ବାହାରକୁ ଖେଳିବାକୁ ଯାଇଥିଲେ ୪ବର୍ଷର ଛୁଆ, ଘରକୁ ଫେରିଲେ ତ ହରିଣକୁ ସାଙ୍ଗକରି ନେଇ ଆସିଲେ

ଛୋଟଛୁଆ ବହୁତ ହିଁ କୋମଳ ହୋଇଥାନ୍ତି। ଏମାନଙ୍କୁ ଖେଳକୁଦ କରିବା ଏବଂ ନୂଆନୂଆ ସାଙ୍ଗ କରିବାକୁ ବହୁତ ଭଲ ଲାଗିଥାଏ। ଏମାନେ ଯୁଆଡ଼େ ବି ଯାଇଥାନ୍ତି ଅନ୍ୟ ଛୁଆଙ୍କ ସହିତ ସାଙ୍ଗ ହୋଇ ତାଙ୍କ ସହିତ ମିଶି ଯାଇଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଚାରି ବର୍ଷର ଏକ ଏମିତି ଛୁଆ ସହିତ ଦେଖା କରାଇବାକୁ ଯାଉଛୁ ଯିଏ ଏକ ହରିଣକୁ ହିଁ ସାଙ୍ଗ କରି ନେଇଛି। ଏହି ଛୁଆଟି ଘରୁ ଏକା ବାହାରକୁ ବୁଲିବାକୁ ଯାଇଥିଲା କିନ୍ତୁ ଯେତେବେଳେ ଫେରିଥିଲା ତ ତା ସହିତ ନୂଆ ସାଙ୍ଗ ହରିଣକୁ ନେଇ ଆସିଥିଲା।

ଏହି ଛୁଆ ଏବଂ ହରିଣର ଫଟୋ ବର୍ତ୍ତମାନ ଶୋଶିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି। ଏହି କ୍ୟୁଟ ଛୁଆଟିର ନାମ Dominic ଅଟେ। ଛୁଆର ମାଆ Stephanie Brown କହିଥିଲେ କି ମୋ ପୁଅ ବାହାରକୁ ବୁଲିବା ପାଇଁ ଯାଇଥିଲା। ଯେତେବେଳେ ସେ ଘରକୁ ଫେରିଥିଲା ତ ନିଜ ସହିତ ହରିଣର ଏକ ଛୁଆକୁ ମଧ୍ୟ ନେଇ ଆସିଥିଲା। ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମୋ ମୁଣ୍ଡ କିଛି ସମୟ ପାଇଁ କାମ କରିବା ବନ୍ଦ ହୋଇଯାଇଥିଲା। ଏହାପରେ ମୁଁ ତୁରନ୍ତ ମୋ ମୋବାଇଲ ଆଣିଥିଲି ଏବଂ ତା’ର ଫଟୋ ଉଠାଇଥିଲି।

ଫଟୋ ଉଠାଇବା ପରେ ମାଆ ହରିଣର ଛୁଆକୁ ପୁଣିଥରେ ଜଙ୍ଗଲକୁ ଛାଡି ଦେଇଥିଲେ। ଏହି ପୂରା ଘଟଣା ଆମେରିକାର Virginiaର ଅଟେ। ଛୁଆଟିର ଘର ଯେଉଁଠାରେ ଅଟେ ସେଠାରେ Shenandoah National Park ମଧ୍ୟ ଅଛି। ଜଣା ଯାଉଛି କି ଏହି ହରିଣ ସେହିଠାରୁ ଆସିଥିବ ଏବଂ ଛୁଆଟିକୁ ଖେଳିବା ସମୟରେ ମିଳିଥାଇ ପାରେ। ଯେତେବେଳେ ଛୁଆଟିର ମାଆ ନିଜ ପୁଅ ଏବଂ ହରିଣର ଫଟୋକୁ ଫେସବୁକରେ ଶେୟାର କରିଥିଲେ ତ ଏହା ସଙ୍ଗେସଙ୍ଗେ ଭାଇରାଲ ହୋଇ ଯାଇଥିଲା। ଏହି ଫଟୋକୁ ଆଜି ପର୍ଯ୍ୟନ୍ତ ୩୭ହଜାରରୁ ଅଧିକ ଶେୟାର ଏବଂ ୬.୩ହଜାରରୁ ଅଧିକ ଲାଇକ୍ସ ମିଳି ସାରିଛି।

ଯିଏ ବି ଏହି ସୁନ୍ଦର ଫଟୋକୁ ଦେଖିଛି ତା ଚେହେରାରେ ହସ ଆସି ଯାଇଛି। ସେମାନେ ମଧ୍ୟ ଚିନ୍ତାରେ ପଡ଼ି ଯାଇଛନ୍ତି କି ବାସ୍ତବରେ ଏହି ଛୋଟ ଛୁଆ ଏହି ହରିଣକୁ ନିଜ ସାଙ୍ଗକରି ଘର ପର୍ଯ୍ୟନ୍ତ ଆଣିବାରେ କେମିତି ସଫଳ ହେଲା। ବାସ୍ତବରେ ସାଧାରଣ ଭାବରେ ମନୁଷ୍ୟ ହରିଣ ପାଖକୁ ଯିବା ମାତ୍ରେ ହିଁ ଦୂରକୁ ଦୌଡ଼ି ପଳାନ୍ତି। ଏମାନେ ବହୁତ ଜୋରରେ ଦୌଡନ୍ତି। ସହଜରେ କାହା ହାତରେ ଧରା ଦିଅନ୍ତି ନାହିଁ। ଏମିତିରେ ଏହି ଛୁଆ ବିନା କୌଣସି ଜୋର ଜବରଦସ୍ତିରେ ଭଲପାଇବା ସହିତ ହିଁ ଏହି ହରିଣକୁ ନିଜର କରି ନେଇଥିଲା। ଏହା ତା ନିଜପାଇଁ ବହୁତ ଭଲ ସୂଚନା ମଧ୍ୟ ଅଟେ।

ଏହାଛଡା ହରିଣ ଏବଂ ଛୁଆର ଏହି କ୍ୟୁଟ ଯୋଡିକୁ ଦେଖି ଆପଣଙ୍କ ମନରେ କ’ଣ ବିଚାର ଆସୁଛି? ଆପଣଙ୍କ ମତ ଆମକୁ କମେଣ୍ଟରେ ନିଶ୍ଚିତ ଜଣାନ୍ତୁ। ଏହା ସହିତ ଏହି ଫଟୋ ଯଦି ପସନ୍ଦ ଆସିଛି ତାହେଲେ ଏହାକୁ ଅନ୍ୟ ମାନଙ୍କ ପାଖକୁ ଶେୟାର କରିବାକୁ ଭୁଲନ୍ତୁ ନାହିଁ।ଏହି ଫଟୋ ଏକ ସକରାତ୍ମକ ସୂଚନା ମଧ୍ୟ ଦେଉଛି। ଏହା ଜଣାଉଛି କି ଆମେ ମନୁଷ୍ୟ ଏବଂ ଜୀବଜନ୍ତୁ ନିଜ ଭିତରେ ମିଳିମିଶି ମଧ୍ୟ ଭଲରେ ରହି ପାରିବା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *