୯ ମାସର ଗର୍ଭବତୀ ମହିଳା ୫ ମିନିଟରେ ଦୌଡିଲେ ୧.୬ କିଲୋମିଟର

ମହିଳାଙ୍କ ପାଇଁ ଗର୍ଭ ଧାରଣା କରିଥିବା ସ୍ଥିତି ବହୁତ ସମ୍ବେଦନଶୀଳ ହୋଇଥାଏ | ସାଧାରଣତଃ ମହିଳାମାନେ ୯ ମାସର ଗର୍ଭବତୀ ହେବା ବେଳକୁ ବୁଲିବା, ଚାଲିବା, ବସିବା, ଉଠିବାରେ ଅନେକ ଅସୁବିଧା ସମୁଖିନ୍ନ କରିଥାନ୍ତି | କିନ୍ତୁ ନିକଟରେ ହିଁ ଏହାର ସମ୍ପୂର୍ଣ୍ଣ ଓଲଟା ଏକ ଘଟଣା ଦେଖିବାକୁ ମିଳିଛି | ତେବେ ମାଇକେଲ ମାଇଲର ନାମକ ଜଣେ ବ୍ୟକ୍ତି ନିଜ ୟୁଟ୍ୟୁବ ଚ୍ୟାନେଲରେ ଏପରି ଏକ ଭିଡିଓ ସେୟାର କରିଥିଲେ ଯେ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ରହିଯାଇଥିଲେ |

ଏହି ଭିଡିଓରେ ଜଣେ ଗର୍ଭବତୀ ମହିଳାଙ୍କୁ ଦୌଡୁଥିବାର ଦେଖିବାକୁ ମିଳୁଛି | ଯେଉଁ ଅବସ୍ଥାରେ ମହିଳାମାନଙ୍କ ପାଇଁ ଚାଲିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଥାଏ ସେପରି ସ୍ଥିତିରେ ମହିଳା ଜଣକ ଦୌଡୁଛନ୍ତି | ପ୍ରାୟ ଏକ ମିନିଟ ଅବଧିର ଏହି ଭିଡିଓରେ ମାଇକେଲଙ୍କର ୯ ମାସର ଗର୍ଭବତୀ ପତ୍ନୀ ମାକେନା ଦୌଡୁଥିବାର ନଜର ଆସିଛନ୍ତି |

ମାଇଲରର ସର୍ତ୍ତ ମୁତାବକ ମାଇକେଲଙ୍କର ୯ ମାସର ଗର୍ଭବତୀ ପତ୍ନୀ ମାକେନାଙ୍କୁ ମାତ୍ର ୮ ମିନିଟ ଭିତରେ ଗୋଟିଏ ମାଇଲ ଅର୍ଥାତ ୧.୬ କିଲୋମିଟର ଦୌଡ଼ିବାର ଥିଲା | ସର୍ତ୍ତ ମୁତାବକ ମାକେନ ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ଏକ ମାଇଲ ଦୂରତା ଅତିକ୍ରମ କରି ନେଉଛନ୍ତି ତେବେ ତାଙ୍କୁ ୧୦ ଡଲାର ମିଳିବାର ଥିଲା |

ସ୍ୱାମୀଙ୍କର ଏହି ସର୍ତ୍ତ ମୁତାବକ ତାଙ୍କ ୯ ମାସର ଗର୍ଭବତୀ ପତ୍ନୀ ମାକେନ ୮ ମିନିଟରେ ନୁହେଁ ମାତ୍ର ୫ ମିନିଟ ୨୫ ସେକେଣ୍ଡରେ ଏକ ମାଇଲ ଅର୍ଥାତ ୧.୬ କିଲୋମିଟର ଦୂରତା ଅତିକ୍ରମ କରିବା ସହିତ ସର୍ତ୍ତରେ ବିଜୟ ହାସଲ କରିଥିଲେ | ନିଜର ଏପରି ସ୍ଥିତିରେ ତାଙ୍କୁ ଦ୍ରୁତ ବେଗରେ ଦୌଡୁଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ରହିଯାଇଥିଲେ | ବାସ୍ତବରେ ଜଣେ ମହିଳାଙ୍କ ପାଇଁ ନିଜ ଗର୍ଭାବସ୍ଥାର ଶେଷ ମାସରେ ଏତେ ତୀବ୍ର ଦୌଡିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା | ତେବେ ତାଙ୍କର ଏହି ଭିଡ଼ିଓଟିକୁ ୬ ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ସୋସିଆଲ ମିଡିଆରେ ବିଭିନ୍ନ ଲୋକ ବହୁତ ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି | କିଛି ବ୍ୟବହାରକାରୀ ତ ତାଙ୍କୁ “ଆଇରନ ଲେଡି”ର ଆଖ୍ୟା ଦେଇଛନ୍ତି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *