ବନ୍ଧୁଗଣ ଆମ ଓଡ଼ିଶା ଏକ ଏପରି ରାଜ୍ୟ ଅଟେ ଯେଉଁଠାରେ ୧୨ ମାସରେ ୧୩ ପର୍ବ ପାଳିତ ହୋଇଥାଏ। ତେବେ ସବୁ ମାସରେ କୌଣସି ନାଁ କୌଣସି ତିଥି ପର୍ବ ପୂର୍ଣ୍ଣମା ଇତ୍ୟାଦି ପଡ଼ିଥାଏ। ଏବଂ ଏଥର ଏହି ଅଗ୍ନି ଉତ୍ସବ ପୂର୍ଣ୍ଣମା ଯାହା ୨୦୨୧ ଫେବୃୟାରୀ ୨୬ ତାରିଖ ଶୁକ୍ରବାର ଆଜି ପଡୁଅଛି। ଏବଂ ବନ୍ଧୁଗଣ ମାଘ ମାସକୁ ପୁଣ୍ୟ ମାସ ବୋଲି କୁହାଯାଇଥାଏ ଏବଂ ଏହି ପୁଣ୍ୟ ମାଘ ମାସ ପୂର୍ଣ୍ଣମା ଦିନ ଅଗ୍ନି ଉତ୍ସବ ଓଡିଶାର ପ୍ରତ୍ୟକ ଜାଗାରେ ପାଳନ କରାଯାଇଥାଏ।
ପୂର୍ବପୁରୁଷରୁ ଯାହା ଚାଲି ଆସୁଅଛି ତାହା ପାରମ୍ପାରିକ ରୀତିରେ ସବୁ ତିଥି ପର୍ବ ପାଳିତ ହୋଇଥାଏ। ତେବେ ଏହି ଅଗ୍ନି ଉତ୍ସବ ପର୍ବଟି ଅଗ୍ନି ଦେବ ଦେବତାଙ୍କୁ ନେଇ ହୋଇଥାଏ। ଅଗ୍ନି ଦେବତା ଯାହାଙ୍କର ସମାଜରେ ବହୁତ ଗୁରୁତ୍ୱ ରହିଅଛି। ଆମର ଏହି ଭାରତୀୟ ପରମ୍ପରାରେ ଅଗ୍ନିଙ୍କୁ ଦେବତା ବୋଲି ମନ ଭିତରେ ଭାବି ବହୁତ ସମ୍ମାନ ଦିଆଯାଇଥାଏ। କାହିଁକିନା ଅଗ୍ନି ଏକ ଏଭଳି ଦେବତା ଅଟନ୍ତି ଯିଏ ନିଜେ ଜଳି ହୋଇ ଅନ୍ୟମାନଙ୍କୁ ଆଲୋକିତ କରିଥାନ୍ତି। ସେ ସବୁଠି ବିରାଜିତ କୌଣସି ନାଁ କୌଣସି ରୁପରେ ହୋଇ ରହିଥାନ୍ତି। ଜଗତ ପାଇଁ ସେ ସବୁବେଳେ ମଙ୍ଗଳ କାମନା କରନ୍ତି।
ଯଦି ଆଜି ଅଗ୍ନି ନଥାନ୍ତା ତ ଆମ ମାନଙ୍କର ପୁରା ଜୀବନ ଏମିତି ଅନ୍ଧାରରେ ରହି ରହି ବିତି ଯାଇଥାନ୍ତା। ତେବେ ସବୁ ଦେବତାଙ୍କ ଠାରୁ ସେ ଆଗ ଉତ୍ତପ୍ତ ହୋଇଥିଲେ । ସେଥି ଲାଗି ତାଙ୍କ ନାଁ ଅଗ୍ନି। ତେବେ ଏହି ଅଗ୍ନି ଉତ୍ସବ ପୂର୍ଣ୍ଣମା ଏହି ଦିନ ମାନିନିଆ ଯାଇଥାଏ କି ଏହି ଦିନ ଶୀତ ଋତୁକୁ ବିଦାୟ ଦେବା ସହିତ ପରିବାରଙ୍କର ମଙ୍ଗଳ କାମନା କରିବା ଏବଂ ଅଗ୍ନି ଦେବତାଙ୍କୁ ଭଲ ଫସଲ କେମିତି ହେବ ତା ପାଇଁ ପ୍ରାର୍ଥନା କରିବା ଏହି ଦିନ ଏହିସବୁ ଜିନିଷ ପ୍ରାର୍ଥନା କରାଯାଇ ଏହି ଅଗ୍ନି ଉତ୍ସବଟି ପାଳନ କରାଯାଇଥାଏ। ଏହାକୁ ଅଗ୍ନି ଉତ୍ସବ ପୂର୍ଣ୍ଣମା ବା ଅଗିରା ପୁନେଇ ବା ଅଗିଜଳା ପୂର୍ଣ୍ଣମୀ ମଧ୍ୟ କୁହାଯାଇଥାଏ।
