୯୦ଦଶକର ସୁପରହିଟ ସିନେମା ‘ଆଶିକୀ'(Aashiqui)ର ଅଭିନେତ୍ରୀ ଅନୁ ଅଗ୍ରୱାଲ(Anu Aggarwal) ୫୨ବର୍ଷର ହୋଇ ସାରିଛନ୍ତି।୧୧ଜାନୁଆରୀ ୧୯୬୯ରେ ଦିଲ୍ଲୀରେ ଜନ୍ମ ହୋଇଥିବା ଅନୁ ଅଗ୍ରୱାଲଙ୍କୁ ‘ଆଶିକୀ’ରୁ ନାମ ଏବଂ ପ୍ରସିଦ୍ଧି ଦୁଇଟି ଯାକ ମିଳିଥିଲା। ଏଥିରେ ତାଙ୍କ ବିପକ୍ଷରେ ମୁଖ୍ୟ ଚରିତ୍ରରେ ରାହୁଲ ରାୟ ଥିଲେ।ଆଶିକୀ ପରେ ଅନୁ ଅଗ୍ରୱାଲ କିଙ୍ଗ ଅଙ୍କଲ ଏବଂ ଖଳନାୟିକା ପରି ସିନେମାରେ ନଜର ଆସିଥିଲେ, କିନ୍ତୁ ତାଙ୍କ କ୍ୟାରିୟର ଦ୍ରୁତଗତିକୁ ଧରି ପାରିଲା ନାହିଁ।ଅନୁ ଅଗ୍ରୱାଲ ଶେଷଥର ୧୯୯୬ରେ ଆସିଥିବା ସିନେମା ‘ରିର୍ଟନ ଅଫ ଜ୍ବେଲଥୀଫ’ରେ ନଜର ଆସିଥିଲେ। ଏଥିରେ ତାଙ୍କ ସାଥିରେ ଦେବ ଆନନ୍ଦ ଏବଂ ଧର୍ମେନ୍ଦ୍ର ମଧ୍ୟ କାମ କରିଥିଲେ।
ଏହା ମଧ୍ୟରେ,୧୯୯୯ରେ ହୋଇଥିବା ଏକ ଭୟାନକ ଦୁର୍ଘଟଣା ପରେ ଅନୁ କୋମାକୁ ଚାଲିଯାଇଥିଲେ ଏବଂ ତାଙ୍କର ମାସେ ପର୍ଯ୍ୟନ୍ତ ଚେତା ଆସି ନଥିଲା। ପାଖାପାଖି ୨୯ଦିନ ପର୍ଯ୍ୟନ୍ତ କୋମାରେ ରହିବା ପରେ ଯେତେବେଳେ ଅନୁ ହୋଶକୁ ଆସିଥିଲେ ତ ସେ ନିଜକୁ ସଂପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ। ଏହି ଦୁର୍ଘଟଣାରୁ ଉପଶମ ପାଇବା ପାଇଁ ତାଙ୍କୁ ବହୁ ବର୍ଷ ଲାଗି ଯାଇଥିଲା ଏବଂ ସେତେବେଳକୁ ତାଙ୍କ ସିନେମା କ୍ୟାରିୟର ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା
ସ୍ମୃତିଶକ୍ତି ହରେଇ ବସିଥିବା ଅନୁ ଅଗ୍ରୱାଲଙ୍କର ୩ବର୍ଷ ପର୍ଯ୍ୟନ୍ତ ଚିକିତ୍ସା ଚାଲିଥିଲା। ଏହାପରେ ସେ ତାଙ୍କ ସ୍ମୃତିଶକ୍ତି ପୁଣି ଫେରି ପାଇଥିଲେ।ଅନୁ ଏକ ଇଣ୍ଟରବ୍ୟୁରେ କହିଥିଲେ- ମୁଁ ଆରମ୍ଭରୁ ହିଁ ଯୋଗ କରୁଥିଲି ଏବଂ ୧୯୯୭ରେ ମୁଁ ଉତ୍ତରାଖଣ୍ଡର ଆଶ୍ରମରୁ ଯୋଗ ଶିଖିଥିଲି। କିନ୍ତୁ ଏହା ମଧ୍ୟରେ,୧୯୯୯ରେ ମୋର ଦୁର୍ଘଟଣା ହୋଇଯାଇଥିଲା ଏବଂ ମୁଁ କୋମାରେ ଥିଲି। ଡାକ୍ତର ମୋ ବାପାମାଆଙ୍କୁ କହିଥିଲେ କି ତାଙ୍କର ମୃତ୍ୟୁ କୋମାରେ ହିଁ ହୋଇଯିବ। କିନ୍ତୁ ଯୋଗ ସାହାଯ୍ୟରେ ମୁଁ ମୃତ୍ୟୁକୁ ମଧ୍ୟ ହରାଇ ଦେଇଥିଲି।
ଅନୁ ଏକ ଇଣ୍ଟରବ୍ୟୁରେ କହିଥିଲେ-୧୯୯୬ ପର୍ଯ୍ୟନ୍ତ ସିନେମା କରିବା ପରେ ମୋର ବର୍ଲ୍ଡ ଟୁର ପାଇଁ ମନଥିଲା ଏବଂ ମୋର ଏହି କଥା ଶୁଣି ମୋ ଆସିଷ୍ଟାଣ୍ଟକୁ ଲାଗିଥିଲା କି ମୋର ମାନସିକ ଚିକିତ୍ସାର ଆବଶ୍ୟକତା ରହିଛି। ବାସ୍ତବରେ ମୋତେ ଲାଗିଥିଲା କି ମୁଁ ବଲିଉଡ ଟାଇପର ନୁହେଁ ତ ମୁଁ ମୋର ବାନ୍ଦ୍ରାରେ ଥିବା ଘର ଏବଂ କାରକୁ ବିକ୍ରି କରି ଦେଇଥିଲି। ଏହାପରେ ବର୍ଲ୍ଡ ଟୁର ପାଇଁ ବାହାରି ଯାଇଥିଲି।

ଅନୁ ଅଗ୍ରୱାଲ ଶେଷଥର ୧୯୯୬ରେ ଆସିଥିବା ସିନେମା ‘ରିଟର୍ନ ଅଫ ଜ୍ବେଲଥୀଫ’ରେ ନଜର ଆସିଥିଲେ। ଏଥିରେ ତାଙ୍କ ସହିତ ଦେବ ଆନନ୍ଦ ଏବଂ ଧର୍ମେନ୍ଦ୍ର ମଧ୍ୟ କାମ କରିଥିଲେ। ବହୁ ସମୟରୁ ସିନେମା ଠାରୁ ଦୂରରେ ରହିଥିବା ଅନୁ ଅଗ୍ରୱାଲଙ୍କ ଚେହେରା ଏବେ ବହୁତ ବଦଳି ଯାଇଛି ଏବଂ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଛି।
୧୯୯୬ ପରଠାରୁ ଅନୁ ଅଗ୍ରୱାଲ କୈାଣସି ସିନେମା କରିନାହାନ୍ତି ଏବଂ ଯୋଗ ଆଉ ଆଧ୍ୟାତ୍ମିକତା ପ୍ରତି ଧ୍ୟାନ କରି ନେଇଥିଲେ। ଏହି ଭୟାନକ ଦୁର୍ଘଟଣା ପରେ ଏବେ ଅନୁ ଅଗ୍ରୱାଲ ଗ୍ଳୈମର ବର୍ଲ୍ଡ ଠାରୁ ଦୂରେଇ ବସ୍ତି ଅଞ୍ଚଳକୁ ଯାଇ ଗରିବ ଛୁଆଙ୍କୁ ମାଗଣାରେ ଯୋଗ ଶିଖାଉଛନ୍ତି । ଅନୁ ଅଗ୍ରୱାଲ ଶେଷଥର ପାଖାପାଖି ୩ବର୍ଷ ପୂର୍ବରୁ ଅପ୍ରେଲ ୨୦୧୮ରେ ମହେଶ ଭଟ୍ଟଙ୍କ ପ୍ରଡକ୍ସନ ହାଉସର ବିଶେଷ ସିନେମାର ୩୦ତମ ଏନିବର୍ସରୀ ପାର୍ଟିରେ ନଜର ଆସିଥିଲେ।
ଅନୁ ନିଜ କାହାଣୀର ବାୟୋଗ୍ରାଫି ‘ଅନୟୁଜବଲ ମେମୋଇର ଆଫ ଏ ଗର୍ଲ ହୁ କେମ ଵୈକ ଫ୍ରାମ ଡେଡ’ରେ ଲେଖିଛନ୍ତି। ପରିଶେଷରେ ଅନୁ ଅଗ୍ରୱାଲ ଏକ ଫାଉଣ୍ଡେସନ ଚଳାଉଛନ୍ତି। ଯାହା ନାମ ଅନୁ ଅଗ୍ରୱାଲ ଫାଉଣ୍ଡେସନ ଅଟେ।ଏହା ବ୍ୟତୀତ ସେ ମୁମ୍ବାଇର ବସ୍ତି ଅଞ୍ଚଳରେ ରହୁଥିବା ଗରିବ ଛୁଆଙ୍କୁ ମାଗଣାରେ ଯୋଗ ଶିଖାଉଛନ୍ତି।

ଅନୁ ଅଗ୍ରୱାଲ ଦିଲ୍ଲୀ ୟୁନିଭରସିଟିରେ ସମାଜ ଶାସ୍ତ୍ର ବିଷୟରେ ପଢ଼ିଛନ୍ତି। ପାଠପଢିବା ସମୟରେ ହିଁ ଅନୁଙ୍କୁ ମହେଶ ଭଟ୍ଟ ନିଜ ସିନେମା ‘ଆଶିକୀ’ରେ ପ୍ରଥମ ଥର କାମ ଦେଇଥିଲେ। କେବଳ ୨୧ବର୍ଷ ବୟସରେ ଅଭିନୟ ଦୁନିଆରେ ପାଦ ରଖିଥିବା ଅନୁ ଏହି ସିନେମାରେ ରାତାରାତି ଷ୍ଟାର ହୋଇଯାଇଥିଲେ।
ଅନୁ ଅଗ୍ରୱାଲ ‘ଗଜବ ତମାଶା’, ‘ଖଳନାୟିକା’, ‘କିଙ୍ଗ ଅଙ୍କଲ’, ‘କନ୍ୟାଦାନ’, ଜନ୍ମ କୁଣ୍ଡଲୀ ଏବଂ ‘ରିଟର୍ନ ଟୁ ଜ୍ବେଲଥୀଫ’ ଭଳି ସିନେମାରେ କାମ କରିଛନ୍ତି। ଅନୁ ତାମିଲ ସୀନେମା ଥିଋଦା ଥିଋଦା ଏବଂ ଶାର୍ଟ ସିନେମା ‘ଦ କ୍ଳାଉଡ ଡୋର’ରେ ମଧ୍ୟ ସେ କାମ କରିଛନ୍ତି।