ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଗାଈ ସଂସାରର ସମସ୍ତଙ୍କର ମା ଅଟନ୍ତି। ଗାଈଙ୍କ ଭିତରେ ହିଁ ସବୁ ଦେବା ଦେବୀ ବାସ କରିଥାନ୍ତି। ଗାଈଙ୍କ ସେବା କରିବା ଦ୍ବାରା ସଂସାରର ସବୁ କଷ୍ଟ ଦୂରେଇ ଯାଇଥାଏ। ଯଦି କୌଣସି ବ୍ୟକ୍ତି ଗାଈଙ୍ୟକର ସେବା କରୁଛନ୍ତି ତେବେ ତାର ସମସ୍ତ ପାପ କର୍ମର ଫଳ ନଷ୍ଟ ହୋଇଯାଈଥାଏ। ଗାଈର ସେବା କରୁଥିବା ମନୁଷ୍ୟ ମୃତ୍ୟୁ ପରେ ଗୋଲୋକ ଯାଇ ଭଗବାନ ଶ୍ରୀକୃଷ୍ଣ ସହ ବସବାସ କରିଥାନ୍ତି।
ଗାଈ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ପଶୁ ଅଟେ। ଗାଈକୁ ହିନ୍ଦୁ ଧର୍ମରେ ପୂଜା କରାଯାଇଥାଏ। ହିନ୍ଦୁ ଧର୍ମରେ ସବୁ ପଶୁ ପକ୍ଷୀଙ୍କୁ ପୂଜା କରାଯାଇଥାଏ। ସଂସାରର ସବୁଠାରୁ ଶ୍ରେଷ୍ଠ ଧର୍ମ ସନାତନ ହିନ୍ଦୁ ଧର୍ମ ସବୁ ପଶୁ , ପକ୍ଷୀଙ୍କ ଉପରେ ଦୟା ପ୍ରେମ ଭାବ ଦେଖାଇ ଥାଏ। ଆମ ପୁରାଣ ଅନୁସାରେ ଗାଈ କାମ ଧେନୁଙ୍କର ସ୍ବରୂପ ଅଟେ। କାମ ଧେନୁ ମା ସବୁ କାମକୁ ପୁରଣ କରିବେ। ଏମାନଙ୍କୁ ପୂଜା କରିବା ଦ୍ବାରା ସବୁ ଦେବା ଦବୀ ପୂଜା ପାଇଥାନ୍ତି। ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଗୋମାତାଙ୍କ କୃପା ପାଇବା ପାଇଁ ମନୁଷ୍ୟ ତାଙ୍କୁ କେଉଁ ଫଳ ଖାଇବାକୁ ଦେବା ଉଚିତ। ଯେଉଁ ଫଳ କାମ ଧେନୁଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ।
କାମ ଧେନୁଙ୍କ ସିଙ୍ଘର ଅଗ୍ର ଭାଗରେ ଜନାର୍ଦନ ବିଷ୍ଣୁ ସ୍ବରୂପ ଭଗବାନ ବେଦବ୍ୟାଶ ରମଣ କରନ୍ତି। ଯଦି ଆପଣ କୌଣସି ଗାଈକୁ ଦେଖୁଛନ୍ତି କି ଆପଣଙ୍କ ଘରେ ଗାଈ ଅଛନ୍ତି ତେବେ ଆପଣ ତାଙ୍କ ମୁଣ୍ଡରେ ମୁଣ୍ଡ ନୁଆଁଇ ପ୍ରଣାମ କରିବା ଉଚିତ। ଗୋ ମାତାଙ୍କ ସିଙ୍ଘର ମୂଳରେ ଦେବୀ ପାର୍ବତୀ ଏବଂ ସିଙ୍ଘର ମଧ୍ୟ ଭାଗରେ ଭଗବାନ ଶିବ ସର୍ବଦା ବିରାଜମାନ ରହିଥାନ୍ତି। ଏଥିପାଇଁ ଗୋ ମାତାଙ୍କ ସିଙ୍ଘର ମୂଳରେ କୁକୁମ ଲଗେଇ ମା ପର୍ବତୀଙ୍କର ଆରଧନା କରିବା ଆବଶ୍ୟକ। ସିଙ୍ଘର