ଆଜି ଯାଏ ପିଛା ଛାଡୁନି ଅନ୍ଧବିଶ୍ୱାସ। ଚିକିତ୍ସା ନାଁରେ ଖୁଆଇ ଦେଲେ ଘୁଷୁରୀ ମଳ, ତାପରେ ହେଲା ଏମିତି ଆଶ୍ଚର୍ଯ୍ୟ କଥା

ଏକବିଂଶ ଶତାବ୍ଦୀରେ ଆଜି ମଧ୍ୟ ଲୋକମାନେ ଡାକ୍ତର ଏବଂ ହସ୍ପିଟାଲକୁ ଛାଡି ଚିକିତ୍ସା ପାଇଁ ଅନ୍ଧବିଶ୍ୱାସକୁ ଆପଣେଇ ନେଉଛନ୍ତି। ଏପରି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଓଡ଼ିଶାର ମାଲକାନଗିରି ଜିଲ୍ଲାରେ। ଯେଉଁଠାରେ ରୋଗରେ ପଡିଥିବା ଏକ ଯୁବତୀଙ୍କୁ ଜଣେ ବ୍ୟକ୍ତି ଘୁଷୁରୀ ମଳ ଖୁଆଇ ଦେଇଛନ୍ତି। ବାସ୍ତବରେ ସ୍ବାଧିନତାର ୭୦ ବର୍ଷ ପରେ ମଧ୍ୟ ଭାରତର ଆଦିବାସୀ ସମ୍ପ୍ରତିରେ ଆଜି ବି ଜୀବିତ ରହିଛି ଅନ୍ଧବିଶ୍ୱାସ। ସୂଚନା ମୁତାବକ ମାଲକାନଗିରିରେ ରୋଗରେ ପଡିଥିବା ଏକ ଯୁବତୀଙ୍କୁ ଠିକ କରିବା ପାଇଁ ଯାଦୁ ଟୋନାର ଆଶ୍ରୟ ନେଇଥିଲେ। ଯାଦୁ ଟୋନା କରୁଥିବା ଜଣେ ବ୍ୟକ୍ତି ସେହି ଯୁବତୀର ଚିକିତ୍ସା ପାଇଁ ତା’ଦେହରେ ଆତ୍ମା ଅଛି କହି ପ୍ରଥମେ ଯୁବତୀକୁ ପିଟିଥିଲେ। ଏହାପରେ ଚିକିତ୍ସା ନାଁରେ ଘୁଷୁରୀ ମଳ ଖୁଆଇ ଦେଇଥିଲେ।

ଯୁବତୀ ଜଣକ ଗୋଟିଏ ସପ୍ତାହରୁ ଅଧିକ ସମୟରୁ ରୋଗ ଗ୍ରସ୍ତ ଥିଲେ। ଶରୀରରେ ଆତ୍ମା ପ୍ରବେଶ କରିଛି ବୋଲି ଆଶଙ୍କା କରି, ଗାଁର ଲୋକମାନେ ସ୍ଥାନୀୟ ଏକ ତାନ୍ତ୍ରିକ ପାଖକୁ ନେଇଯାଇଥିଲେ। ତାନ୍ତ୍ରିକ ଜଣକ ଚିକିତ୍ସା ନାଁରେ କେବଳ ଘୁଷୁରୀ ମାଂସ ଖାଇବାକୁ ଦେଇନଥିଲେ ଏଥିସହିତ ଘୁଷୁରୀ ମଳ ମଧ୍ୟ ଖାଇବାକୁ ଦେଇଥିଲେ।

ତାନ୍ତ୍ରିକ ଜଣକ ମନ୍ତ୍ର ଉଚ୍ଚାରଣ କରି ଯୁବତୀଙ୍କ ସାମ୍ନାରେ ଅନ୍ୟ ଅନୁଷ୍ଠାନ କରିବା ପରେ କହିଥିଲେ ଯେ ଭୁତ ପ୍ରେତର ଛାୟା ରହିଛି। ଏହାର ନିବାରଣ ଘୁଷୁରୀ ମଳ ଖାଇବା ଦ୍ଵାରା ହିଁ ହୋଇପାରିବ। ଏଥିସହିତ ତାନ୍ତ୍ରିକ ଜଣକ ଚିକିତ୍ସା ସମୟରେ ଯୁବତୀଙ୍କୁ ମାଡ଼ ମଧ୍ୟ ମାରିଛନ୍ତି। ତାଙ୍କ ଶରୀରରେ ମାଡ଼ର ଦାଗ ମଧ୍ୟ ରହିଯାଇଥିଲା। ଏହା ରବିବାର ଦିନର ଘଟଣା। ଯୁବତୀଙ୍କ ସ୍ୱାସ୍ଥ୍ୟ ଅତ୍ୟଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାଡ଼ ଦ୍ୱାରା ହୋଇଥିବା କ୍ଷତ ଯୋଗୁଁ ସେ ଅଧିକ ଅସୁସ୍ଥ ହୋଇପଡିଛନ୍ତି।

ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଆଜିବି ଅନ୍ଧବିଶ୍ୱାସ ଚିକିତ୍ସା ପଦ୍ଧତି ଜୀବିତ ରହିଛି। ଏହି ଅଞ୍ଚଳ ଗୁଡିକର ଲୋକମାନେ ରୋଗରେ ପଡିଲେ ହସ୍ପିଟାଲ ବଦଳରେ ତାନ୍ତ୍ରିକ ପାଖକୁ ଯାଇଥାନ୍ତି। ଏହି ଅଞ୍ଚଳ ଗୁଡିକ ନକ୍ସଲ ପ୍ରଭାବିତ ହୋଇଥିବା ବେଳେ ଏଠାରେ ଭଲ ସଡ଼କ କିମ୍ବା ହସ୍ପିଟାଲ ସେତେ ପରିମାଣରେ ଉପଲବ୍ଧ ନାହିଁ। ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ଖଟିଆରେ ବୋହିନେବା ଏହି ଅଞ୍ଚଳର ଲୋକଙ୍କ ପାଇଁ ସାଧାରଣ କଥା।

ତେବେ ଏହି ମାମଲାକୁ ନେଇ ମାଲକାନଗିରିର ଜିଲ୍ଲା ଏସପି ୠଷିକେଶ ଖିଲାରୀ ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ ଘଟଣାର ଯାଞ୍ଚ ଚାଲିଛି। ଆମେ ମହିଳାଙ୍କ ସମ୍ପର୍କରେ ରହିଛୁ। ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ଏହି ଘଟଣାରେ ତଦନ୍ତ ପାଇଁ ଏକ ଟିମ ପ୍ରସ୍ତୁତ କରାଯାଇଛି।

Leave a Reply

Your email address will not be published. Required fields are marked *