ବ୍ରିଟେନ ରେ ପାଠ ପଢ଼ିଥିବା ପାକିସ୍ତାନୀ ମହିଳାଙ୍କ ହ-ତ୍ୟା କରି ଦିଆଯାଇଛି । ସ୍ଥାନୀୟ ରି-ପୋ-ର୍ଟ ଅନୁଯାୟୀ ଏହି କଥା ସାମ୍ନାକୁ ଆସିଛି ଯେ ସେହି ଯୁବତୀ ଙ୍କୁ ଦୁଇ ଜଣ ଯୁବକ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଏହି ମହିଳା ଜଣକ କାହାକୁ ବି ବିବାହ କରିବାକୁ ଚାହୁଁ ନଥିଲେ । ୨୬ ବର୍ଷୀୟା ମାୟରା ଜୁଲ୍ଫିକାର ଙ୍କୁ ନିଜର ଲାହୋର ଅପାର୍ଟମେଣ୍ଟ ରୁ ମୃ-ତ୍ୟୁ ଅବସ୍ଥାରେ ଉ-ଦ୍ଧା-ର କରାଯାଇଛି ।
ମାୟରା ବ୍ରିଟେନ ରୁ “ଲ” ପଢ଼ିଛନ୍ତି ଏବଂ ଦୁଇ ମାସ ପୂର୍ବରୁ ସେ ବ୍ରିଟେନ ରୁ ପାକିସ୍ତାନ ଆସିଥିଲେ । ମାୟରା ମିଡିଲସେକ୍ସ ୟୁନିଭରସିଟି ରୁ ଲ ପଢ଼ିଥିଲେ ଏବଂ ତାଙ୍କୁ ଫର୍ମ ଡଙ୍କନ ବ୍ଲେକେଟ ରେ ଚାକିରୀ ମଧ୍ୟ ମିଳିଥିଲା । ସେ ଲାହୋର ର ଡିଫେନ୍ସ ଏରିଆ ରେ ନିଜର ଜଣେ ସାଙ୍ଗ ସହିତ ଅପାର୍ଟମେଣ୍ଟ ରେ ଭଡ଼ା ରେ ରହୁଥିଲେ ।
ଇଣ୍ଡିପେଁଡେଣ୍ଟ ଉର୍ଦୁ ମୁତାବିକ ମାୟରା ଙ୍କ ଅଙ୍କଲ ମୋହମ୍ମଦ ନଜୀର ଏହି ମା-ମ-ଲା-ରେ ଏଫେୟାର ଦେଇଛନ୍ତି ଏବଂ ଯଦୁନ ଏବଂ ସାଦ ନାମକ ଦୁଇ ପୁଅଙ୍କ ଉପରେ ମାୟରାଙ୍କ ହ-ତ୍ୟା ଆ-ରୋ-ପ ଲଗାଇଛନ୍ତି । ତାଙ୍କ କହିବା କଥା ଯେ ଏହି ଦୁଇଜଣ ପୁଅ ଗତ କିଛି ସମୟରୁ ମାୟରା ଙ୍କ ପଛରେ ପଡ଼ିଥିଲେ ଏବଂ ତାଙ୍କୁ ଧ-ମ-କ ମଧ୍ୟ ଦେଉଥିଲେ ।
ନଜୀର ଦାବି କରିଛନ୍ତି ଯେ ମାୟରା ଙ୍କୁ ଏହି ଦୁଇଜଣ ଲୋକ ହିଁ ଅନ୍ୟ ଦୁଇ ଲୋକଙ୍କ ସହିତ ମିଶି ହ-ତ୍ୟା କରିଛନ୍ତି । ବଟ୍ଟ ଏବଂ ଜାହିର ମାୟରା ଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଦୁହିଁଙ୍କ ମଧ୍ୟରେ କେହିବି ହାର ମାନିବାକୁ ଚାହୁଁ ନଥିଲେ । ପୁଣି ମାୟରା ଦୁଇ ଜଣ ପୁଅଙ୍କ ମଧ୍ୟରୁ କାହାକୁ ବି ପସନ୍ଦ କରୁ ନଥିଲେ । ମାୟରା ପାକିସ୍ତାନ ରେ ଦୁଇ ମାସ ପୂର୍ବରୁ ଏକ ବିବାହ ଉତ୍ସବ ରେ ଯୋଗ ଦେବାକୁ ଆସିଥିଲେ ଏବଂ କିଛି ଦିନ ସେ ପାକିସ୍ତାନ ରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।
ନଜୀର ଏହା ମଧ୍ୟ କହିଥିଲେ ଯେ କିଛି ସମୟ ପୂର୍ବରୁ ତାଙ୍କର ସାକ୍ଷାତ ମାୟରା ଙ୍କ ସହିତ ହୋଇଥିଲା ଏବଂ ସେ ଅଭି-ଯୋଗ ମଧ୍ୟ କରିଥିଲେ ଯେ ଦୁଇ ଜଣ ଲୋକ ତାଙ୍କୁ ଧ-ମ-କ ଦେଉଛନ୍ତି । ମାୟରା ଙ୍କ ଶରୀରରୁ କ୍ଷ-ତ ମଧ୍ୟ ମିଳିଛି ଏବଂ ଏପରି କୁହାଯାଉଛି ଯେ ତାଙ୍କ ମୃ-ତ୍ୟୁ ତଣ୍ଟି ଚିପି ହୋଇଛି । କିନ୍ତୁ ଏବେ ପର୍ଯ୍ୟନ୍ତ ପୋ-ଷ୍ଟମ-ର୍ଟମ ରି-ପୋ-ର୍ଟ ଆସିବା ବାକି ଅଛି ।