କଳିଯୁଗରେ ଆଶ୍ଚର୍ଯ୍ୟ କରିଦେବା ଭଳି ଦୃଶ୍ୟ , ପ୍ରତିବର୍ଷ ପୁରୀରୁ ନେମାଳ ଆସିଥାଏ ଗୋଟିଏ ମାଙ୍କଡ : ଦେଖନ୍ତୁ ଭିଡିଓ

ଭଗବାନ ଆଉ ଭକ୍ତର ସମ୍ପର୍କ ଅତ୍ୟନ୍ତ ନିବିଡ ହୋଇଥାଏ । ଆଉ ଯୁଗ ଯୁଗ ଧରି ଏହାର ପ୍ରମାଣ ରହି ଆସିଛି । ଭଗବାନ ବିଭିନ୍ନ ବେଶ ହୋଇ ନିଜ ଭକ୍ତଙ୍କୁ ଦର୍ଶନ ଦେଇ ଥାଆନ୍ତି । ଆଉ ନିଜ ଭକ୍ତର ଇଚ୍ଛା ପୂରଣ କରିବା ପାଇଁ ଭଗବାନ ସବୁକିଛି କରିଥାନ୍ତି । ଯେଉଁ ଭକ୍ତ ପୁରା ସ୍ୱଚ୍ଛ ଏବଂ ନିର୍ମଳ ମନରେ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି , ଭଗବାନ ସେମାନଙ୍କୁ ଦେଖା ନିଶ୍ଚିତ ଭାବରେ ଦେଇଥାନ୍ତି । ତେବେ ଏହାର ଏକ ଜ୍ୱଳନ୍ତ ଉଦାହରଣ ବର୍ତ୍ତମାନ ସାମ୍ନାକୁ ଆସିଛି ।

ଯାହାକୁ ଦେଖିବା ପରେ ଆପଣ ବି ହୋଇଯିବେ ଭାବପ୍ରବଣ । ତେବେ ଏହା କୌଣସି ମଣିଷ ଆଉ ଭଗବାନଙ୍କର ସମ୍ପର୍କ ନୁହେଁ । ଏହା ଏକ ମାଙ୍କଡ ଆଉ ଭଗବାନଙ୍କ ସମ୍ପର୍କ । ନିଜ ମନର ଦେବତାକୁ ଦର୍ଶନ କରିବା ପାଇଁ ମାଙ୍କଡଟିଏ ଆସିଥାଏ ଅନେକ ଦୂରରୁ ଧାଇଁ । ଆଉ ତାହା ପୁଣି କୌଣସି ଗାଡ଼ି କିମ୍ବା ଯାନରେ ନୁହେଁ ବରଂ ନିଜ ପାଦରେ । ନିଜ ପାଦରେ ଧାଇଁ ଧାଇଁ ପ୍ରତିବର୍ଷ ମାଙ୍କଡଟିଏ ଆସିଥାଏ ପୁରୀରୁ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦର୍ଶନ କରିବା ପାଇଁ ।

ତେବେ ଆହୁରି ଏକ କଥା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ , ପୁରୀରୁ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦର୍ଶନ ପାଇଁ ମାଙ୍କଡଟିଏ କେବଳ କାର୍ତ୍ତିକ ମାସରେ ଆସିଥାଏ । ଆଉ ଏହି କଥା ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ଜାଣିଛନ୍ତି । ତେବେ ଲୋକମାନେ ମାଙ୍କଡଟିକୁ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି । ଭଗବାନଙ୍କ ପ୍ରତି ଏତେ ଭଲ ପାଇବା ଦେଖି ଯେ କେହି ବି ସ୍ତବ୍ଧ ହୋଇ ଯାଉଛନ୍ତି ।

ତେବେ ମାଙ୍କଡ ବିଷୟରେ ଏକ ଅଦ୍ଭୁତ କଥା ଆପଣ ଚକିତ ହେବେ ଯେ , ବାଟରେ ଆସୁଥିବା ସମୟରେ ମାଙ୍କଡଟିକୁ ଲୋକ ମାନେ କଦଳୀ ଏବଂ ଫଳ ଖାଇବାକୁ ଦେଲେ ସେ ଖାଇଥାଏ । କିନ୍ତୁ ଯଦି କେହି ତାର ଭିଡିଓ କିମ୍ବା ଫୋଟ ଉଠାଇବାକୁ ଚେଷ୍ଟା କରନ୍ତି , ତେବେ ସେ ଖାଦ୍ୟ ଖାଏ ନାହିଁ କି ନିଏ ନାହିଁ । ତେବେ ବର୍ତ୍ତମାନ ଚାରିଆଡ଼େ ଏହି ମାଙ୍କଡକୁ ନେଇ ଚର୍ଚ୍ଚା ହେଉଛି । ଭଗବାନ ଆଉ ଭକ୍ତର ଅଦ୍ଭୁତ ମିଳନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *