ଗୋଟିଏ କଥା ପ୍ରାୟ ସବୁ ବିଦ୍ଧିଜୀବୀଙ୍କ ନଜରକୁ ନିଶ୍ଚୟ ଦୃଷ୍ଟି ଆକର୍ଷଣ କରିଥିବ । ଆଜିକାଲିକା ସମୟରେ ବୃଦ୍ଧାଶ୍ରମ ଆଉ ଖାଁ ଖାଁ ନାହିଁ । ଅନେକ ସଂଖ୍ୟକ ବୃଦ୍ଧା ବୃଦ୍ଧଶ୍ରମରେ ରହୁଛନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ ଦେଖିବାକୁ ଗଲେ ସେହିମାନେ ଅଧିକ ସଂଖ୍ୟକ ରହିଥାନ୍ତି ଯେଉଁମାନଙ୍କ ସନ୍ତାନ ବେଶ ବଡ଼ ବଡ଼ ଚାକିରୀ ଏବଂ ବଡ଼ ବଡ଼ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟରତ ଥାଆନ୍ତି । ଏମିତି ଅନେକ କାହାଣୀ ନୀରବ ରହି ଯାଇଛି ନିଜ ସନ୍ତାନଙ୍କ ମୁହଁକୁ ଚାହିଁ । ସନ୍ତାନ ଠାରୁ କିଛି ଆଶା ନାହିଁ ଯେତେବେଳେ ଆଉ ସେଠାରେ ରହିବି ଲାଭ କଣ ।
ହୁଏତ ଲୋକେ ଏହାକୁ କାଳ୍ପନିକ ଘ-ଟଣା ଭାବୁଥାଇ ପାରନ୍ତି । କିନ୍ତୁ କେବଳ ସେହି ବୁଢ଼ା ବାପା ମା’ ଏହି ଘଟ-ଣାକୁ ହୃଦୟଙ୍ଗମ କରି ପାରିବେ , ଯେଉଁମାନେ ବାସ୍ତବରେ ଅଙ୍ଗେ ଲିଭାଇଛନ୍ତି । ନିଜର ବାର୍ଦ୍ଧକ୍ୟ ଅବସ୍ଥାରେ ବାପା ମା’ ପାଇଁ ସନ୍ତାନ ସନ୍ତତି ଦୃଢ଼ତା ସାଜିବା କଥା । କୁହାଯାଏ ଯେ ବାର୍ଦ୍ଧକ୍ୟ ଅବସ୍ଥାରେ ଲୋକଙ୍କୁ ନିଜ ସନ୍ତାନଙ୍କ ଉପରେ ବୋଝ ହେବାପାଇଁ ଖୁସି ମିଳିଥାଏ । କିନ୍ତୁ ଘଟ-ଣା ପୁରା ଅଲଗା ହେଉଛି । ଅଧିକାଂଶ ସନ୍ତାନ ନିଜ ବାପା ମା’ଙ୍କୁ ବାର୍ଦ୍ଧକ୍ୟ ଅବସ୍ଥାରେ ଏକା କରି ଚାଲି ଯାଉଛନ୍ତି । ଆଉ ଏଥିପାଇଁ ଅନେକ କାରଣ ଦାୟୀ ହୋଇଥାଏ । କିନ୍ତୁ ଛୋଟ ବେଳେ ବାପା ମା’ ଙ୍କ ଭଲପାଇବା ଏବଂ ସ୍ନେହର ତ କୌଣସି କାରଣ ନଥାଏ ।
ତେବେ ମନୁଷ୍ୟ ବଡ଼ ହୋଇ ଅଧିକ ଜ୍ଞାନୀ ହେବା ପରେ ଏପରି ଅବୋଧ କାମ କାହିଁକି କରୁଛି ତାହା ଏକ ବଡ଼ ପ୍ରଶ୍ନବାଚୀ ଅଟେ । ଯାହାର ଉତ୍ତର କାହା ପାଖରେ ବି ନାହିଁ । କଣ ମନୁଷ୍ୟ ବୟସ ବଢ଼ିବା ସହିତ ନିଜର ମାନସିକତା ଏବଂ ବାପା ମା’ ପ୍ରତି ଥିବା ସମ୍ମାନ ଏବଂ ଭଲପାଇବା ସବୁ ଭୁଲି ଯାଉଛି ନା ତାକୁ ଆଉ କିଛି ଅନ୍ୟ ବାଧା ବିଚ୍ୟୁତ କରୁଛି । କିଏ କହିଥାଏ ପୁଅ ଝିଅ ବଡ଼ ଚାକିରୀ କରି ପ୍ରଥମେ ନିଜ ଜନ୍ମସ୍ଥାନକୁ ପସନ୍ଦ କରୁ ନାହାଁନ୍ତି । ଯେଉଁ କାରଣରୁ ବାପା ମା’ଙ୍କୁ ଛାଡ଼ି ଯାଉଛନ୍ତି । ଆଉ କେହି କହୁଛନ୍ତି ବିବାହ ପରେ ପୁଅ ନିଜ ସ୍ତ୍ରୀ ଆଉ ବ୍ୟକ୍ତିଗତ ପରିବାର ପାଇଁ ବାପା ମା’ ଙ୍କୁ ଛାଡ଼ି ଦେଉଛନ୍ତି । ବାସ୍ତବରେ ଏହିସବୁ କାରଣ ସେଥିପାଇଁ ଦାୟୀ ନା ଅନ୍ୟ କୌଣସି କାରଣ ଦାୟୀ ତାହା କେହି ବିଚାର ବି କରୁ ପାରୁ ନାହାଁନ୍ତି ।
ଆଉ ଏସବୁ ପରେ ରହିଲା ମାନବିକତା । ଯଦିଓ କେହି ପରିବାରରେ କୌଣସି ଭିନ୍ନ ସମସ୍ୟା ରହିଥାଏ , ତଥାପି ମନୁଷ୍ୟ କଣ ନିଜ ମାନବିକତାକୁ ହରାଇବା ଉଚିତ । ବିଦେଶରେ ରହି ବାପା ମା’ଙ୍କୁ ଅଣଦେଖା କରିବା ଏବଂ ସବୁକିଛି ସ-ମ୍ପର୍କ କା-ଟିଦେବା କେତେ ଦୂର ଉପଯୁକ୍ତ ? ପୁଅ କୋଟି କୋଟି ଟଙ୍କା ରୋଜଗାର କରୁଥିବା ସତ୍ତ୍ୱେବି ବାପା ମା’ଙ୍କୁ ଗଣ୍ଡେ ଭଲରେ ଆଉ ଶାନ୍ତିରେ ନିଦ ହୋଇ ପାରୁନି । ଯେଉଁ କାରଣରୁ ନିଜ ଭାଗ୍ୟକୁ ଆଦରି ବୃଦ୍ଧ ବୟସରେ ବୃଦ୍ଧଶ୍ରମକୁ ଆଶ୍ରା ବାଛି ନେଇଛନ୍ତି କେତେ କେତେ ନିରୀହ ଜୀବନ । ବୋଧହୁଏ ସନ୍ତାନ ମାନେ ଭୁଲି ଯାଉଛନ୍ତି ଯେ ସେମାନେ ବି କେବେ ବୃଦ୍ଧ ହେବେ !