ବିବାହ ନକରି ନିଜ ଠାରୁ ୧୫ ବର୍ଷ ବଡ ଚେତନ ଆନନ୍ଦଙ୍କ ସହିତ ରହୁଥିଲେ ଅଭିନେତ୍ରୀ ପ୍ରିୟା ରାଜବଂଶ, ପୁଅମାନେ ନେ-ଇଗଲେ ଜୀ-ବ-ନ

ବଲିଉଡର ଅନେକ ସୁନ୍ଦର ଅଭିନେତ୍ରୀ ନିଜର କଳା ପ୍ରଦର୍ଶନ କରିଛନ୍ତି | ଏହି ଅଭିନେତ୍ରୀ ମାନଙ୍କ ଉପରେ ସଦାସର୍ବଦା ଏମାନଙ୍କର ପ୍ରଶଂସକମାନେ ପ୍ରସନ୍ନ ରହିଥାନ୍ତି | ଏହାପରେ ମଧ୍ୟ ବଲିଉଡର ଅନେକ ଅଭିନେତ୍ରୀ ଏପରି ମଧ୍ୟ ଅଛନ୍ତି ଯେ ଯେଉଁମାନେ ଷ୍ଟାରଡମ ହାସଲ କରିବା ପରେ ମଧ୍ୟ ତାଙ୍କର ଅନ୍ତ ବହୁତ ଦୁଖଦ ରହିଛି | ଏପରି ଜଣେ ଅଭିନେତ୍ରୀ ଥିଲେ ପ୍ରିୟା ରାଜବଂଶ |

ପ୍ରିୟା ରାଜବଂଶ ଯିଏକି ଗୋଟିଏ ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଛାଇ ଯାଇଥିଲେ ସେ ନିଜ ଠାରୁ ୧୫ ବର୍ଷ ବଡ ବିବାହିତା ଚେତନ ଆନନ୍ଦଙ୍କ ସହିତ ବିବାହ ନକରି ଲିଭ ଇନରେ ରହୁଥିଲେ | ତେବେ ଏହି କାରଣରୁ ତାଙ୍କ ଅନ୍ତ ବହୁତ ହିଁ ଦୁଖଦ ରହିଥିଲା | ଏଠାରେ ଆମେ ଆପଣଙ୍କୁ ଏହି ପ୍ରିୟା ରାଜବଂଶଙ୍କ ବିଷୟରେ କହୁଛୁ |

ହିମାଚଳପ୍ରଦେଶର ସିମଲାରେ ୩୦ ଡିସେମ୍ବର ୧୯୩୭ ମସିହାରେ ପ୍ରିୟା ରାଜବଂଶ ଜନ୍ମ ଗ୍ରହଣ କରିଥିଲେ | ତାଙ୍କର ପ୍ରକୃତ ନାମ ବୀରା ସୁନ୍ଦର ସିଂହ ଥିଲା | ତାଙ୍କ ପିତା ସୁନ୍ଦର ସିଂହ ଏକ ଆଇଏଏସ ଅଧିକାରୀ ଥିଲେ | ପିଲାବେଳୁ ହିଁ ପ୍ରିୟା ରାଜବଂଶଙ୍କର ଅଭିନୟରେ ଆଗ୍ରହ ଥିଲା | ସିମଲାରୁ ନିଜର ସ୍କୁଲ ପାଠପଢା ସାରିବା ପରେ ନିଜ ପିତାଙ୍କ ସହିତ ପ୍ରିୟା ବ୍ରିଟେନ ଚାଲି ଯାଇଥିଲେ | ଏଠାରେ ଲଣ୍ଡନର ଏକ ବଡ ପ୍ରସିଦ୍ଧ ଇନଷ୍ଟିଚ୍ୟୁଟ ରୟାଲ ଏକାଡେମୀ ଅଫ ଡ୍ରାମାଟିକ ଆର୍ଟ୍ସରେ ଦେଖିଲା ନେଇଯାଇଥିଲେ | ଲଣ୍ଡନ ଯିବା ପରେ ତାଙ୍କ ପ୍ରତିଭା ଚମକିବାକୁ ଲାଗିଲା |

