ମିଲିନ୍ଦ ସୋମନଙ୍କ ଦ୍ୱାରା ଜନ୍ମଦିନ ଉପଲକ୍ଷେ ଉଲଗ୍ନ ହୋଇ ବେଳାଭୂମିରେ ଦୌଡ଼ିବାର ଫୋଟୋ ସେୟାର କରିବା ପରେ ସୋସିଆଲ ମିଡ଼ିଆରେ ଏହାକୁ ନେଇ ବହୁତ ମିମସ କରାଯାଇଥିଲା |
ବଲିଉଡ ଅଭିନେତା ତଥା ମଡେଲ ମିଲିନ୍ଦ ସୋନମ ନିକଟରେ ହିଁ ଗୋଆ ବେଳାଭୂମିରେ ଉଲଗ୍ନ ହୋଇ ଦେଉଥିବାର ନଜର ଆସିଥିଲେ | ସେ ଏହି ଫୋଟୋ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର ମଧ୍ୟ କରିଥିଲେ | ବର୍ତ୍ତମାନ ଏହି ମାମଲାକୁ ନେଇ ତାଙ୍କ ବିରୋଧରେ ଏଫଆଇଆର ଫାଇଲ ହୋଇଯାଇଛି | ଏହି ଫୋଟୋ ତାଙ୍କ ପତ୍ନୀ କ୍ଲିକ କରିଥିଲେ | ଏବଂ ଏହାର କେପସନରେ ମିଲିନ୍ଦ ଲେଖିଥିଲେ ଯେ-୫୫ ଏଣ୍ଡ ରନିଙ୍ଗ |
ସମାଚାର ଏଜେନ୍ସି ANIର ଆଧିକାରିକ ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା କରାଯାଇଥିବା ଏକ ଟ୍ୱିଟ ମୁତାବକ କୋଲୱା ପୋଲିସ ଷ୍ଟେସନରେ ଆଇପିସି ଧାରା ୨୯୪ ଏବଂ ଆଇଟି ଆକ୍ଟର ଧାରା ୬୭ ଅଧୀନରେ ମିଲିନ୍ଦ ସୋମନଙ୍କ ବିରୋଧରେ କେସ ରେଜିଷ୍ଟର କରିନିଆ ଯାଇଛି | ସୂଚନାଯୋଗ୍ୟ ଯେ ଧାରା ୨୯୪ ଅଶ୍ଳୀଳ ଅଭିନୟ ଏବଂ ଗୀତ ପାଇଁ ଅଟେ ଏବଂ ଆଇଟିର ଧାରା ୬୭ ଅଶ୍ଳୀଳ ସାମଗ୍ରୀକୁ ଇଲେକ୍ଟ୍ରୋନିକ ଫର୍ମରେ ପବ୍ଲିସ ଏବଂ ସେୟାର କରିବାର ବିରୋଧରେ ରହିଛି |
ଏହିଅ ଅଭିଯୋଗ ଗୋଆ ସୁରକ୍ଷା ମଞ୍ଚ ଦ୍ୱାରା ଦିଆଯାଇଥିବା ଅଭିଯୋଗ ପରେ ଫାଇଲ କରାଯାଇଛି | ତେବେ ନିକଟରେ ହିଁ ମଡେଲ ତଥା ଅଭିନେତା ପୁନମ ପାଣ୍ଡେଙ୍କ ବିରୋଧରେ ମଧ୍ୟ ଗୋଆରେ ଉଲଗ୍ନ ଫୋଟୋଶୁଟ କାରିବାକୁ ନେଇ FIR ଫାଇଲ କରାଯାଇଥିଲା | ପୁନମଙ୍କ ବିରୋଧରେ ଏହି ଅଭିଯୋଗ ସରକାରଙ୍କର ୱାଟର ୱାର୍କସ ଡିପାର୍ଟମେଣ୍ଟ ଦ୍ୱାରା କରାଯାଇଥିବା ଅଭିଯୋଗ ପରେ ହୋଇଥିଲା | ତେବେ ପୁନମ ପାଣ୍ଡେଙ୍କୁ ଏହି ମାମଲାରେ ଜାମିନ ମିଳିସାରିଛି କିନ୍ତୁ ଦେଖିବାକୁ ପଡିବ ଯେ କଣ ମିଲିନ୍ଦଙ୍କୁ ମଧ୍ୟ ଏହି କେସରୁ ମୁକ୍ତି ମିଳୁଛି କି ନାହିଁ |
ପ୍ରଚୁର ପରିମାଣରେ କରାଯାଇଥିଲା ମିମ:
Case registered against model-actor-fitness promoter Milind Soman, under IPC Sec 294 (Obscene acts and songs) & Sec 67 (Punishment for publishing/transmitting obscene material in electronic form) of IT Act for his social media post where he was seen sprinting naked at a Goa beach pic.twitter.com/MJq3o6y1rz
— ANI (@ANI) November 6, 2020
ମିଲିନ୍ଦ ସୋମନଙ୍କ ଦ୍ୱାରା ଜନ୍ମଦିନ ଅବସରରେ ଉଲଗ୍ନ ହୋଇ ବେଳାଭୂମି ଉପରେ ଦୌଡିବା ଫୋଟୋକୁ ସେୟାର କରାଯିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଏହାକୁ ନେଇ ବହୁତ ମିମ କରାଯାଇଥିଲା | ଲୋକମାନେ ଅଣ୍ଡରଗାରମେଣ୍ଟ ଉପହାର କାରିବା ଠାରୁ ନେଇ ହର୍ମୋନ୍ସ ଆଉଟ ଅଫ କଣ୍ଟ୍ରୋଲ ହୋଇଯିବା ପରି କଥାକୁ ଲେଖି ମିଲିନ୍ଦଙ୍କ ଦ୍ୱାରା ସେୟାର କରାଯାଇଥିବା ଫୋଟୋର ଉପହାସ କରିଥିଲେ