ଏହି ଅଗ୍ନି ଉତ୍ସବ ପୂର୍ଣ୍ଣମାରେ ସୁନ୍ଦରଗଡ଼ ଜିଲ୍ଲାର ବରମିତ୍ର ପୁରରେ ମା ମଙ୍ଗଳାଙ୍କ ପାଖରେ ଏହି ପର୍ବଟି ବହୁତ ଧୁମ ଧାମରେ ପାଳିତ କରାଯାଇଥାଏ। ଏବଂ ନିଆଁରେ ଚାଲିଥାନ୍ତି କାଳୀସି ଏବଂ ଶ୍ରଦ୍ଧାଳୁ। ଏହି ପର୍ବଟିକୁ ଦେଖିବା ପାଇଁ କେବଳ ମା ମଙ୍ଗଳାଙ୍କ ପାଖରେ ବହୁତ ସାରା ଲୋକଙ୍କର ଭିଡ଼ ହୋଇଥାଏ। ଏହି ପର୍ବଟି ସବୁଆଡେ ଓଡିଶାରେ ସବୁ ଜାଗାରେ ଲୋକମାନେ ବହୁତ ଧୁମଧାମରେ ମଜା ମସ୍ତି କରି ପାଳନ କରିଥାନ୍ତି। ତେବେ ଏହିପରି ପବିତ୍ର ଅଗ୍ନି ଉତ୍ସବ ଦିନରେ ଆପଣ ମାନେ କରନ୍ତୁ କେବଳ ଏହି ୩ ଟି କାମ ଆପଣ ମାନଙ୍କର ମନସ୍କାମନା ସବୁ ପୁରଣ ହେବ। ପରିବାର ଲୋକଙ୍କ ପାଇଁ ସବୁ ମଙ୍ଗଳ ହେବ। ତେଣୁ ସମ୍ପୂର୍ଣ କଥା ଜାଣିବା ପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।
ତେବେ ବନ୍ଧୁଗଣ ଏହି ପବିତ୍ର ଅଗ୍ନି ଉତ୍ସବ ପୂର୍ଣ୍ଣମା ଦିନ ବା ଆଗିଜଳା ପୂର୍ଣ୍ଣମା ଦିନ ଏହି ଦିନ ସମସ୍ତଙ୍କ ଘରୁ ପ୍ରତ୍ୟକ ଗାଁରେ ଗୋଟେ ଖୋଲା ଜାଗାରେ ଘରୁ କୁଟା ଜାଳ ସବୁ ଏକାଠି କରାଯାଇଥାଏ। ସେଠି ଅଗ୍ନି ଜଳା ପୁଜା ପାଇଁ ସବୁ ଜିନିଷ ଆୟଜିତ କରାଯାଇ ରଖା ହୋଇଥାଏ। ଓ ଲୋକମାନଙ୍କୁ ଡ଼କା ଯାଇଥାଏ ଓ ତାପରେ ବ୍ରାହ୍ମଣ ଆସି ପୁଜା କରିଥାନ୍ତି ଓ ତାପରେ ଅଗ୍ନି ଜଳା ଉତ୍ସବ ଆରମ୍ଭ କରାଯାଇଥାଏ। ତେବେ ଏହି ଦିନ ଏହି ଅଗ୍ନି ଉତ୍ସବ ଆଗି ଜଳା ଯେବେ ହୋଇଥିବ ଆପଣ ମାନେ ଘରୁ ବାଇଗଣ କି ଆଳୁ କି ନଡିଆ ୟାକୁ ସବୁ ଆପଣ ମାନେ ଆଣିଥିବେ ଆପଣଙ୍କ ସାଙ୍ଗରେ।