ପ୍ରିୟା ରାଜବଂଶଙ୍କୁ ଯଦି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଅବସର ମିଳିଥାଏ ତେବେ ଏହାର ସମ୍ପୂର୍ଣ୍ଣ ଶ୍ରେୟ ତାଙ୍କ ପ୍ରେମ ଚେତନ ଆନନ୍ଦଙ୍କୁ ମିଳିବ | ଚେତନ ଆନନ୍ଦ ଜଣେ ନାମିଦାମୀ ଫିଲ୍ମ ନିର୍ମାତା ଥିଲେ | ପ୍ରିୟା ସବୁବେଳେ ସ୍କୁଲରୁ ଆରମ୍ଭ କରି କଲେଜର ନାଟକରେ ଅଂଶ ଗ୍ରହଣ କରୁଥିଲେ | ଅନେକଥର ଫୋଟୋଗ୍ରାଫରମାନେ ତାଙ୍କ ଫୋଟୋ ଉଠାଇ ନେଉଥିଲେ |

ଏହିପରି ଭାବରେ ତାଙ୍କର ଏକ ଫୋଟୋ ଚେତନ ଆନନ୍ଦଙ୍କ ପାଖରେ ପହଞ୍ଚି ଯାଇଥିଲା | ସେତେବେଳେ ସେ ତାଙ୍କ ଫିଲ୍ମ ହକିକତ ନିର୍ମାଣ କରିବାକୁ ଯାଉଥିଲେ | ହକିକତ ପାଇଁ ଆନନ୍ଦଙ୍କୁ ନୂତନ ଚେହେରାର ସନ୍ଧାନ ଥିଲା | ଯେତେବେଳେ ସେ ପ୍ରିୟା ରାଜବଂଶଙ୍କର ଫୋଟୋ ଦେଖିଥିଲେ ସେତେବେଳେ ସେ ପ୍ରିୟାଙ୍କୁ ନିଜ ଫିଲ୍ମରେ ନେବା ପାଇଁ ନିଷ୍ପତ୍ତି ନେଇଥିଲେ | ଏହି ପ୍ରକାରରେ ତାଙ୍କ ଜୀବନରେ ମଧ୍ୟ ପ୍ରିୟା ଏକ ନୂତନ ଆଲୋକ ହୋଇ ଆସିଯାଇଥିଲେ |

ପତ୍ନୀଙ୍କ ପରି ନେଉଥିଲେ ଯତ୍ନ:

ଚେତନ ଆନନ୍ଦଙ୍କର ବିବାହ ଉମାଙ୍କ ସହିତ ହୋଇଥିଲା, ଯାହାଙ୍କ ଠାରୁ ତାଙ୍କର କେତନ ଏବଂ ବିବେକ ଆନନ୍ଦ ନାମକ ଦୁଇଟି ପିଲା ଥିଲେ | ତାଙ୍କର ସର୍ବଦା ଉମାଙ୍କ ସହିତ ଝଗଡା ହେଉଥିଲା | ଏମିତିରେ ଯେତେବେଳେ ପ୍ରିୟା ରାଜବଂଶ ତାଙ୍କ ଜୀବନରେ ଆସିଥିଲେ ସେତେବେଳେ ତାଙ୍କ ସହିତ ଘନିଷ୍ଠତା ବଢି ଯାଇଥିଲା | ପ୍ରିୟା ରାଜବଂଶ ନିଜଠାରୁ ୧୫ ବର୍ଷ ବଡ ଚେତନ ଆନନ୍ଦଙ୍କ ସହିତ ଲିଭ ଇନରେ ରହିବା ଆରମ୍ଭ କରି ଦେଇଥିଲେ | ଉଭୟ ପରସ୍ପରଙ୍କୁ ବହୁତ ଭଲ ପାଉଥିଲେ |

