ଆକ୍ଟର ଅମୀର ଖାନଙ୍କ ଭଣଜା ଏବଂ ଦେଲି ବେଲି ପରି ଫିଲ୍ମରେ କାମ କରିଥିବା ଇମରାନ ଖାନ ଆକ୍ଟିଙ୍ଗ ଛାଡିବା ପାଇଁ ନିସ୍ପତି ନେଇଛନ୍ତି। ବହୁ ସମୟ ଧରି ଆକ୍ଟିଙ୍ଗରୁ ଦୂରେଇ ରହିଥିବା ଇମରାନ ଖାନ ବର୍ତ୍ତମାନ ଆକ୍ଟିଙ୍ଗ ଛାଡି ଦେଇଛନ୍ତି।
ଇମରାନ ଖାନଙ୍କ ସାଙ୍ଗ ଏବଂ ଆକ୍ଟର ଅକ୍ଷୟ ଓବରୟ ଏକ ନ୍ୟୁଜ ଇନ୍ଟ୍ରବ୍ୟୁରେ ଏହି ବିଷୟରେ ଜଣେଇଛନ୍ତି। ତାଙ୍କ କହିବା ମୁତାବିକ ବର୍ତ୍ତମାନ ଇମରାନ ଆକ୍ଟିଙ୍ଗ୍ ଛାଡିଦେଇଛନ୍ତି।
ସେ କହିଥିଲେ କି ମୋ ସାଙ୍ଗ ଇମରାନ ବର୍ତ୍ତମାନ ଆକ୍ଟର ନୁହଁନ୍ତି। ସେ ଆକ୍ଟିଙ୍ଗ୍ ଛାଡି ଦେଇଛନ୍ତି। ସେ ମୋର ଅନ୍ତରଙ୍ଗ ବନ୍ଧୁ ଅଟେ। ମୁଁ ତାଙ୍କୁ ସକାଳ ୪ଟା ରେ ମଧ୍ୟ କଲ କରିପାରିବି। ଆମେ ପରସ୍ପରକୁ ଆଠ ବର୍ଷ ହେଲା ଜାଣିଛୁ।
ଆକ୍ଟିଙ୍ଗ୍ ପରେ ଇମରାନଙ୍କର ଫ୍ୟୁଚର ପ୍ଲାନ କଣ ଅଟେ ? ଏହି ପ୍ରଶ୍ନରେ ଅକ୍ଷୟ ଠିକ୍ ଉତ୍ତର ଦେଇ ନଥିଲେ। କିନ୍ତୁ ତାଙ୍କୁ ସମ୍ପୁର୍ଣ୍ଣ ବିଶ୍ବାସ କି ଇମରାନ ବର୍ତ୍ତମାନ ଆକ୍ଟିଙ୍ଗ୍ ଦୁନିଆ ଛାଡି ଡାଇରେକ୍ସନ ଦୁନିଆକୁ ଯାଇପାରନ୍ତି।
ତାଙ୍କ ହିସାବରେ ଇମରାନକୁ ଫିଲ୍ମ ବିଷୟରେ ବହୁତ କିଛି ଜଣା ଅଛି। ଏମିତି ସେ ନିଜର କେତେକ ଫିଲ୍ମରେ ମଧ୍ୟ ଡାଇରେକ୍ସନ ମଧ୍ୟ ଦେଇ ପାରିବେ। କିନ୍ତୁ ବର୍ତ୍ତମାନ ଇମରାନ ଲାଈମଲାଇଟରୁ ଦୂରେଇ ରହିବେ।
ଅକ୍ଷୟ କହିଛନ୍ତି କି ଫ୍ଲପ ଫିଲ୍ମ ସମସ୍ତଙ୍କ କାରିଅରର ଗୋଟିଏ ଅଶଂ। କେତେକ ଫିଲ୍ମରେ ଇମରାନ କାମ କରିଛନ୍ତି ସେଥି ମଧ୍ୟରୁ କେତେକ ଭଲ ଚାଲିଲା ଆଉ କେତକ ଫ୍ଲପ ହୋଇଗଲା। ଏହାକୁ ତାଙ୍କର ଅସଫଳତା ବୋଲି କୁହାଯିବ ନାହିଁ।
ଇମରାନଙ୍କୁ ଗତ ଥର ଫିଲ୍ମ ‘ କଟି ବଟି ‘ ରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ସେ କଙ୍ଗନା ରନାଓ୍ବତଙ୍କ ସହ ଦେଖିବାକୁ ମିଳିଥିଲେ। ଏହା ବ୍ୟତିତ ଇମରାନ ‘ନେ ଜାନୁ ତୁ ଜାନେ ନା’, କିଡନାପ, ଲକ, ଆଇ ହେଟ ଲଭ ଷ୍ଟୋରି , ପରି ଫିଲ୍ମ ରେ କାମ କରିଛନ୍ତି। ଇମରାନଙ୍କୁୁ ଫିଲ୍ମ ‘ଦେଲି ବେଲି ‘ ରେ ବହୁତ ଭଲ ପାଇବା ମିଳିଥିଲା।
ଇମରାନ ଅମିର ଖାନଙ୍କ ଫିଲ୍ମ କୟାମତ ସେ କୟାମତ ତକ ଏବଂ ଜୋ ଜିତି ବୋହି ସିକନ୍ଦର ରେ କାମ କରିଥିଲେ। ଏହା ପରେ ସେ ୨୦୦୮ ରେ ତାଙ୍କର ଡେବ୍ୟୁ କରିଥି୍ଲେ ଏବଂ ୨୦୧୫ ପର୍ଯ୍ୟନ୍ତ ସକ୍ରିୟ ରହିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।