ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଧୋକା ଦେଉଥିବାର ସନ୍ଦେହ କରୁଛନ୍ତି କି? ଏହି ୫ଟି ସଙ୍କେତକୁ ତୁରନ୍ତ କରନ୍ତୁ ପରୀକ୍ଷା।

ସମ୍ପର୍କର ଡୋରି ବହୁତ ସୂକ୍ଷ୍ମ ହୋଇଥାଏ। ଛୋଟ ଭୁଲରେ ମଧ୍ୟ ଏହି ଡୋରି ଛିଡି ଯାଇଥାଏ। ଆଜିକାଲି ଦୁନିଆରେ ସମସ୍ତେ ସ୍ୱାର୍ଥପର ହୋଇଥାନ୍ତି। ତେବେ ସେ ସ୍ଵାମୀ-ସ୍ତ୍ରୀ ହୋଇଥାନ୍ତୁ କିମ୍ବା ପ୍ରେମିକ-ପ୍ରେମିକା, ସମସ୍ତେ ନିଜ ନିଜ ସ୍ୱାର୍ଥ ପାଇଁ ବଞ୍ଚିଥାନ୍ତି ଏବଂ ଏହି ସ୍ୱାର୍ଥ ଦିନେ ସମ୍ପର୍କରେ ଧୋକା ଦେବାର କାରଣ ହୋଇଯାଇଥାଏ। କିନ୍ତୁ ଆପଣ କେମିତି ଜାଣିବେ ଯେ ଆପଣଙ୍କ ସାଥି ଧୋକା ଦେଉଛନ୍ତି କି ନାହିଁ ତାହା ସବୁଠୁ ବଡ଼ କାମ ହୋଇଥାଏ। ଏହା ଏମିତି ଏକ ଜିନିଷ ଯାହା ବିଷୟରେ କଥା ହେଲେ ମଧ୍ୟ ସମ୍ପର୍କରେ ତିକ୍ତତା ଆସିଯାଇଥାଏ। ତେବେ ଜାଣନ୍ତୁ ଏମିତି କଣ କରିବେ ଯାହାଦ୍ୱାରା ଆପଣ ସତ ମଧ୍ୟ ଜାଣି ପାରିବେ ଏବଂ ଆପଣଙ୍କ ସାଥୀଙ୍କୁ ମଧ୍ୟ ସନ୍ଦେହ ହେବ ନାହିଁ।

ମୋବାଇଲ ଫୋନ ଲୁଚାଇବା:

ଯଦି ଆପଣଙ୍କ ସାଥି ଆପଣଙ୍କ ଠାରୁ ମୋବାଇଲ ଫୋନ ଲୁଚାଇ ରଖୁଛନ୍ତି ଅଥବା ଏଷ୍ଟ୍ରା ଫୋନ ରଖିଛନ୍ତି କିମ୍ବା ବାରମ୍ବାର ପାଶୱାର୍ଡ ବଦଳାଉଛନ୍ତି ତେବେ ଆପଣ ତୁରନ୍ତ ସାବଧାନ ହୋଇଯାଆନ୍ତୁ। ଆପଣଙ୍କୁ କୌଣସି ଜିନିଷ ଲୁଚାଉଥିବାର ଏହା ଏକ ସଙ୍କେତ ଅଟେ। ତାଙ୍କ ମନରେ ନିହାତି କିଛି ସେ ଲୁଚାଇ ରଖିଛନ୍ତି। ନିଜ ସାଥୀଙ୍କୁ କିଛି ଲୁଚାଇବାର ଅର୍ଥ ସେ ମିଛ କହିଛନ୍ତି ଏବଂ ଧୋକା ଦେଉଛନ୍ତି।

ଅଧିକାଂଶ ସମୟ ଘରୁ ବାହାରେ ରହିବା:

ଯଦି କାମର ବହାନା କରି ଆପଣଙ୍କ ସାଥି ବାରମ୍ବାର ସହରରୁ ବାହାରକୁ ଯାଉଛନ୍ତି। ଅଫିସର କିଛି ପାର୍ଟି ହେଉ କିମ୍ବା ବନ୍ଧୁଙ୍କ ଜନ୍ମଦିନ କୌଣସି ସ୍ଥାନକୁ ଆପଣଙ୍କୁ ସାଥିରେ ନେଇଯାଉ ନାହାନ୍ତି ତେବେ ଏଥିରୁ ଜାଣି ନିଅନ୍ତୁ ଯେ କିଛି ଗଡ଼ବଡ଼ ରହିଛି। ବ୍ୟବସାୟ ଟ୍ରିପରେ ବାରମ୍ବାର ଯିବା ମଧ୍ୟ ଧୋକାର ଏକ ସଂକେତ ଅଟେ।

ଜୀବନସାଥୀଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିବା:

ଯଦି ଆପଣଙ୍କ ପାର୍ଟନର ଅଚାନକ ଜିମ ଯାଇ ବାଡି ବନାଇବା ସହିତ ବାଳ ରଙ୍ଗ କରିବା ଆରମ୍ଭ କରିଦିଅନ୍ତି। ନିଜର ପୋଷାକ ବାରମ୍ବାର ବଦଳାଇବା ଏବଂ ବ୍ନିଜ ସୁନ୍ଦରତା ଉପରେ ଆବଶ୍ୟକତା ଠାରୁ ଅଧିକ ଧ୍ୟାନ ଦେବା ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ଏମିତି ପରିସ୍ଥିତିରେ ଆପଣଙ୍କୁ ବୁଝିନେବା ଉଚିତ ଯେ, ତାଙ୍କର ଅନ୍ୟ କାହା ସହିତ ଚକ୍କର ଚାଲୁଛି କିମ୍ବା ଚାଲିବାକୁ ଯାଉଛି।

ଶାରୀରିକ ସମ୍ବନ୍ଧରେ ପରିବର୍ତ୍ତନ ଆସିବା:

ବିବାହର କିଛି ଦିନ ପରେ ରୋମାନ୍ସର କମି ଆସିଯାଇଥାଏ କିନ୍ତୁ ପରସ୍ପର ପ୍ରତି ଭଲ ପାଇବା ଶେଷ ହୋଇ ନଥାଏ। ଯଦି ଆପଣଙ୍କ ସାଥୀର ଆପଣଙ୍କ ପ୍ରତି ପ୍ରେମ କମିଯାଇଥାଏ ତେବେ ଜାଣି ନିଅନ୍ତୁ ସେ ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି। ଯେତେବେଳେ ଆପଣଙ୍କୁ ସଙ୍କେତ ମିଳିଯାଏ ଯେ ଆପଣଙ୍କ ସାଥି ପ୍ରେମ ପୂର୍ଵକ ମୁହୂର୍ତ୍ତ ବିତାଇବା ପାଇଁ ମହତ୍ତ୍ୱ ଦେଉ ନାହାନ୍ତି ସେତେବେଳେ ଆପଣ ସାବଧାନ ହୋଇଯାନ୍ତୁ।

ଆପଣଙ୍କ ପ୍ରତି ଦାୟିତ୍ୱହୀନ ମନୋଭାବ:

ଯଦି ଆପଣଙ୍କ ସାଥି ଆପଣଙ୍କର କୌଣସି ଚିନ୍ତା କରୁ ନାହାନ୍ତି । ଆପଣଙ୍କୁ କଣ ହୋଇଛି, ଆପଣ କେମିତି ଅଛନ୍ତି କିମ୍ବା ଆପଣ ନିଜକୁ ସଜାଇ ତାଙ୍କ ସାମ୍ନାକୁ ଆସିଲେ ମଧ୍ୟ ତାଙ୍କୁ କିଛି ଫରକ୍ ପଡୁ ନାହିଁ ତେବେ ବୁଝି ଯାଆନ୍ତୁ ଯେ ସେ ଆପଣଙ୍କ ପ୍ରତି କୌଣସି ଦାୟିତ୍ବ ନେଉ ନାହାନ୍ତି କି ଆପଣଙ୍କୁ ଦୃଷ୍ଟି ଦେଉ ନାହାନ୍ତି। ସେ ଆଗକୁ ଯାଇ ଆପଣଙ୍କୁ ଧୋକା ଦେଇ ପାରନ୍ତି। ସମ୍ପର୍କରେ ଦାୟିତ୍ଵହୀନତା ଧୋକାର ସବୁଠୁ ବଡ଼ ସଂକେତ ଅଟେ।

Leave a Reply

Your email address will not be published. Required fields are marked *