ବିବାହ ନକରି ଯେତେବେଳେ ଉଭୟ ଲିଭ ଇନରେ ରହୁଥିଲେ ସେତେବେଳେ ମଧ୍ୟ ଚେତନଙ୍କର ଜଣାଏ ପତ୍ନୀ ଭାବରେ ଯତ୍ନ ନେଉଥିଲେ ପ୍ରିୟା ରାଜବଂଶ | ଏମିତିରେ ମଧ୍ୟ ଚେତନ ଆନନ୍ଦ ନିଜ ସମ୍ପତ୍ତିର ଏକ ଅଂଶ ପ୍ରିୟାଙ୍କ ନାମରେ କରି ଦେଇଥିଲେ | ଚେତନ ଆନନ୍ଦ ନିଜ ସମ୍ପତ୍ତିର ୩ ଗୋଟି ଭାଗ କରିଥିଲେ | ଚେତନ ଆନନ୍ଦଙ୍କର ଏହି ନିଷ୍ପତ୍ତି ପରେ ପ୍ରିୟା ରାଜବଂଶଙ୍କର ମୃତ୍ୟୁର କାରଣ ପାଲଟି ଯାଇଥିଲା |

ଚେତନ ଆନନ୍ଦ ୧୯୯୭ ଜୁଲାଇ ମାସ ୬ତାରିଖ ଦିନ ଇହ ଧାମ ତ୍ୟାଗ କରିଥିଲେ | ଏହାପରେ ପ୍ରିୟା ରାଜବଂଶ ନିଜର ସାବତ ପୁଅ କେତନ ଏବଂ ବିବେକଙ୍କ ସହିତ ଜୁହୁର ଏକ ବଙ୍ଗଳାରେ ରହିବା ଆରମ୍ଭ କରିଦେଇଥିଲେ | ପ୍ରିୟାଙ୍କୁ ଏହାର ଆଭାସ ନଥିଲା ଯେ ତାଙ୍କ ସହିତ କଣ ହେବାକୁ ଯାଉଛି | ପ୍ରିୟାଙ୍କର ମୃତଦେହ ଏହି ବଙ୍ଗଳାରୁ ୨୭ ମାର୍ଚ୍ଚ, ୨୦୦୦କୁ ମିଳିଥିଲା | ପରେ ଯେତେବେଳେ ଏହି ଘଟଣାର ତଦନ୍ତ କରାଯାଇଥିଲା ସେତେବେଳେ ଆଶ୍ଚର୍ଯ୍ୟଜନକ ସତ ସାମ୍ନାକୁ ଆସିଥିଲା |

ଜଣାପଡିଥିଲା ଯେ ତାଙ୍କ ସାବତ ପୁଅ କେତନ ଏବଂ ବିବେକ ଆନନ୍ଦ ଘରର ଚାକର ଚାକରାଣୀଙ୍କ ସହ ମିଶି ପ୍ରିୟାଙ୍କର ହ-ତ୍ୟା କରିଥିଲେ | କେତନ ଏବଂ ବିବେକଙ୍କୁ ଏକଥାର କ୍ରୋଧ ଥିଲା ଯେ ତାଙ୍କ ପିତା ପ୍ରିୟାଙ୍କୁ ନିଜ ସମ୍ପତ୍ତିର ସମାନ ପରିମାଣର ଭାଗ ଦେଇଥିଲେ | ଚାକର ଚାକରାଣୀଙ୍କ ବୟାନ ଅନୁଯାୟୀ ଦୁଇ ଭାଇଙ୍କୁ ୫ ମାସ ଜେଲ ଦଣ୍ଡ ମିଳିଥିଲା ତା’ପରେ ସେପ୍ଟେମ୍ବର ମାସ ୨୦୦୦ ମସିହାରେ ସେମାନେ ଜାମିନରେ ବାହାରି ଆସିଥିଲେ |

ଫିଲ୍ମ ହକିକତରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ପ୍ରିୟା ରାଜବଂଶଙ୍କୁ ଫିଲ୍ମ ହୀର ରାଞ୍ଝାରୁ ସ୍ୱତନ୍ତ୍ର ପରିଚୟ ମିଳିଥିଲା | କୁଦରତ, ହସତେ ଜଖ୍ମ ଏବଂ ହିନ୍ଦୁସ୍ତାନ କି କସମପରି ଫିଲ୍ମରେ ମଧ୍ୟ ପ୍ରିୟା କାମ କରିଥିଲେ |

Leave a Reply

Your email address will not be published. Required fields are marked *