ମୁମ୍ବାଇ: ଡାଇରେକ୍ଟର ରାକେଶ ରୋଶନ (rakesh roshan)ଙ୍କ ସିନେମା କହୋ ନା ପ୍ୟାର ହେ (kaho naa pyaar hai)ର ମୁକ୍ତିଲାଭକୁ ୨୧ବର୍ଷ ପୂରା ହୋଇଯାଇଛି। ୨୦୦୦ରେ ମୁକ୍ତିଲାଭ ହୋଇଥିବା ଏହି ସିନେମା ରାକେଶ ରୋଶନ ନିଜ ପୁଅ ହ୍ରିତିକ ରୋଶନ (hrithik roshon) ଙ୍କୁ ଲଞ୍ଚ କରିବା ପାଇଁ ପ୍ରସ୍ତୁତ କରିଥିଲେ। ଏହି ସିନେମା ହ୍ରିତିକଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା। ସିନେମା ବ୍ଲକବ୍ଲଷ୍ଟର ହେବା ସହିତ ହ୍ରିତିକଙ୍କୁ ସମସ୍ତଙ୍କ ପାଖରୁ ପ୍ରଶଂସା ଏବଂ ଆଦର ମିଳିଥିଲା ଏବଂ ଆଦରକୁ ଦେଖି ହ୍ରିତିକ ବହୁତ ଅଧିକ ବିରକ୍ତ ହୋଇ ଯାଇଥିଲେ। ସେ ଏତେ ଅଧିକ ନିରାଶ ହୋଇ ଯାଇଥିଲେ କି ୫ଦିନ ପର୍ଯ୍ୟନ୍ତ ଏକା ନିଜ କଠୋରୀରେ ବସି କାନ୍ଦୁଥିଲେ। ଏତିକି ନୁହେଁ ସେ ତାଙ୍କ ବାପାଙ୍କୁ ଏହା ମଧ୍ୟ କହିଥିଲେ କି ସେ କାମ କରି ପାରିବେ ନାହିଁ। ଆପଣଙ୍କୁ ଜଣାଇ ଦେଉଛୁ କି ଶାହଋଖ ଖାନଙ୍କ ମହୋବ୍ବତେ ଏବଂ ସଲମାନ ଖାନଙ୍କ ହର ଦିଲ ଜୋ ପ୍ୟାର କରେଗାକୁ ପଛରେ ପକାଇ ସିନେମା କହୋ ନା ପ୍ୟାର ହେ, ସେହି ବର୍ଷର ସବୁଠାରୁ ଅଧିକ ରୋଜଗାର କରିଥିବା ସିନେମା ଥିଲା।
ସେହି ସମୟରେ ଏକ ଇଣ୍ଟରବ୍ୟୁରେ ରାକେଶ ରୋଶନ ଏହି ଘଟଣାକୁ ମନେ ପକାଇ କହିଥିଲେ କି ବ୍ଲକବ୍ଲଷ୍ଟର ଡେବ୍ୟୁ କରିବା ପରେ କେମିତି ସେ ହ୍ରିତିକକୁ ନିଜ କଠୋରୀରେ ୫ଦିନ ପର୍ଯ୍ୟନ୍ତ କାନ୍ଦୁଥିବାର ଦେଖିଥିଲେ।
ସେ କହିଥିଲେ-ଯେଉଁ ସମୟରେ ହ୍ରିତିକଙ୍କୁ ଉତ୍ସାହିତ ଏବଂ ରାତାରାତି ପ୍ରସିଦ୍ଧ ହୋଇଯିବା ପାଇଁ ନିଜ ଉପରେ ଗର୍ବ ହେବାକଥା, ସେହି ସମୟରେ ସେ ଏହା ଭାବିଥିଲେ କି ସେ ବଲିଉଡକୁ ଆସି ଠିକ କରିଛନ୍ତି କି ନାହିଁ।
ରାକେଶ ରୋଶନ କହିଥିଲେ-ମୋର ମନେଅଛି କି ସିନେମା ମୁକ୍ତିଲାଭ ହେବା ପରେ ହ୍ରିତିକ ନିଜ କୋଠରୀରେ କାନ୍ଦୁଥିଲେ। ସେ କହିଥିଲେ କି ମୁଁ ଏହାକୁ ହ୍ୟାଣ୍ଡେଲ କରି ପାରିବି ନାହିଁ। ମୁଁ କାମକରି ପାରିବି ନାହିଁ, ମୁଁ ଷ୍ଟୁଡିଓକୁ ଯାଇ ପାରିବି ନାହିଁ। ଝିଅ ଏବଂ ପୁଅମାନେ ବହୁ ପରିମାଣରେ ମୋ ସହିତ ଦେଖା କରିବାପାଇଁ ଆସୁଛନ୍ତି। ମୋତେ ଶିଖିବା, ଅଭିନୟ କରିବା, କାମରେ ଧ୍ୟାନ ଦେବାର ସୁଯୋଗ ମିଳୁନାହିଁ।ଯେ କେହି ମୋ ସହ ଦେଖା କରିବାକୁ ଚାହୁଁଛନ୍ତି।