ମଝିରେ ଇଭିଦ ଲଗେଇ ମହାଦେବଙ୍କର ପୂଜା କରିବା ଆବଶ୍ୟକ। ଗୋ ମାତଙ୍କ ମୁଣ୍ଡରେ ବହ୍ମଦେବ , କାନ୍ଧରେ ବୃହଷ୍ପତି ଏବଂ କପାଳରେ ଭଗବାନ ଶଙ୍କର , କାନରେ ଅଶ୍ବନୀ କୁମାର , ନେତ୍ରରେ ସୂର୍ଯ୍ୟ ଏବଂ ଚନ୍ଦ୍ର ରହିଥାନ୍ତି। ଏଥିପାଇଁ ଆପଣ ଗାଈଙ୍କ ସେବା କରିବା ଦ୍ବାରା ସବୁ ଭଗବାନଙ୍କର ଆର୍ଶୀବାଦ ମିଳିଥାଏ।
ଗୋ ମାତାଙ୍କ ଦାନ୍ତରେ ସମସ୍ତ ଋଷି, ଜିହ୍ବାରେ ସରସ୍ବତୀ, ବକ୍ଷସ୍ଥଳରେ ଏବଂ ପିଣ୍ଡରେ ସବୁ ଭଗବାନ ବସ ବାସ କରିଥାନ୍ତି। ଗୋ ମାତାଙ୍କ ଖୋରା ର ମଧ୍ୟ ଭାଗରେ ଗନ୍ଧର୍ବ , ଅଗ୍ରଭାଗରେ ଶେଷନାଗ , ଶେଷ ଭାଗରେ ମୁଖ୍ୟ ଅପସରା ରହିଥାନ୍ତି। ଗୋ ମାତାଙ୍କ ପଛ ଭାଗରେ ପିତୃଗଣ ତଥା ଭୃକଟି ମୂଳରେ ତିନୋଟି ଗୁଣ ବିଷୟରେ କୁହାଯାଇଛି । ଗାଈଙ୍କ ଲୋମରେ ଋଷିଗଣ ତଥା ଚମଡାରେ ପ୍ରଜାପତି ବାସ କରିଥାନ୍ତି। ଗାଈଙ୍କ ପିଠିରେ ଯମରାଜା ଏବଂ ଗୋ ମୂତ୍ରରେ ସାକ୍ଷାତ ମା ଗଙ୍ଗା ରହିଥାନ୍ତି। ଏହି ପ୍ରକାରରେ ଗାଈଙ୍କ ଶରୀରରେ ସବୁ ଦେବା ଦବୀଙ୍କର ନିବାଶ ରହିଛି।
ଏଥିପାଇଁ ଗାଈଙ୍କୁ ପାଣିରେ ଗାଧୋଇ ତାଙ୍କୁ ରୁଟି ଖାଇବାକୁ ଦେବା ଆବଶ୍ୟକ। ପୁରାଣ ଅନୁସାରେ ଗାଈକୁ ପ୍ରତ୍ୟକ ଦିନ କଦଳୀ ଖାଇବାକୁ ଦେଲେ ବଡ ପୁଣ୍ୟ ହୋଇଥାଏ। କଦଳୀ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ଫଳ ଅଟେ। ଏହାକୁ ଗୋ ମାତାଙ୍କୁ ଖାଇବାକୁ ଦେଲେ ବ୍ୟକ୍ତିର ଜୀବନରୁ ଦୁଃଖ , ଦାରିଦ୍ର , କଳି ଝଗଡା ଦୂର ହୋଇଥାଏ। ଏଥିପାଇଁ ଦ୍ବାରକୁ ଆସିଥିବା ଗାଈଙ୍କୁ ସବୁବେଳେ କଦଳୀ ଖୁଆନ୍ତୁ। ସବୁ ଦୁଃଖ ଦ୍ରୁଦଶା ଦୂର ହୋଇଯିବ ଏବଂ ଧନର ବୃଧି ମଧ୍ୟ ହେବ। ଯଦି ଆପଣଙ୍କ ଦ୍ବାରକୁ ଗାଈ ଆସୁଛନ୍ତି ତେବେ ତାଙ୍କୁ ନ ବାଡାଇ ତାଙ୍କୁ ରୁଟି ଏବଂ କଦଳୀ ଖଇବାକୁ ଦିଅନ୍ତୁ। ଏମିତି କରିବା ଦ୍ବାରା ମାତା କାମଧେନୁଙ୍କ କୃପା ସବୁବେଳେ ମନୁଷ୍ୟ ଉପରେ ରହିଥାଏ। ମନୁଷ୍ୟକୁ କେବେବି ଆର୍ଥିକ ଏବଂ ମାନସିକ ପରସ୍ଥିତି ଦେଇ ଗତି କରିବାକୁ ପଡି ନଥାଏ।