ଚଳଚ୍ଚିତ୍ର ରନ ଆଉ ଧମାଲ ରେ ଅଭିନୟ କରୁଥିବା ବିଜୟ ରାଜଙ୍କ ଉପରେ ଜଣେ ମହିଳା କ୍ରୁ ମେମ୍ବରଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗରେ ବିଜୟ ରାଜ ଙ୍କୁ ମହାରାଷ୍ଟ୍ରର ଗୋଦିୟା ରୁ ଗିରଫ କରାଯାଇଛି ।୨ ନଭେମ୍ବର ରାତିରେ ସେରନି ଫିଲ୍ମ ରେ ଅଭିନୟ କରୁଥିବା ଏକ ସହଯୋଗୀ ଅଭିନେତ୍ରୀ ଙ୍କୁ ଗେଟୱେ ହୋଟେଲ ରେ ଖରାପ ବ୍ୟବହାର କରୁଥିବା ଅଭିଯୋଗରେ ରାମ ନଗର ପୋଲିସ ତାଙ୍କୁ ଗିରଫ କରିଛି । ମହିଳାଙ୍କ ଅଭିଯୋଗ ରେ ଆଇପିସି ଧାରା ୩୫୪ ର ଆଧାରରେ ବିଜୟ ରାଜ ଙ୍କୁ ଗିରଫ କରାଯାଇଥିଲା। ବିଜୟ ରାଜ ଙ୍କୁ ନଭେମ୍ବର ୩ ମଙ୍ଗଳବାର ଦିନ ରାମନଗର ପୋଲିସ ଗୋଦିୟା କୋର୍ଟ ରେ ହାଜିର କରିଥିଲେ।ଯେଉଁଠି ତାଙ୍କୁ ଜାମିନ ମିଳିଥିଲା।
ସେରନିର ସୁଟିଙ୍ଗ କରୁଥିଲେ ବିଜୟ ରାଜ:
ତଥ୍ୟ ମୁତାବକ,ଗୋଦିୟା ଜିଲ୍ଲାର ମଧ୍ୟପ୍ରଦେଶ ବାଲଘାଟ ରେ ବଲିଉଡ଼ ଚଳଚ୍ଚିତ୍ର ସେରନି ର ସୁଟିଙ୍ଗ ଚାଲିଥିଲା।ପୂର୍ବ କିଛି ଦିନରୁ ଅଭିନେତ୍ରୀ ବିଦ୍ୟା ବାଲାନ ଙ୍କୁ ସଦସ୍ୟ ମାନଙ୍କ ସହିତ ପୂଜା କରୁଥିବା ର ଦେଖା ଯାଇଥିଲା।ଏହି ସମସ୍ତ କଳାକାର ଗୋଦିୟା ହୋଟେଲ ର ‘ ଦ ଗେଟୱେ ‘ ରେ ରହିଥିଲେ।
ବର୍କ ଫ୍ରଣ୍ଟ ର କଥା କୁହାଯାଏ ତ ବିଜୟ ରାଜ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ରେ ବହୁତ ସମୟ ଧରି ସକ୍ରିୟ ଅଛନ୍ତି।ସେ ଚଳଚ୍ଚିତ୍ର ରେ ସପୋଟିଙ୍ଗ ଆକ୍ଟର, ହାସ୍ୟ ଅଭିନେତା ଏବଂ କେତେ ଥର ଖଳନାୟକ ର ଭୂମିକା ରେ ମଧ୍ୟ ଅଭିନୟ କରିଛନ୍ତି।ସେ ଧମାଲ, ମାନସୁନ ବେଡିଙ୍ଗ , ଗଲି ବଏ, ଲୁଟ କେସ, ଦିଲ୍ଲୀ 6, ରନ୍,ଡ୍ରିମ୍ ଗାର୍ଲ୍, ୱେଳକମ୍,ଫଟାକା, ସୁରମା ଏବଂ ସ୍ତ୍ରୀ ଭଳି ଚଳଚ୍ଚିତ୍ର ରେ ମଧ୍ୟ ନଜର ଆସିଥିଲେ।
କିଛି ଦିନ ପୂର୍ବରୁ ବିଜୟ ରାଜ ହଟ ଷ୍ଟାର ୱେବ ସିରିଜ ପରିବାରରେ ମଧ୍ୟ ନଜର ଆସିଥିଲେ।ଏହି ୱେବ ସିରିଜ ରେ କଳାକାର ର ନାମ ଗଙ୍ଗା ରାମ ତ୍ରିପାଠୀ ଥିଲା। ଆଗକୁ ଆସୁଥିବା ପ୍ରୋଜେକ୍ଟ ର କଥା କହିବା ତ ଆଲିୟା ଭଟ୍ଟ ଙ୍କ ଚଳଚ୍ଚିତ୍ର ଗଙ୍ଗୁ ବାଲ କାଠିଆ ବଡ଼ି ରେ ମଧ୍ୟ ନଜର ଆସିବେ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।