ଯେବେ ଆଗିଜଳା ହେଉଥିବ ତ ସେତେବେଳେ ୟାକୁ ଆଗିକୁ ଦେଖେଇକି ଜଳେଇକି ପୋଡିକି ତାକୁ ଆପଣ ନିଜ ସାଙ୍ଗରେ ଘରକୁ ନେବେ। ଏବଂ ପ୍ରସାଦ ଭାବେ ଏହାକୁ ଭୋଜନ କରିନେବେ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଆପଣଙ୍କ ପାଇଁ। ଯଦି ଆପଣ ଏମିତିରେ ଘରେ ଏହି ସବୁ ଜିନିଷକୁ ପୋଡି କରି ଖାଉଥିବେ। କିନ୍ତୁ ଆଗି ଜଳାଦିନ ଯଦି ଆପଣ ଅଗ୍ନିଙ୍କର ପୁଜା ସରିବା ପରେ ଅଗ୍ନି ଦେବତାଙ୍କ ପାଖରେ ୟାକୁ ପୋଡି ଏମାନେ ୟାକୁ ପ୍ରସାଦ ଭାବରେ ଭୋଜନ କରନ୍ତି ତେବେ ଆପଣଙ୍କର ସମସ୍ତ ପରିବାର ବର୍ଗଙ୍କର ସ୍ବାସ୍ଥ୍ୟ ସବୁଠାରୁ ଭଲ ରହିଥାଏ। ରୋଗ ଆପଣଙ୍କ ପାଖକୁ ଛୁଇଁ ପାରେ ନାହିଁ ଏବଂ ଆପଣଙ୍କ ପରିବାରରେ ସୁଖ ଶାନ୍ତିର ଗୋଟେ ମାହଲ ବନିଯାଇଥାଏ।ତେଣୁ ଆପଣମାନେ ଏହି କାମଟି ଅଗ୍ନି ଉତ୍ସବ ଦିନ ନିଶ୍ଚୟ କରିନେବେ।
ବନ୍ଧୁଗଣ ଅଗ୍ନି ଉତ୍ସବ ପୂର୍ଣ୍ଣିମା ଅଗ୍ନି ଜଳା ପୁଜାଟି ରାତିକୁ ହୋଇଥାଏ। ତେବେ ଦିନରେ କଣ କରିବେ। ଏହି ପୂର୍ଣ୍ଣିମା ଦିନ ଆପଣ ଦିନରେ ଘରେ ନିଶ୍ଚିୟ ଖିରି ବନେଇନେବେ ଘରେ। ଘରେ ଖିରି ବନେଇ ଘରର ଠାକୁରଙ୍କୁ ଖିରିକୁ ଭୋଗ ଭାବେ ଅର୍ପଣ କରିବେ। ଏହି ଦିନ ଜଦି ଖିରି ବନେଇ ଆପଣ ଭଗବାନଙ୍କୁ ଅର୍ପଣ କରି ଘର ଲୋକଙ୍କୁ ଖାଇବାକୁ ଦିଅନ୍ତି ତ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ମାନି ନିଆଯାଇଥାଏ କି ଏହି ଅଗ୍ନି ଉତ୍ସବ ଦିନ ଜଦି ଘରେ ଖିରି ବନେଇ ଖିଆଯାଏ ତ ଏକ ସାକାରାତ୍ମକତା ଗୋଟେ ଘରେ ମାହାଲ ବନିଥାଏ। ଘରେ ସବୁଆଡେ ଖୁସି ହିଁ ଖୁସି ରହିଥାଏ। ଆଉ ଯେତେ ପରିବାରର ଘର ଲୋକ ଖୁସି ରୁହନ୍ତି ତେବେ ୟାଠୁ ବଡ଼ ଖୁସି କଣ ହୋଇପାରେ। ତେଣୁ ଆପଣମାନେ ବନ୍ଧୁଗଣ ଏହି କାମଟି ଏହି ଅଗ୍ନି ଉତ୍ସବ ପୂର୍ଣ୍ଣିମା ଦିନ ନିଶ୍ଚୟ କରନ୍ତୁ।
