ଏବେ ହିଁ ସିଙ୍ଗର ନେହା କକ୍କଡ ଘୋଷଣା କରିଥିଲେ ଯେ ସେ ରୋହନ ପ୍ରିିତୀ ସିଂ ଙ୍କୁ ଡେଟ କରୁଛନ୍ତି ଏବଂ ବହୁ ଜଲଦି ତାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏବେ ସିଙ୍ଗର,ଆକଟର,ଟିଭି ସୋ ହୋଷ୍ଟ ଆଦିତ୍ୟ ନାରାୟଣ ଘୋଷଣା କଲେ କି ସେ ଫିଲ୍ମ ଶାପିତ୍ ର କୋ ଆକ୍ଟର ଏବଂ ପ୍ରେମିକା ଶ୍ବେତା ଅଗ୍ରବାଲ୍ ଙ୍କ ସହିତ ବିବାହ କରିବେ।
ଆଦିତ୍ୟ ଓ ଶ୍ବେତା ଙ୍କର ସାକ୍ଷାତ ୧୦ ପୂର୍ବେ ଶାପିତ ସେଟ୍ ରେ ହୋଇଥିଲା। ଏହା ପରେ ଦୁଇ ଜଣ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ନିଜର ଲାଟେଷ୍ଟ ଈଟରଭିଉ ରେ ଆଦିତ୍ୟ ନାରାୟଣ କହିଥିଲେ କି ସେ ଏହି ବର୍ଷ ର ଶେଷ ସୁଧା ବିବାହ କରିବାକୁ ଭାବୁଛନ୍ତି। ସେ କହିଛନ୍ତି ଯେ ଶ୍ବେତା ଙ୍କୁ ସେ ମନ, ପ୍ରଣ ଦେଇ ଭଲ ପାଉଛନ୍ତି ଏବଂ ନଭେମ୍ବର କି ଡିସେମ୍ବର କୁ ସେମାନେ ବିବାହ କରିବାକୁ ଚାହୁଁଛନ୍ତି।
ଆଦିତ୍ୟ କହିଛନ୍ତି ସେ ଶ୍ବେତା ଙ୍କୁ ଶାପତି ସେଟ୍ ରେ ଦେଖିଥିଲି ଓ ତାଙ୍କର ଦୋସ୍ତି ବହୁତ ଜଲଦି ହୋଇ ଯାଇଥିଲା। ଧିରେ ଧିରେ ବୁଝି ପାରିଲି କି ଶ୍ବେତା ଙ୍କୁ ଭଲ ପାଉଛି ବୋଲି ଏବଂ ମୁଁ ଶ୍ବେତା ଙ୍କୁ ଏ କଥା କହିଲି। ସେ ପ୍ରଥମେ ମୋର ଭଲ ସାଙ୍ଗ ହୋଇ ରହିବାକୁ ଚାହୁଁଥିଲେ କାରଣ ଆମେ ଦୁଇ ଜଣ ଜବାନ ଥିଲୁ ଓ ଆମକୁ ଆମ ଭବିଷ୍ୟତ ଗଢିବା ବହୁତ ଜରୁରୀ
ଥିଲା।
ସେ ଆଗକୁ କହିଛନ୍ତି କି ସବୁ ସମ୍ପର୍କ ପରି ତାଙ୍କ ଦୁଇ ଜଣକ ମଧ୍ୟ ୧୦ ବର୍ଷ ରେ ବହୁତ ମନ ମାଳିନ୍ୟ ହୋଇଛି। ବାହାଘର ଆମ ଭିତରେ ଖାଲି ଗୋଟେ ଫର୍ମାଲିଟିଜ ମାତ୍ର। ଆଶା ଅଛି ନଭେମ୍ବର କି ଡିସେମ୍ବର ସୁଧା ହୋଇଯାଉ। ମୋ ମା,ବାପା ଙ୍କୁ ଶ୍ବେତା ଙ୍କ ବିଷୟ ରେ ଜଣାଅଛି ଓ ସେମାନେ ଶ୍ବେତା କୁ ପସନ୍ଦ କରନ୍ତି। ମୁଁ ବହୁତ ଖୁସି ଅଛି କି ମତେ ଏମାନଙ୍କଠୁ ଜୀବନ ସାରା ର ସାଥ ମିଳିଛି।
ସେ କହିଛନ୍ତି ମୁଁ ମାନୁଛି ଯେ ସବୁ ସମ୍ପର୍କ ରେ ଏମିତି ଝଗଡା ହୁଏ ତା ବୋଲି ସମ୍ପର୍କ ଭାଙ୍ଗିବା ଠିକ୍ ନୁହେଁ । ଆଜି କାଲି ବାହାଘର ବହୁତ ଜଲଦି ଭାଙ୍ଗି ଯାଉଛି, ଆମେ ଦୁଇ ଜଣ ଦୁଇ ଜଣକୁ ଜାଣିବାରେ ସମୟ ନେଇଥିଲୁ। ଆମେ ଯେତେବେଳେ ୧୦ ବର୍ଷ ଏକା ସାଥୀରେ ରହି ସାରିଲୁନି ତ ମତେ ଲାଗୁଛି ଏଇଟା ହିଁ ବିବାହ ର ଠିକ୍ ସମୟ।
ବାହାଘର ର ନିଷ୍ପତି କୁ ନେଇ ଆଦିତ୍ୟ ନାରାୟଣ କହିଛନ୍ତି କି ” ମୋର ମନେ ଅଛି କିଛି ବର୍ଷ ପୂର୍ବ ରୁ କିଛି ଲୋକମାନେ ଭାବୁଥିଲେ ଶ୍ବେତା ଆଉ ମୋ ଭିତରେ ବହୁତ ବଡ ଝଗଡା ହୋଇ ଅଲଗା ହୋଇଯାଇଛୁ। ଏହା ପରେ ମତେ ତାଙ୍କ ସହ ବାହାରକୁ ଯିବା ଅସୁବିଧା ହୋଇଯାଇଥିଲା।
ଆଦିତ୍ୟ ନାରାୟଣ ଏହା କହିଛନ୍ତି କି ସେ ନେହା କକ୍କଡ ଙ୍କ ବିବାହ ରେ ଆସିପାରିବେନି କାରଣ ତାଙ୍କ କାନ୍ଧ ରେ ଆଘାତ ଲାଗିଛି। ଆଦିତ୍ୟ ଓ ନେହା ଙ୍କ ନାମ କୁ ଦୁଇ ଜଣକ ସହ ଯୋଡା ଯାଇଥିଲା ଏବଂ ତାଙ୍କର ବିହାର ମିଛ ଖବର ମିଳିଥିଲା। କିନ୍ତୁ ଦୁଇ ଜଣ କହିଥିଲେ କି ଏହା ତାଙ୍କ ସୋ ର ଗୋଟିଏ ଅଂଶ ଓ କହିଥିଲେ ଅସଲ ଜୀବନ ରେ ସେ ଦୁଇ ଜଣ ଭଲ ସାଙ୍ଗ।