ସାରା ଦେଶ ପାଇଁ ସହିଦ ହୋଇଗଲେ ବୀର ଯବାନ ସରୋଜ ଦାସ । ଯାଇଥିଲେ ଦେଶ ସେବା କରିବା ପାଇଁ ଆଉ ସେବା କରି ନିଜ ଜୀବନ ଉତ୍ସର୍ଗ କରିଦେଲେ । ନିଜ ଦେଶ ମାଟି ପାଇଁ ଆଉ ମାଆ ପାଇଁ ନିଜକୁ ବ-ଳିଦାନ ଦେଲେ । ଆଉ ଏପଟେ ପୁଅକୁ ଝୁରି ଝୁରି କାନ୍ଦି-ବାରେ ଲାଗିଛନ୍ତି ବାପା ମାଆ । କାହିଁକି ନା ଆଜି ତାଙ୍କ ଦଶ । ଏହାରି ମଧ୍ୟରେ ପୁଅକୁ ଯିବାର ଦଶ ଦିନ ହୋଇ ଗଲାନି । ବାପା ମାଆ ଆଉ ନିଜକୁ ସମ୍ଭାଳି ପାରୁ ନାହାଁନ୍ତି । ସେପଟେ ସ୍ତ୍ରୀ ମଥାରୁ ଲିଭି ଯାଇଛି ସିନ୍ଦୂର । ସେ ମୁଣ୍ଡ ବାଡେଇ ବାଡ଼େଇ କାନ୍ଦୁଛନ୍ତି ।
ଏପରି ପରିସ୍ଥିତିକୁ ଯିଏ ଦେଖିବ , ସେ କା-ନ୍ଦି ପକାଇବ । କାହିଁକି ନା ମାଆ ବାପା ପାଲଟି ଯାଇଛନ୍ତି ଜିଅନ୍ତା ଶ-ବ । ପୁଅକୁ ମନେ ପକାଇ ଚାଲିଛନ୍ତି ଆଉ ନିଜେ ଧୋର୍ଯ୍ୟହରା ହୋଇ ଯାଉଛନ୍ତି । ତେବେ ହଁ ଆଜ୍ଞା ଆମେ କହୁଛୁ ସିକ୍କିମ ବନ୍ୟାରେ ଭାସି ଯାଇ ଶହିଦ ହୋଇ ଯାଇଥିବା ଢେଙ୍କାନାଳ ଜିଲ୍ଲାର ବୀର ପୁଅ ସରୋଜ ଦାସଙ୍କ କଥା । ତାଙ୍କ ଯିବା ପରେ ତାଙ୍କ ଗାଁ ମଧ୍ୟ ନିସ୍ତବ୍ଧ ହୋଇ ଯାଇଛି । ପରିବାର ଲୋକ ଆଜିକୁ ଦଶ ଦିନ ହୋଇ ଗଲାନି ପୁଅକୁ ଦେଖି ନାହାଁନ୍ତି । କୁଆଡେ ଗଲା ତାଙ୍କ ଭେଣ୍ଡିଆ ପୁଅ। ତାଙ୍କୁ ଖୋଜି ଖୋଜି ଦିନ ଯାଉଛି ।
ତେବେ ଏହାରି ମଧ୍ୟରେ ଆସି ପହଞ୍ଚି ଯାଇଛି ତାଙ୍କ ଦଶାହ କର୍ମ । ପୁଅର ଦଶାହ କର୍ମ କରିବା ପାଇଁ ଘର ବାହାରେ ଧଳା କପଡ଼ା ବନ୍ଧା ଚାଲିଛି । ସେପଟେ ଶହିଦଙ୍କ ଭିଣେଇ କହିଛନ୍ତି କି , ସରୋଜଙ୍କ ଦଶ ଆଉ ଏଗାର ଦିନ ଗୋଟିଏ ଦିନରେ ହିଁ ପାଳନ କରାଯିବ । କାହିଁକି ନା ବାପା ମାଆ ଥାଉ ଥାଉ ଦଶାହ ପାଳନ କରାଯାଏ ନାହିଁ । ଅନ୍ୟ ପକ୍ଷରେ ତାଙ୍କ ଭିଣେଇ ତାଙ୍କୁ ମନେ ପକାଇ କହିଛନ୍ତି ଯେ , ଦେଶ ପାଇଁ ସେ ଶହିଦ ହୋଇ ଗଲା ସେଥିପାଇଁ ମୁଁ ଭାରି ଗର୍ବିତ । କିନ୍ତୁ ମନ ଦୁଃ-ଖ ତ ନିଶ୍ଚିତ ଲାଗୁଛି ।
କାହିଁକି ନା ଆଗ ବର୍ଷ ଅକ୍ଟୋବରରେ ଘରକୁ ଆସିଥିଲା ଆଉ ମୋ ସହିତ ଅନେକ କଥା ହୋଇଥିଲା ଏବଂ କହିଥିଲା ପୁଣି ଥରେ ଅକ୍ଟୋବରକୁ ଆସିବି ।ତେବେ ସରୋଜ ସିନା ଆସିଲେ କିନ୍ତୁ ଦେଶ ମା ପାଇଁ ଶ-ହିଦ ହୋଇ ଘରକୁ ଫେରିଲେ । ଅନ୍ୟ ପକ୍ଷରେ ତାଙ୍କ ମାଆ ମଧ୍ୟ କା-ନ୍ଦି କା-ନ୍ଦି କହିଛନ୍ତି ଆଉ ରୋଜଗାରିଆ ପୁଅ ଚାଲିଗଲା ଏବେ ଆମେ ଆଉ କାହା ଭରସାରେ ଚଳିବୁ । ଆମେ ଆଉ କାହା ମୁଁହ ଦେଖି ଦିନ କା-ଟିବୁ । ଦୟାକରି ସରକାର ଆମକୁ ଟିକିଏ ସାହାଯ୍ୟ କରନ୍ତୁ। ନଚେତ୍ ଆମେ ଆଉ ବଞ୍ଚିବୁ ନାହିଁ ।