ଆଜି ଜନ୍ମଦିନରେ ମା ଅପରାଜିତା ଏବଂ ବାପା ଉତ୍ତମ ମହାନ୍ତିଙ୍କୁ ସକାଳୁ ଉଠି ମୁଣ୍ଡିଆ ମାରିଲେ ବାବୁଶାନ :-

ଜୁଲାଇ ୩୦ ତାରିଖ ଅର୍ଥାତ ଆଜି ହେଉଛି ବାବୁଶାନ ମହାନ୍ତିଙ୍କ ଜନ୍ମଦିନ । ଆଉ ଜନ୍ମଦିନରେ ବାବୁଶାନ କିଛି ଏପରି ପ୍ରତିଶୃତି ନିଜ ବାପା ମା’ଙ୍କୁ ଦେଇଛନ୍ତି ଯାହା ଶୁଣି ସମସ୍ତେ ଖୁସି ହୋଇଛନ୍ତି । ଏମିତିକି ବାବୁଶାନଙ୍କ ଫ୍ୟାନ ମାନେ ଏହା ଜାଣି ମଧ୍ୟ ବେଶ ଖୁସି ହୋଇଛନ୍ତି । ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଗତ ପାଖାପାଖି ୨ ସପ୍ତାହ ହେବ ବାବୁଶାନ , ତୃପ୍ତି ଏବଂ ପ୍ରକୃତି ମିଶ୍ରଙ୍କ ବିବାଦ ଚାଲିଛି । ଯେଉଁ ସମ୍ବନ୍ଧରେ ବର୍ତ୍ତମାନ ସୁଦ୍ଧା ଅନେକ ସୂଚନା ସାମ୍ନାକୁ ଆସିଛି । ତଥାପି କିନ୍ତୁ ବାବୁଶାନଙ୍କ ଫ୍ୟାନ ମାନେ ସବୁବେଳେ ବାବୁଶାନଙ୍କ ସହିତ ଛିଡ଼ା ହୋଇଛନ୍ତି ।

ଏହାମଧ୍ୟରେ ବାବୁଶାନଙ୍କ ଜନ୍ମ ଦିନ ମଧ୍ୟ ଆସି ଉପସ୍ଥିତ ହୋଇ ଯାଇଛି । ଜୁଲାଇ ୩୦ ରେ ଅର୍ଥାତ ଆଜି ବାବୁଶାନଙ୍କ ଜନ୍ମଦିନରେ ସତରେ ଯେପରି ନୂଆ ବାବୁଶାନ ଜନ୍ମ ହୋଇଛନ୍ତି । ତାଙ୍କ ପ୍ରତିଶ୍ରୁତି ମଧ୍ୟ ତାଙ୍କ ବାପାମା’ଙ୍କୁ ଅଧିକ ଖୁସି ଦେବ ବୋଲି ଆଶା କରାଯାଉଛି । ବାବୁଶାନ ନିଜ ଜନ୍ମଦିନରେ ସକାଳୁ ଉଠି ସର୍ବପ୍ରଥମେ ନିଜ ମା ଅପରାଜିତା ଏବଂ ବାପା ଉତ୍ତମ ମହାନ୍ତିଙ୍କୁ ମୁଣ୍ଡିଆ ମାରି ଅନେକ କିଛି ପ୍ରତିଶୃତି ଦେଇ ନିଜ ଜୀବନକୁ ପୁଣିଥରେ ଆରମ୍ଭ କରିବେ ବୋଲି କହିଛନ୍ତି ।

ସେ କହିଛନ୍ତି ଯେ ନିଜ ବାପା , ମା , ସ୍ତ୍ରୀ ଏବଂ ପୁଅ ସହିତ ହିଁ ନିଜ ଜନ୍ମଦିନକୁ ପାଳନ କରିବେ । ଯେଉଁଠି ସେ କିଛିଦିନ ହେବ ବାହାରେ ଥିଲେ ତେଣୁ ଅପରାଜିତାଙ୍କ କହିବା ଅନୁଯାୟୀ ସେ ନିଜ ମା’ ପାଖକୁ ପୁଣିଥରେ ଫେରି ଆସିଥିଲେ । ତେବେ ଆଜି ସେ ନିଜ ଜନ୍ମଦିନ ଅବସରରେ ଅନେକ କିଛି ପ୍ରତିଜ୍ଞା କରିଛନ୍ତି । ସେ ଆଜିହିଁ ତୃପ୍ତିଙ୍କ ମଉସା ମାଉସୀଙ୍କ ସହ କଥା ହୋଇ ତାଙ୍କୁ କ୍ଷମା ମାଗି ତୃପ୍ତି ଏବଂ ତାଙ୍କ ପୁଅଙ୍କ ଫେରାଇ ଆଣିବେ । ସେ ଜାଣିଛନ୍ତି ଯେ ତୃପ୍ତି ଯେତେ ଅଭିମାନ କରିଥିଲେ ବି ନିଜ ସ୍ୱାମୀକୁ ନିଶ୍ଚିତ କ୍ଷମା କରି ଘରକୁ ଫେରି ଆସିବେ ।

ନିଜ ଜନ୍ମଦିନ ଠାରୁ ନିଜ ଜୀବନକୁ ପୁଣିଥରେ ନୂଆକରି ବଞ୍ଚିବେ । ତୃପ୍ତିଙ୍କ ମଉସା ମାଉସୀଙ୍କୁ ଆଶ୍ୱାସନା ଦେବେ ଏବଂ କହିବେ ଯେ ଏପରି ଭୁଲ ଆଉ କେବେ ହେବନି । ଆଉ ଯେମିତି ଭାବରେ ତାଙ୍କ ପରିବାର ଖୁବ ଖୁସିରେ ରହିଥିଲେ ସେହିପରି ରହିବେ । ବାବୁଶାନଙ୍କ ଭଳି ବ୍ୟକ୍ତିତ୍ୱର ଫ୍ୟାନ ସାରା ଓଡ଼ିଶାରେ ପ୍ରାୟ ଅନେକ ଅଛନ୍ତି । ଆଉ ଆଶ୍ଚର୍ଯ୍ୟର କଥା ଏହା ଯେ ଫ୍ୟାନ ମାନେ ବାବୁଶାନଙ୍କ ସପକ୍ଷରେ ହିଁ ଛିଡ଼ା ହୋଇଛନ୍ତି । ବାକି ଦେଖିବାକୁ ବାକି ରହିଲା ଯେ ବାବୁଶାନ ତୃପ୍ତିଙ୍କୁ କେବେ ଫେରାଇ ଆଣୁଛନ୍ତି ଏବଂ ନିଜ ପରିବାର ସହିତ କିପରି ନିଜ ନିଜ ଜନ୍ମଦିନକୁ ପାଳନ କରୁଛନ୍ତି ।

Leave a Reply

Your email address will not be published. Required fields are marked *