୍ଣ୍ଣୟ ବିଳମ୍ବ ହୋଇପାରେ।
ବିଛା ରାଶି- ସମ୍ପତ୍ତି ସମ୍ବନ୍ଧୀୟ ଚୁକ୍ତିରେ ଲାଭ ମିଳିବ। ଆପଣଙ୍କ ବୁଝାମଣା ଶକ୍ତି ଏବଂ ଅନୁଭବ ଦ୍ୱାରା ଭାଗ୍ୟ ଉନ୍ନତିର ପ୍ରୟାସରେ ସଫଳ ରହିବେ। ବ୍ୟବସାୟିକ ଯାତ୍ରା ଲାଭଦାୟକ ରହିବ। ସମୟ ସମୟରେ ଘରର ଗୁରୁଜନଙ୍କୁ ସମୟ ଦିଅନ୍ତୁ।
ଧନୁ ରାଶି- ଦିନର ପ୍ରାରମ୍ଭରେ ସ୍ୱଭାବ ଗରମ ରହିବ। ନିଜ ନିକଟତର ଲୋକ ମାନଙ୍କ ଠାରୁ ଆଜି ଧୋକା ମିଳିବାର ବହୁତ ସମ୍ଭାବନା ରହିଛି, ସତର୍କ ରୁହନ୍ତୁ। ବ୍ୟୟ ବୃଦ୍ଧି ହୋଇପାରେ। ମାଙ୍ଗଳିକ ଆୟୋଜନର ପ୍ରସ୍ତୁତିରେ ଲାଗି ରହିବେ। ଆଜି ଦିନ ଚର୍ଯ୍ୟାରେ ପରିବର୍ତ୍ତନ ଆସିବ।
ମକର ରାଶି- ଆଜି ଅଟକି ରହିଥିବା ଧନ ପ୍ରୟାସ କରିବା ଦ୍ୱାରା ଫେରି ପାଇବେ। ଯାତ୍ରା, ନିବେଶ ଏବଂ ଚାକିରୀ ଲାଭପ୍ରଦ ହେବ। ନିଜର କପଡା ଏବଂ ଜୀବନ ଶୈଳୀ ସହିତ ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ, କାରଣ କେତେକ ଲୋକ ଆପଣଙ୍କ ଉପରେ ରାଗିଛନ୍ତି।
କୁମ୍ଭ ରାଶି- ଦୀର୍ଘ ସମୟରୁ ଚାଲି ଆସୁଥିବା ଲମ୍ବିତ କାର୍ଯ୍ୟକୁ ଆଜି ଗତି ମିଳିଯିବ। ବ୍ୟବସାୟିକ କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆଣିଲେ ଲାଭ ବଢ଼ିବ। ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବା ବହୁତ ଆବଶ୍ୟକ ରହିଛି। ପରିବାର ଲୋକ ମାନଙ୍କର ସ୍ୱାସ୍ଥ୍ୟ ମଧ୍ୟମ ରହିବ।
ମୀନ ରାଶି- ରାଜକୀୟ ସହଯୋଗରେ କାର୍ଯ୍ୟ ସିଦ୍ଧ ହେବ। ବ୍ୟବସାୟିକ ଯାତ୍ରା ଏବଂ ଭୂମି ସମ୍ବନ୍ଧୀୟ ନିବେଶ ଲାଭଦାୟକ ରହିବ। ନ୍ୟାୟ ପକ୍ଷ ଶକ୍ତିଶାଳୀ ରହିବ। ଆଜି କେବଳ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ। ଅନ୍ୟର ନିନ୍ଦା କରନ୍ତୁ ନାହିଁ।