ରାକେଶ କହିଥିଲେ କି ସେ ପୁଣି ହ୍ରିତିକଙ୍କୁ ଉପଦେଶ ଦେଇଥିଲେ। ସେ ହ୍ରିତିକଙ୍କୁ କହିଥିଲେ କି ତାଙ୍କୁ ଜୀବନରେ କୈାଣସି ବି ପରିବର୍ତ୍ତନକୁ ବୋଝ ରୂପେ ନେବା ଉଚିତ ନୁହେଁ ବରଂ ତାକୁ ଚିନ୍ତା ଶୂନ୍ୟ ଭାବରେ ସ୍ବୀକାର କରିବା ଉଚିତ।
ସିନେମାର ପ୍ରଥମ ଷ୍ଟାର କାଷ୍ଟ ଭାବରେ ପ୍ରଥମେ ଶାହାଋଖ ଖାନ ଏବଂ କରୀନା କପୂରଙ୍କୁ ସ୍ଥିର କରାଯାଇଥିଲା। କିନ୍ତୁ ଶାହାଋଖ ମନାକରିବା ଏବଂ ସୁଟିଂ ଆରମ୍ଭ ହେବାର କିଛିଦିନ ପରେ ହିଁ କରିନାଙ୍କ ମାଆଙ୍କ ସହିତ ହୋଇଥିବା ବିବାଦ ପରେ ଷ୍ଟାର କାଷ୍ଟ ବଦଳି ଯାଇଥିଲେ। ପରେ ଏହା ଅମୀଷା ଏବଂ ହ୍ରିତିକଙ୍କ ଡେବ୍ୟୁ ସିନେମା ହୋଇ ଯାଇଥିଲା।
ଜଣା ଯାଉଛି କି ସିନେମା ବ୍ଲକବ୍ଲଷ୍ଟର ହେବା ପରେ ରାକେଶ ରୋଶନଙ୍କ ଉପରେ ମାଫିଆମାନେ ହମଲା କରିଦେଇଥିଲେ। କଥା ୨୧ଜାନୁଆରୀ,୨୦୦୦ର ଅଟେ। ଏହି ହମଲାରେ ଗୋଟିଏ ଗୁଳି ତାଙ୍କ କାନ୍ଧରେ ଏବଂ ଦ୍ଵିତୀୟ ଗୁଳି ତାଙ୍କ ଛାତିରେ ବାଜିଥିଲା। ହେଲେ, ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ଜୀବନ ବଞ୍ଚି ଯାଇଥିଲା। ଏହି ହମଲା ତାଙ୍କୁ ଧମକେଇବା ପାଇଁ ଥିଲା ଯାହାଦ୍ଵାରା ସେ ନିଜ ବ୍ଲକବ୍ଲଷ୍ଟର ସିନେମା ‘କହୋ ନା ପ୍ୟାର ହେ’ ର ଲାଭାଂଶରୁ ମାଫିଆମାନଙ୍କୁ ଦେଇଥାନ୍ତେ।
ମୁକ୍ତିଲାଭ ବର୍ଷ ହ୍ରିତିକ ରୋଶନଙ୍କ ସିନେମା ପାଖାପାଖି ୧୦୨ ଆୱାର୍ଡ଼ ଜିତିଥିଲା। ଏହା କୈାଣସି ବି ବଲିଉଡ ସିନେମା ଦ୍ଵାରା ଜିତା ଯାଇଥିବା ଆୱାର୍ଡ଼ ମାନଙ୍କ ତୁଳନାରେ ସବୁଠାରୁ ଅଧିକ ସଂଖ୍ୟା ଥିଲା ଏବଂ ଏହି କାରଣରୁ ସିନେମାର ନାମ ଲିମ୍କା ବୁକ ଅଫ ରେକର୍ଡସରେ ଜମା କରା ଯାଇଥିଲା।
କହୋ ନା ପ୍ୟାର ହେ ସିନେମାରେ ହ୍ରିତିକ ନିଜର ହଟବଡ଼ି ଦ୍ଵାରା ଝିଅମାନଙ୍କୁ ଦିୱାନା କରି ଦେଇଥିଲେ। ଏହା ପଛରେ ସଲମାନ ଖାନଙ୍କ ହାତ ଥିଲା। ସଲମାନ ତାଙ୍କୁ ଟ୍ରେନିଂ ଦେଇଥିଲେ ଏବଂ ଏମିତି ହେବାଦ୍ବାରା ତାଙ୍କର ଏତେ ସୁନ୍ଦର ବଡ଼ି ହୋଇ ପାରିଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।