ବୋଧହୁଏ କୁହାଯାଏ କି କୁକୁର ସବୁଠାରୁ ବିଶ୍ଵସ୍ତ ପଶୁ ହୋଇଥାଏ କିନ୍ତୁ ଅଷ୍ଟ୍ରେଲିଆରେ ଗୋଟିଏ ବିଲେଇ ନିଜ ଜୀବନ ସହିତ ଖେଳି ପ୍ରମାଣ କରି ଦେଇଛି କି ବିଶ୍ଵସ୍ତତା ଘ-ଟଣାରେ ବିଲେଇ ମଧ୍ୟ କିଛି କମ ନୁହନ୍ତି। ଦୁନିଆର ସବୁଠାରୁ ବିଷାକ୍ତ ସାପ ଇଷ୍ଟର୍ନ ବ୍ରାଉନ ଠାରୁ ଦୁଇଟି ଛୁଆଙ୍କୁ ବଞ୍ଚାଇବା ପାଇଁଁ ଏହି ବିଲେଇଟି ନିଜର ଜୀବନ ଦେଇ ଦେଇଛି। ଏହି ଘଟଣା ଅଷ୍ଟ୍ରେଲିଆର କ୍ବୀଂସଲ୍ୟାଣ୍ଡ ସହରରେ ହୋଇଛି।
ଖବର ମୁତାବକ ଦୁଇଟି ଛୁଆ ନିଜ ଘରର ଫଛରେ ଥିବା ବଗିଚାରେ ଖେଳୁଥିଲେ ସେତେବେଳେ ସେଠାରେ ଇଷ୍ଟର୍ନ ବ୍ରାଉନ ନାମକ ଏକ ସାପ ଦେଖା ଯାଇଥିଲା। ଏହି ବିଲେଇଟି ପୂରା ସାହାସର ସହ ସାପକୁ ସମ୍ମୁଖୀନ କରିଥିଲା ଏବଂ ଛୁଆଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲା। ନ୍ୟାସନାଲ ଜ୍ୟୋଗ୍ରାଫିକ ମୁତାବକ ଇଷ୍ଟର୍ନ ବ୍ରାଉନ ଅଷ୍ଟ୍ରେଲିଆର ସବୁଠାରୁ ବିଷାକ୍ତ ସାପ ଅଟେ ଏବଂ ଏହି ସାପ ଅନ୍ୟ ସାପ ମାନଙ୍କ ତୁଳନାରେ ଅଷ୍ଟ୍ରେଲିଆରେ ସବୁଠାରୁ ଅଧିକ ଲୋକଙ୍କର ଜୀ-ବନ ନେଇଥାଏ।
ଇଷ୍ଟର୍ନ ବ୍ରାଉନ ସାପ ବହୁତ ଆକ୍ରମକ ଏବଂ ଦ୍ରୁତ ଗତିରେ ଯାଇଥାଏ। ଏମାନଙ୍କୁ ବହୁତ ଶୀଘ୍ର ରାଗ ମଧ୍ୟ ଲାଗିଥାଏ ଏବଂ ଏହା ଅଷ୍ଟ୍ରେଲିଆର ସବୁଠାରୁ ବିଷାକ୍ତ ସାପ ମାନଙ୍କ ମଧ୍ୟରେ ପ୍ରସିଦ୍ଧ ଅଟେ ଏବଂ ସାରା ଦୁନିଆରେ ଏହା ସବୁଠାରୁ ବିଷାକ୍ତ ସାପ ମାନଙ୍କ ମଧ୍ୟରେ ଦ୍ଵିତୀୟ ସ୍ଥାନରେ ରହିଛି। ଏହି କାରଣରୁ ଏହି ସାପ ଗୋଟିଏ ଥର ମଧ୍ୟ ଏହି ଛୁଆମାନଙ୍କ ପାଇଁ ଘାତକ ହୋଇଥିଲା। ଆର୍ଥର ଯେମିତି ହିଁ ଏହି ସାପକୁ ଦେଖିଥିଲେ ସେ ସେହି ସମୟରେ ଏହା ଉପରେ ଡରି ଯାଇଥିଲେ।
ଆର୍ଥର ବହୁତ ସଂଘର୍ଷ ପରେ ଏହି ସାପକୁ ମାରି ଦେଇଥିଲେ ହେଲେ ଏହି ଭୟ-ଙ୍କର ସଂ-ଘର୍ଷ ସମୟରେ ଇଷ୍ଟର୍ନ ବ୍ରାଉନ ମଧ୍ୟ ଆର୍ଥରକୁ କାମୁଡି ଦେଇଥିଲା। ଏହି ସାପର ବିଷ ଏତେ ବିଷାକ୍ତ ଥିଲା କି ଆର୍ଥରକୁ ଯେମିତି ହିଁ ଏହି ସାପ କାମୁଡାଥିଲା ତ ସେ କିଛି ସମୟ ପାଇଁ ତଳେ ପଡି ଯାଇଥିଲା କିନ୍ତୁ କିଛି ସମୟପରେ ହିଁ ସେ ଉଠି ଛିଡ଼ା ହୋଇଥିଲା। ହେଲେ ଆଗ ଦିନରେ ଆର୍ଥରର ଶରୀରରେ ଏହି ସାପର ବିଷ ଖେଳି ଯାଇଥିଲା।
ଯେତେବେଳେ ଆର୍ଥରର ମାଲିକ ତାର ଅବସ୍ଥାକୁ ଦେଖିଥିଲେ ତ ତାକୁ ସାଙ୍ଗେ ସାଙ୍ଗେ ଡାକ୍ତରଖାନାକୁ ନେଇଯାଇଥିଲେ କିନ୍ତୁ ତାକୁ ବଞ୍ଚାଯାଇ ପାରିଲା ନାହିଁ। କ୍ବୀନ୍ସଲ୍ୟାଣ୍ଡର ଏନିମଲ ଇମରଜେନ୍ସି ସର୍ଭିସର କହିବାର ଥିଲା କି ଏହି ଘ-ଟଣା ପରେ ବିଲେଇର ମାଲିକ ହତାଶ ଏବଂ ନିରାଶ ହୋଇ ଯାଇଥିଲେ। ଫେସବୁକର ଏକ ପୋଷ୍ଟରେ ଲେଖିଥିଲେ କି ଆର୍ଥରର ପରିବାର ତାକୁ ବହୁତ ମନେ ପକାଉଛନ୍ତି ଏବଂ ସେମାନେ ସବୁବେଳେ ଆର୍ଥରର ବାହାଦୁରିକୁ ମନେ ରଖିବେ ଯେଉଁଥିପାଇଁ ତାଙ୍କ ଛୁଆଙ୍କର ଜୀବନ ବଞ୍ଚି ଯାଇଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।