ଚୋରମାନେ ବାଇକ୍ ଚୋରି କରିବାର ଏକ ନୂଆ ଉପାୟ ପାଇଛନ୍ତି, ଆପଣ ମଧ୍ୟ ସତର୍କ ରହିବା ଉଚିତ୍ : ଦେଖନ୍ତୁ ଭିଡିଓ

ବାଇକ୍ ଚୋରି ଏକ ସାଧାରଣ କଥା। ସାଧାରଣତଃ ବାଇକ୍ ଚୋରି ରାତିରେ ବହୁତ୍ ହେଇଥାଏ। କିମ୍ବା କିଛି ଜନଶୂନ୍ୟ ସ୍ଥାନରେ ଚୋରମାନେ ବାଇକର ତାଲା ଭାଙ୍ଗି ଚୋରି କରନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଚୋରି ମାମଲା ସହିତ ପରିଚିତ କରିବାକୁ ଯାଉଛୁ ଯିଏ ବ୍ୟସ୍ତବହୁଳ ରାସ୍ତାରେ ସମସ୍ତଙ୍କ ସାମ୍ନାରେ ଏକ ବାଇକ୍ ଚୋରି କରିଥିଲେ। ଆଶ୍ଚର୍ଯ୍ୟର କଥା, କେହି ତାଙ୍କୁ ସନ୍ଦେହ ମଧ୍ୟ କରିନଥିଲେ।

ଚୋରମାନେ ଅଟୋରେ ବାଇକ୍ କୁ ଥୋଇ ସେଠାରୁ ପଳେଇଲେ। ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ହିମାଚଳ ପ୍ରଦେଶର ଉନା ଜିଲ୍ଲାରୁ ଆସିଛି। ଏଠାରେ ଡିସି କଲୋନୀ ବାସିନ୍ଦା ନିଖିଲ ଲାଥ ତାଙ୍କ ବାଇକକୁ ଘର ବାହାରେ ପାର୍କିଂ କରିଥିଲେ। ତା’ପରେ ଦୁଇଜଣ ଯୁବକ ସେଠାରେ ଆସି ମୋଟରସାଇକେଲକୁ ଦେଖିବା ଆରମ୍ଭ କଲେ।

ତା’ପରେ କିଛି ସମୟ ପରେ ସେଠାରେ ଏକ ଅଟୋ ଡ୍ରାଇଭର ଆସିଲା। ସେ ବାଇକ୍ ନିକଟରେ ଅଟୋକୁ ଅଟକାଇଲା। ତା’ପରେ ଉଭୟ ଯୁବକ ବାଇକ୍ ବୋହି ବୋହି ଅଟୋ ପାଖକୁ ନେଇଗଲେ। ଅଟୋ ଡ୍ରାଇଭର ମଧ୍ୟ ତଳକୁ ଓହ୍ଲାଇ ସେମାନଙ୍କୁ ସାହାଯ୍ୟ କଲା। ଏହି ସମୟରେ ପାକରେ ଅନ୍ୟ ଲୋକମାନେ ମଧ୍ୟ ଯାତାୟତ କରୁଥିଲେ କିନ୍ତୁ ସମସ୍ତେ ଚୋରି ହେଉଥିବାର କିଛି ଅନୁଭବ କରିପାରିଲେନି କାରଣ ସେମାନେ ଭାବିଥିବେ ବାଇକ୍ ଖରାପ ହୋଇଯାଇଛି ସେଥିପାଇଁ ଅଟୋରେ ସଜାଡ଼ିବା ପାଇଁ ନେଇ ଯାଉଛନ୍ତି।

କିଛି ସମୟ ପରେ ବାଇକର ମାଲିକ ଘରୁ ବାହାରକୁ ଆସିବା ପରେ ତାଙ୍କ ବାଇକ୍ ଘର ଆଗରେ ନ ଥିବାର ଦେଖି ସେ ଆଶ୍ଚର୍ଯ୍ୟ ଗଲେ। ଏହି ଘଟଣା ସମ୍ପର୍କରେ ସେ ପୋଲିସକୁ ସୂଚନା ଦେଲେ। ତା’ପରେ ପୋଲିସ ଚାରିପାଖରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କଲା। ତା’ପରେ ସେମାନେ ଚୋରିର ଭିଡ଼ିଓ ପାଇଲେ।

ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ଡିଏସପି ଅଙ୍କିତ ଶର୍ମା କହିଛନ୍ତି ଯେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରୁଛି। ଖୁବ୍ ଶୀଘ୍ର ଏହି ତିନି ଜଣ ପୋଲିସର ହେପାଜତରେ ଥିବେ।

Leave a Reply

Your email address will not be published. Required fields are marked *