ଉତ୍ତରପ୍ରଦେଶର ଗୋଡ଼ାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ବିବାହ କରିବା ପରେ ବଧୂ ନିଜ ପ୍ରେମୀଙ୍କ ସହ ଫେରାର ହୋଇଯାଇଛି ଏବଂ ରାତାରାତି ଏହାର ଖବର କାହାକୁ ମିଳିନଥିଲା | ସକାଳୁ ଏସବୁ ସମସ୍ତେ ଜାଣିବା ପରେ ଚାଞ୍ଚଲ୍ୟ ଖେଳିଯାଇଥିଲା |
ବାସ୍ତବରେ ଏହି ସମ୍ପୂର୍ଣ୍ଣ ଘଟଣା ଗୋଡ଼ାର ଛପିୟା ଥାନା ଅଞ୍ଚଳର ଅଟେ | ଏଠାରେ ଗାଁରେ ଏକ ବ୍ୟକ୍ତିଙ୍କୁ ୨୬ ନଭେମ୍ବର ଦିନ ରାତିରେ ଗୋଡ଼ାର ହିଁ ମନକାପୁର ଥାନା ଅଞ୍ଚଳରୁ ବରଯାତ୍ରୀ ଆସିଥିଲା | ନାଚି ନାଚି ଖୁସିର ସହିତ ଆସିଥିବା ବରଯାତ୍ରୀ ବର ସହିତ ବଧୂର ଘରେ ପହଞ୍ଚିଥିଲେ ଏବଂ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥିଲା | ଏହାପରେ ବିଭାର ସମସ୍ତ ରୀତିନୀତି ମଧ୍ୟ ସମ୍ପର୍ଣ୍ଣ ହୋଇଥିଲା | ଏମିତିକି କାହାକୁ ମଧ୍ୟ ଜଣା ନଥିଲା ଆଗକୁ କଣ ହେବାକୁ ଯାଉଛି |
ଯେତେବେଳେ ସମସ୍ତ ରୀତିନୀତି ସମ୍ପର୍ଣ୍ଣ ହୋଇଯାଇଥିଲା ଏବଂ ସମସ୍ତେ ଆରାମ କରିବା ପାଇଁ ଯାଇଥିଲେ, ସେହି ଅବସରରେ ସକାଳୁ ଉଠି ବଧୂ ନିଜ ପ୍ରେମୀ ସହ ଫେରାର ହୋଇଯାଇଥିଲେ | ସକାଳୁ ଯେତେବେଳେ ଝିଅ ପରିବାର ଲୋକଙ୍କୁ ବଧୂର ନମିଳିବାର ଖବର ମିଳିଥିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ପ୍ରଥମେ ସେ କାହାରିକୁ ନଜଣାଇ ଖୋଜିବାକୁ ଲାଗିଲେ, ଆଖପାଖର ପଡୋଶୀଙ୍କୁ ମଧ୍ୟ ପଚାରିଥିଲେ କିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା |
ଧୀରେ ଧୀରେ ଏହି ଖବର ନିଆଁ ପରି ଖେଳି ଯାଇଥିଲା ଯେ ବଧୂ ଫେରାର ହୋଇଯାଇଛି | ବରଯାତ୍ରୀ ମାନଙ୍କ ମଧ୍ୟରେ ନୀରବତାର ବାତାବରଣ ଖେଳି ଯାଇଥିଲା | କାହାରିକୁ କିଛି ବୁଝା ପଡୁନଥିଲା ଯେ ବର୍ତ୍ତମାନ କଣ କରାଯିବ | ଏହାପରେ ଉଭୟ ପକ୍ଷର ଲୋକମାନେ ପରସ୍ପର ମଧ୍ୟରେ ଏବିଷୟରେ କଥା ହେବା ଆରମ୍ଭ କରିଦେଇଥିଲେ ଯେ ଆଗକୁ କଣ କରିବାର ଅଛି |
ଏହାପରେ ଗାଁ ଲୋକଙ୍କ ସହଯୋଗରେ ଉଭୟ ପକ୍ଷ ମଧ୍ୟରେ ଚୁକ୍ତି ହେଲା ଯେ କେହି ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ କରିବେ ନାହିଁ ଏବଂ କୌଣସି କେସ ମଧ୍ୟ ଫାଇଲ କରାଯିବ ନାହିଁ | ବଧୂର ଘରଲୋକ କିଛି ମଧ୍ୟ କହିବାକୁ ମନା କରିଦେଇଛନ୍ତି, ସେମାନେ ବହୁତ କାନ୍ଦୁଛନ୍ତି | ଏହି ଘଟଣା ସମ୍ପର୍କରେ ଥାନା ଅଧିକାରୀ କହିଥିଲେ ଯେ ଏହି ଘଟଣାରେ ବର୍ତ୍ତମାନ କୌଣସି ମଧ୍ୟ ସୂଚନା ପ୍ରାପ୍ତ ହୋଇନାହିଁ |