କରୋନା ଭାଇରସର ଦ୍ଵିତୀୟ ଲହରୀ ପୂରା ବିଶ୍ଵରେ ନିଜ ସଙ୍କଟକୁ ବିସ୍ତାର କରୁଛି। କୋଭିଡ-୧୯ ଦ୍ଵାରା ପ୍ରଭାବିତ ହେବାର ସବୁଠାରୁ ବଡ଼ କ୍ଷ-ତି ଏହା ହୋଇଥାଏ କି ଆପଣଙ୍କ ଦେଖାଶୁଣା କରିବା ପାଇଁ ଆପଣଙ୍କ ସମ୍ପର୍କିୟ ଆପଣଙ୍କ ପାଖରେ ରହି ପାରନ୍ତି ନାହିଁ। ଏଥିପାଇଁ ଆପଣଙ୍କୁ ସମସ୍ତଙ୍କ ଠାରୁ ଦୂରେଇ ରଖିବାକୁ ପଡ଼ିଥାଏ। ପୁଣି ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଯିବ ତା’ହେଲେ ମଧ୍ୟ ଏକୁଟିଆ ହିଁ ରହିବାକୁ ପଡ଼ିଥାଏ। ଏମିତିରେ ଯଦି କୌଣସି ଛୁଆକୁ କରୋନା ହୋଇଯିବ ତାହେଲେ ତା ପାଇଁ ଏକୁଟିଆ ଡାକ୍ତରଖାନାରେ ଭର୍ତ୍ତି ହେବା କେତେ କ-ଷ୍ଟକର ହେବ ଏହା ଆପଣ ଭାବି ପାରୁଥିବେ।
କିନ୍ତୁ ଆଜି ଆମେ ଆପଣଙ୍କୁ ଗୋଟିଏ ଏମିତି ସାହାସୀ ପିଲା ସହିତ ଦେଖା କରିବାପାଇଁ ଯାଉଛୁ ଯିଏ କେବଳ ୬ବର୍ଷର ହିଁ ଅଟେ, କିନ୍ତୁ ଏକୁଟିଆ ହିଁ ଡାକ୍ତରଖାନାରେ ଭର୍ତ୍ତି ହେବାପାଇଁ ଚାଲି ଯାଇଥିଲା। ବର୍ତମାନ ଏହି ଛୁଆର ଫଟୋ ସୋସିଆଲ ମିଡିଆରେ ଭାଇ-ରାଲ ହେଉଛି। ସୂ-ଚ-ନା ମୁତାବକ ଏହି ୬ବର୍ଷର ଛୁଆକୁ କରୋନା ନିଜ ମାଆଙ୍କ କାରଣରୁ ହୋଇଥିଲା। ମାଆଙ୍କ ସମ୍ପର୍କରେ ଆସିବାରୁ ଭାଇରସ ଛୁଆର ଶରୀରକୁ ମଧ୍ୟ ଆସି ଯାଇଥିଲା। ତାଙ୍କ ମାଆ ପ୍ରଥମରୁ ହିଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ସାମ୍ନାକୁ ଆସିଥିବା ଭିଡିଓ ଏବଂ ଫଟୋରୁ ଦେଖି ପାରିବେ କି କେମିତି ୬ବର୍ଷର ଶିଶୁ ମାସ୍କ ଲଗାଇ, ପିଠିରେ ବ୍ୟାଗ ଏବଂ ହାତରେ ଠେଲିଠେଲି ଡାକ୍ତରଖାନାକୁ ଯିବାପାଇଁ ପ୍ରସ୍ତୁତ ହୋଇ ଯାଇଛି। ସେ ନିଜର ସବୁ ଜିନିଷ ପତ୍ର ସଜଡ଼ି ନେଇଛି ଏବଂ ଘର ବାହାରେ ହିଁ ଏକୁଟିଆ ଛିଡ଼ା ହୋଇ ଯାଇଛି। ଏଠାକୁ ତାଙ୍କୁ ନେବାପାଇଁ ଆମ୍ବୁଲାନ୍ସ ଆସିଥିଲା। ପୀପୀଇ କୀଟ ପିନ୍ଧିଥିବା କିଛି ଲୋକ ପ୍ରଥମେ ତାଙ୍କୁ ସେନେଟାଇଜ କରିଥିଲେ ଏବଂ ପୁଣି ଆମ୍ବୁଲାନ୍ସରେ ବସାଇ ଡାକ୍ତରଖାନାକୁ ନେଇ ଯାଇଥିଲେ।
ଏଠାରେ ଗୌରବର କଥା ଏହା ଅଟେ କି ଛୁଆଟି ଯେତେବେଳେ ଘରୁ ଡାକ୍ତରଖାନାକୁ ଯାଉଥିଲା ତ ତା ସାହସ ବଢ଼ାଇବାକୁ କିମ୍ବା ତା ସାଥି ଦେବାପାଇଁ କେହି ବି ସମ୍ପର୍କୀୟ ସେଠାରେ ଉପସ୍ଥିତ ନଥିଲେ। ସେ ଏକୁଟିଆ ହିଁ ସାହାସର ସହିତ ଡାକ୍ତରଖାନାକୁ ଚାଲି ଯାଇଥାଏ। ଏହି ଘଟଣା Cambodiaର ବୋଲି ଜଣା ଯାଉଛି। ହେଲେ ଛୁଆ ଏବଂ ତାଙ୍କ ମାଆଙ୍କ ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ।
ଛୁଆର ଫଟୋ ଏବଂ ଭିଡିଓ ଦେଖିବା ପରେ ଲୋକମାନଙ୍କର ଅନେକ କମେଣ୍ଟ ଆସୁଛି। କେହି ଏହି ଦୃଶ୍ୟକୁ ହୃଦୟ ଭାଙ୍ଗିଦେବା ଭଳି କହିଛନ୍ତି ତ କେହି ଛୁଆର ସାହସକୁ ସଲାମ କରିବାକୁ ଲାଗିଛନ୍ତି। ସେଠାରେ ବହୁତ ଲୋକ ସେ ଶୀଘ୍ର ଠିକ ହେବାପାଇଁ ପ୍ରାର୍ଥନା କରିଛନ୍ତି।ଆମେ ଦାବିର ସହିତ କହୁଛୁ କି ଯେତେବେଳେ ଆପଣ ଏହି ଘଟଣାର ଭିଡିଓ ଦେଖିବେ ତ ଆପଣ ମଧ୍ୟ ଭାବପ୍ରବଣ ହୋଇଯିବେ।
ଏଠାରେ ଦେଖନ୍ତୁ ଭାବପ୍ରବଣ କରିଦେବା ଭଳି ଭିଡିଓ
ଛୁଆ ଭାଇ-ରାଲ ହେବା ପରଠାରୁ ବହୁତ ଲୋକ ତା ପାଇଁ ଡାକ୍ତରଖାନାକୁ ଉପହାର ମଧ୍ୟ ପଠାଇଛନ୍ତି। ଏହି ଅପଡେଟ ମଧ୍ୟ ମିଳିଛି କି ଛୁଆକୁ ପରେ ତା କରୋନା ସଂ-କ୍ର-ମି-ତ ମାଆ ସହିତ ଗୋଟିଏ ଡାକ୍ତରଖାନାରେ ଭର୍ତ୍ତି କରି ଦିଆଯାଇଛି। ଏହିପରି ଛୁଆକୁ ଆହୁରି ମଧ୍ୟ ସାହସ ମିଳିଯିବ।