ଯିଏ ଦେଇଛି ଗାଡ଼ି ସେ ଯାଇଛି ଚଢି, ଅର୍ଚ୍ଚନାର ନାଗଫାଶରେ ଫଶିଛନ୍ତି ୫୨ ଜଣ ବଡ଼ ବଡିଆ।

ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଚ୍ଚନାର ନାଗଫାଶରେ ଫଶିଥିବା ୫୨ ଜଣ ବଡ଼ ବଡିଆ ଲୋକଙ୍କୁ ଇଡି ନୋଟିସ୍ ପଠାଇଛି। ସେମାନେ କେବଳ ଅର୍ଚ୍ଚନାକୁ ଲକ୍ଷ ଲକ୍ଷ ଟଙ୍କା ଦେଇ ନାହାଁନ୍ତି ବରଂ କିଏ ଅର୍ଚ୍ଚନାକୁ ଲକ୍ଷ ଲକ୍ଷ ଟଙ୍କାର ଉପହାର ଦେଇଛି ତ କିଏ ଅର୍ଚ୍ଚନାକୁ ଗାଡ଼ି ଦେଇଛି। କିଏ ଅର୍ଚ୍ଚନାର ଘର ତିଆରି କରିବା ପାଇ ରାଜମିସ୍ତ୍ରୀ ପଠାଇଛି ତ କିଏ ଘରର ରାସନ ଖର୍ଚ୍ଚ ଉଠଉଛି। ସେଇ ୫୨ ଜଣ ବଡ଼ ବଡିଆଙ୍କ ଭିତରେ ଅନେକ ରାଜନେତା, ମନ୍ତ୍ରି ଏବଂ ଫିଲ୍ମ ନିର୍ଦ୍ଦେଶକ ସାମିଲ ଅଛନ୍ତି।

ଇଡିର କହିବା ଅନୁସାରେ ଯିଏ ଦେଇଛି ଅର୍ଚ୍ଚନାକୁ ଉପହାର ସେ ଯାଇଛି ଅର୍ଚ୍ଚନାର ସତ୍ୟ ବିହାର ସେଥିପାଇଁ କେଉଁ ବଡ଼ ବଡିଆମାନେ ସୁନ୍ଦରୀ ଅର୍ଚ୍ଚନାକୁ ଉପହାର ଦେଇଛନ୍ତି ଇଡି ତାଙ୍କ ନାଁ ଖୋଜୁଛି। ଅର୍ଚ୍ଚନାର ସେଇ ଶଙ୍ଖ ମଲ ମଲ ଘରେ କେତେ ଜଣଙ୍କ କଳାଧନ ଲାଗିଛି ଇଡି ଦିନ ରାତି ଏକ କରି ତଦନ୍ତ କରିବାରେ ଲାଗିଛି। ଖଗେସ୍ ଏବଂ ଇତିଶ୍ରୀ ପାଖରୁ ସବୁ ତଥ୍ୟ ନ ମିଳିବାରୁ ଇଡି ୫୨ ଜଣକ ପାଖକୁ ନୋଟିସ୍ ପଠାଇଛି।

ଇଡି ସେଇ ଲୁଛି ରହିଥିବା ତଥ୍ୟକୁ ପାଇବା ପାଇଁ ଖଗେସଙ୍କୁ ଗି-ରଫ କଲାବେଳେ ତାଙ୍କ ଫୋନ୍, ପେନ୍ ଡ୍ରାଇଭ ଏବଂ ଅନେକ ଫାଇଲ୍ ତାଙ୍କ ଘରୁ ସଂଗ୍ରହ କରିଛି। ଏହି ମାମ-ଲାରେ ଅଧିକ ତଦ-ନ୍ତ ପାଇଁ ଇଡିର ଗୋଟେ ଟିମ୍ ଦିଲ୍ଲୀ ଯାଇଛି। ସେଠି ସେମାନେ ଅଧିକ ତ-ଦନ୍ତ କରିବା ସହିତ ଉଚ୍ଚ ଅଧିକାରୀଙ୍କ ସହ ଏ ବିଷୟରେ ଆଲୋଚନା କରି ଓଡ଼ିଶା ଫେରିଲେ ୫୨ ଜଣ ବଡ଼ ବଡିଆଙ୍କୁ ବୁଧବାର ଦିନ ଇଡି ଅଫିସକୁ ଡାକିବ।

Leave a Reply

Your email address will not be published. Required fields are marked *