୬ ମାସ ହେଲା ଡିପ୍ରେସନରେ ଥିଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ,ସାଙ୍ଗମାନେ କବାଟ ଭାଙ୍ଗି ଦେଖିଲେ ତ ଝୁଲୁଛି ମୃତ ଦେହ

ସୁଶାନ୍ତ ସିଂ ରାଜପୁତଙ୍କ ମୃତୁ ଖବର ପ୍ରଥମ ଥର ପାଇଁ ତାଙ୍କ ଚାକର ପୋଲିସକୁ ସୂଚନା ଦେଇଥିଲେ | ତାଙ୍କ ଚାକର ପୋଲିସ କୁ ଦେଇଥିବା ବୟାନ ଅନୁସାରେ ସୁଶାନ୍ତ ସିଂ ରାଜପୁତ ସକାଳୁ ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ତାଙ୍କ ସାଙ୍ଗ ମାନଙ୍କୁ ପ୍ରଥମ ଚାକର ଜଣେଇଥିଲେ | ସାଙ୍ଗ ମାନେ ଆଶି କବାଟ ଭାଙ୍ଗି ଦେଖିଲେ ତ ଶୁଶାନ୍ତ ସିଂ ରାଜପୁତଙ୍କ ଶରୀର ଝୁଲୁଥିଲା | ଏହା ପରେ ପୋଲିସ କୁ ଖବର ଦିଆଯାଇଥିଲା ପୋଲିସ ଆସି ଶବକୁ ବ୍ୟବଚ୍ଛେଦ ପାଇଁ ପଠେଇଲେ |

ଶୁଶାନ୍ତ ସିଂ ରାଜପୁତଙ୍କ ଚାକର କହିବା ମୁତାବିକ ଗତ କାଲି ଶନିବାର ରାତିରେ ସାଙ୍ଗ ମାନଙ୍କ ସହ ଘରେ ପାର୍ଟି କରିଥିଲେ ଓ ସକାଳୁ ଏପରି ଆତ୍ମହତ୍ୟା ରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି | ପୋଲିସ ପାଖ ପଡିଶାଙ୍କ ଠାରୁ ପଚାର ଉଚରା କରିବା ଦ୍ୱରା ଏହା ଜଣା ପଡିଛି କି ସୁଶାନ୍ତ ସିଂ ରାଜପୁତ ଗତ ୬ ମାସ ହେଲା ଡିପ୍ରେସନ ରହୁଥିଲେ | କିନ୍ତୁ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳି ପାରିନାହିଁ କି ସେ କେଉଁଥି ପାଇଁ ଆତ୍ମହତ୍ୟା କରିଛନ୍ତି | ନା କୌଣସି ସୁସାଇଟ ନୋଟ ସେ ଛାଡି ଯାଇଛନ୍ତି |

Google

ସୁଶାନ୍ତ ସିଂ ରାଜପୁତଙ୍କ କ୍ୟାରିଅର:

ସେ ପ୍ରଥମ ଟିଭି ସିରିଏଲ ” କିଷ୍ ଦେଶମେ ହାମେର ଦିଲ ” ନାମକ ଶୋ ରୁ ନିଜର କ୍ୟାରିଅର ଆରମ୍ବଭ କରିଥିଲେ କିନ୍ତୁ ତାଙ୍କୁ ଦର୍ଶକ ମାନେ “ପବିତ୍ର ରିସ୍ତା” ଶୋ ରୁ ପସନ୍ଦ କରିଥିଲେ ଓ ଏହା ଅନେକ ବର୍ଷ ଧରି ଲୋକମାନଙ୍କ ମନରେ ଘର କରିଗଲା | ଏହା ପରେ ସେ ବଲିଉଡ ରେ ” କାଇପଚେ ” ରୁ ଆରମ୍ଭ କରିଥିଲେ ଏହା ପରେ ସେ ଅନେକ ସିନେମା କରିଛନ୍ତି ସେଠି ମଧ୍ୟରୁ ଏମ ଏସ ଧୋନି, ଛୀଚୋରା, କେଦାରନାଥ ଭଳି ହିଟ ସିନେମା ଦେଇ ବହୁତ ଶୀଘ୍ର ବଲିଉଡ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ |

ସୁଶାନ୍ତ ସିଂ ରାଜପୁତଙ୍କ ମୃତୁ ଖବରରେ ବଲିଉଡ ଜଗତରେ ଶୋକର ଛାୟା ସୃଷ୍ଟି ହୋଇପଡିଛି | ଏହି କିଛି ଦିନ ଭିତରେ ବଲିଉଡ୍ର ବହୁ ନାମୀ ଦାମୀ କଳାକାରରଙ୍କ ମୃତୁ ଦେଖିବାକୁ ମିଲିଆସୁଥିବା ବେଳେ ଏମିତି ଆଉ ଏକ ଦୁଃଖ ଖବର ରେ ସମସ୍ତେ ମର୍ମାହତ ଏବଂ ସମ୍ପୂର୍ଣ ଦେଶରେ ସମସ୍ତ ଫ୍ୟାନ ମାନଙ୍କ ଭିତରେ ଶୋକର ଛାୟା ମଧ୍ୟ ଖେଳି ଯାଇଛି |

Leave a Reply

Your email address will not be published. Required fields are marked *