ଗଞ୍ଜାମ ବେଲହୁଣ୍ଟାର କଇଠ ପଲ୍ଲୀ ଗ୍ରାମର ପ୍ରଭାସିନୀ ନାୟକ ଦୀର୍ଘ ଦୁଇ ବର୍ଷ ହେଲା ଗୋଟେ କପଡ଼ାରେ ନିଜ ମୁହଁକୁ ଘୋଡାଇ ଦେଇ ପୋଖରୀ କୂଳେ ଛିଡ଼ା ହେଇଛନ୍ତି। ପ୍ରଭାସିନୀଙ୍କ ମାନସିକ ସ୍ଥିତି ଭଲ ନଥିବାରୁ ସ୍ବାମୀ ଅଧା ବାଟରେ ହାତ ଛାଡ଼ି କୁଆଡେ ପଳେଇଲେ। ଏବେ ସେ ତାଙ୍କ ଝିଅଙ୍କ ସହିତ ନିଜ ବାପଘରେ ରହୁଛନ୍ତି।
ତାଙ୍କ ଝିଅ କଲେଜ ରେ ପାଠ ପଢେ। ଝିଅ ସବୁ ଦିନ କଲେଜ ଯାଅ ଆଉ ମାଆ ପୋଖରୀ କୂଳକୁ। ଝିଅ କଲେଜରୁ ଫେରିଲେ ମାଆକୁ ଖାଇବାକୁ ଡାକେ।ବେଳେବେଳେ ସେ ଖାଇବାକୁ ଯାଆନ୍ତି ତ ଆଉ କେବେ ଝିଅକୁ ଠେଲି ଦିଅନ୍ତି।
ଏମିତି ଦୁଇ ବର୍ଷ ହେଇ ଗଲାଣି ଘରେ ଚିକିତ୍ସା ପାଇଁ ଟଙ୍କା ନଥିବାରୁ ପ୍ରଭାସିନୀଙ୍କ ମାନସିକ ରୋଗର ଚିକିତ୍ସା ହେଇ ପାରୁନି। ସେ ତାଙ୍କ ମୁଁହକୁ ଏମିତି କପଡ଼ାରେ ଘୋଡେ଼ଇ ରଖନ୍ତି ଯେ ଆଜି ଯାଏ ଗାଆଁ ର ସ୍ତ୍ରୀ ଲୋକ ମଧ୍ୟ ତାଙ୍କ ମୁଁହ ଦେଖି ନାହାନ୍ତି। ସେ ଗାଡିଆ ପାଖ ରାସ୍ତା ଉପରେ ସବୁବେଳେ ଛିଡ଼ା ହେଉଥିବାରୁ ଗାଆଁକୁ ଆସୁଥିବା ନୂଆ ଲୋକ ରାତିରେ ଭୂତ ଭାବି ଡେରି ଯାଆନ୍ତି।