ହଲିଉଡ ଷ୍ଟାର ଏଡମ ସ୍ୟାଣ୍ଡେଲର(Adam Sandler)ଙ୍କର ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି। ସେ ମାସ୍କ ପିନ୍ଧି ଗୋଟିଏ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବାପାଇଁ ପହଞ୍ଚିଛନ୍ତି। ଯେଉଁଠାରେ ଜଣେ ଓ୍ବେଟ୍ରେସ ତାଙ୍କୁ ଚିହ୍ନି ପାରିନଥିଲେ ଏବଂ ତାଙ୍କୁ ଅଧଘଣ୍ଟା ଅପେକ୍ଷା କରିବା ପାଇଁ କହିଥିଲେ।
ହଲିଉଡ ଷ୍ଟାର ଏଡମ ସ୍ୟାଣ୍ଡେଲର(Adam Sandler)ଙ୍କର ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି। ସେ ମାସ୍କ ପିନ୍ଧି ଗୋଟିଏ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବାପାଇଁ ପହଞ୍ଚିଛନ୍ତି। ଯେଉଁଠାରେ ଜଣେ ଓ୍ବେଟ୍ରେସ ତାଙ୍କୁ ଚିହ୍ନି ପାରିନଥିଲେ ଏବଂ ତାଙ୍କୁ ଅଧଘଣ୍ଟା ଅପେକ୍ଷା କରିବା ପାଇଁ କହିଥିଲେ। ଏହି ଭିଡିଓ ସିସିଟିଭି କ୍ୟାମେରାରେ ବ-ନ୍ଦି ହୋଇ ଯାଇଛି। ଏହି ଭିଡିଓକୁ ଓ୍ବେଟ୍ରେସ ଡାୟନା ରୋଡାସ(Dayanna Rodas) ନିଜେ ନିଜର ଟିକିଟକ ପ୍ରୋଫାଇଲରେ ପୋଷ୍ଟ କରିଛନ୍ତି। ଡେଲି ମେଲର ଖବର ମୁତାବକ,ଡାୟନା ଭାଇରାଲ ହେଉଥିବା ଟିକିଟକ ଭିଡିଓ (TikTok Video)ରେ କହିଛନ୍ତି କି ସେ ମାସ୍କ ଯୋଗୁଁ ଷ୍ଟାରଙ୍କୁ ଚିହ୍ନି ପାରିନଥିଲେ।
ଭିଡିଓ ଆରମ୍ଭରୁ ଦେଖାଯାଉଛି କି ଡାୟନା ମୁହଁରେ କ୍ଲାଉନର ମେକଅପ ଫିଲ୍ଟର ଲଗାଇଛନ୍ତି। ପୁଣି ସିସିଟିଭି ଫୁଟେଜ ଦେଖା ଯାଇଥାଏ, ଯେଉଁଠାରେ ଲେଖା ହୋଇଥାଏ, ‘ମୋତେ ଜଣା ନଥିଲା କି ସେ ଏଡମ ସ୍ୟାଣ୍ଡଲର ଅଟନ୍ତି ଏବଂ ମୁଁ ତାଙ୍କୁ ଅଧଘଣ୍ଟା ଅପେକ୍ଷା କରିବା ପାଇଁ କହିଥିଲି ଏବଂ ସଙ୍ଗେସଙ୍ଗେ ସେ ସେଠାରୁ ବାହାରି ଯାଇଥିଲେ। କାରଣ ସେ ଅଧଘଣ୍ଟା ରହିଥାନ୍ତେ।’
ଭିଡ଼ିଓରେ ଲାଲ ରଙ୍ଗର ସ୍ବେଟସର୍ଟ ଏବଂ କଳା ମାସ୍କରେ ଏଡମ ସ୍ୟାଣ୍ଡେଲର ଛିଡ଼ା ହୋଇଛନ୍ତି। ସେ ନିଜ ଝିଅଙ୍କ ସହିତ ଆଇହୋପ (ଇଣ୍ଟରନ୍ୟାସନାଲ ହାଉସ ଅଫ ପେନକେକ୍ସ)ରେ ପ୍ରବେଶ କରିଛନ୍ତି। ସେତେବେଳେ ଡାୟନା ତାଙ୍କ ପାଖରେ ପହଞ୍ଚିଥାନ୍ତି ଏବଂ ଅଧଘଣ୍ଟା ଅପେକ୍ଷା କରିବା ପାଇଁ କହିଥାନ୍ତି। ଏହାପରେ ସେ ରେଷ୍ଟୁରାଣ୍ଟରୁ ବାହାରି ଯାଇଥାନ୍ତି।
ଡାୟନା ସୋମବାର ଦିନ ଟିକିଟକରେ ଭିଡିଓ ପୋଷ୍ଟ କରିବା ସମୟରେ କ୍ୟାପଶନରେ ଲେଖିଛନ୍ତି, ‘ପ୍ଲିଜ ଦୟାକରି ଫେରି ଆସନ୍ତୁ।’
— John Minko (@RakeATeener) April 28, 2021
ଅନେକ ୟୁଜର୍ସ ଡାୟନାଙ୍କ ପ୍ରଶଂସା କରିଛନ୍ତି। କମେଣ୍ଟ ସେକସନରେ ଲୋକମାନେ ଏମିତି ପ୍ରତିକ୍ରିୟା ଦେଇଛନ୍ତି…
I’m with Adam on this one. I wouldn’t wait 30 minutes for IHOP either. And, cusps for IHOP treating like everyone else. And mad respect for Adam not throwing “celebrity” to jump the line.
— I am no longer at Rattlers (@DaveAtRattlers) April 28, 2021
ଏଡମ ସ୍ୟାଣ୍ଡେଲର ଏପର୍ଯ୍ୟନ୍ତ ଭିଡିଓ ଉପରେ ସାର୍ବଜନୀନ ରୂପରେ ଟିପ୍ପଣୀ କରି ନାହାନ୍ତି, କିନ୍ତୁ ଅଭିନେତାଙ୍କ ପାଇଁ ଜଣେ ପ୍ରଚାରକ ହଫପୋଷ୍ଟରେ ଉଲ୍ଲେଖ କରିଛନ୍ତି କି ଭିଡିଓରେ ଅଭିନେତା ହିଁ ଥିଲେ।
https://twitter.com/FloatieBoatin/status/1387497657615196166?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1387497657615196166%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fadam-sandler-was-turned-away-from-a-restaurant-by-an-oblivious-server-see-viral-tiktok-video-2424485
ଏଡମ ସ୍ୟାଣ୍ଡେଲରଙ୍କୁ ‘୫୦ ଫର୍ଷ୍ଟ ଡେଟସ’ ଏବଂ ‘ହ୍ୟାପ୍ପୀ ଗିଲମୋର’ ଭଳି କମେଡିରେ ନିଜ କାମ ପାଇଁ ଜଣା ଯାଇଥାନ୍ତି।ସେ ଆଗାମୀ ଥର ନେଟଫ୍ଲିକ୍ସ ସିନେମା ସ୍ପେସମ୍ୟାନରେ ଦେଖାଯିବେ।