ବନ୍ଧୁଗଣ ଆପଣମାନେ ଏହି ଅଗ୍ନି ଉତ୍ସବ ଦିନ କଣ କରିବେ। ଆଗି ଜଳା ହେଲା ଆଗି ଜଳା ସରିବା ପରେ ଆପଣ ଲୋକମାନେବି ଥିବେ ବାକି ସରିବା ପରେ ସେଠୀ ସବୁ ସରିବା ପରେ ଅଧା ଯେମିତି ଅଗି ଜଳି ନଥିବ ପୁରା ପାଉଁଶ ହୋଇଯାଇଥିବ ସେମିତି ହୋଇ ସାରିବା ପରେ ଆପଣ ସେଠାକୁ ଯିବେ ଓ ଅଳ୍ପ କିଛି ପାଉଁଶ ଘରକୁ ଧରି ଆଣିବେ। ୟାକୁ ସାର ବୋଲି ମଧ୍ୟ କିଛି କିଛି ଗ୍ରାମରେ କୁହାଯାଇଥାଏ। ଏହାକୁ ଆପଣ ଆଗି ପାଉଁଶକୁ ଘରକୁ ଆଣିନେବେ। ଏବଂ ଘରେ ସବୁ ଜାଗାରେ ସବୁ ରୁମରେ ସବୁଠି ରଖିଦେବେ। ଯେମିତିକି କିଛି ଚାଉଳ ବସ୍ତା ଉପରେ ରଖିଦେବେ ଏହା ଗୋଟେ କୁହନ୍ତିନି ବହୁତ ଗୋଟେ ଶୁଭ ଜିନିଷ ହୋଇଥାଏ ବା ଏହା ଗୋଟେ ବହୁତ ପବିତ୍ର ଜିନିଷ ହୋଇଥାଏ। ତ ଏହାକୁ ସବୁ ଜାଗାରେ ରଖିବେ।
ଆପଣ ଏହାକୁ ଫସଲରେ ମଧ୍ୟ ନେଇ ଏହାକୁ ପକେଇଦେବେ। ଜଦି ଏହାକୁ ଫସଲରେ ପୋକାଇବେ ତ ଆପଣଙ୍କର ଫସଲ ବହୁତ ଭଲ ଭାବରେ ସେହି ବର୍ଷଟି ମିଳିଥାଏ। ତେଣୁ ଏହାକୁ ବିଲରେ ଫସଲରେ ମଧ୍ୟ ନେଇ ପକେଇଦେବେ ଏବଂ ଘରେ ଏହାକୁ ସବୁଠି ରଖିକି ଘରେ ଏହାକୁ ଗୋବର ସହ ମଧ୍ୟ ମିଶେଇ ଭୂମି ଲେପି ପାରିବେ ବା ପୋଛି ନେବେ। ଏମିତି କରିବା ଦ୍ବାରା ଆପଣଙ୍କର ଘର ପ୍ରତ୍ୟକ ଯାଗା ଯେଉଁଠି ଆପଣ ଏହାକୁ ବ୍ୟବହାର କରିବେ ସେ ଯାଗା ସବୁଠି ପବିତ୍ର ହୋଇଥାଏ। ଏବଂ ଏହି କାମଟି ହେବା ଦ୍ୱାରା ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି।
ଏବଂ ମା ଲକ୍ଷ୍ମୀ ଯେଉଁ ଜାଗାରେ ପବିତ୍ର ରହିଥାଏ ମା ଲକ୍ଷ୍ମୀ ସେହି ଜାଗାକୁ ଆସିବା ପାଇଁ ଇଛା କରିଥାନ୍ତି। ତେଣୁ ଆପଣ ମାନେ ବନ୍ଧୁଗଣ ଏହି ଅଗ୍ନି ଉତ୍ସବ ଦିନ ଆଗି ଜଳା ପରେ ପାଉଁଶକୁ ଆଣିବା ପାଇଁ କେବେବି ଭୁଳିବେ ନାହିଁ। ଆପଣ ସେହି ଦିନ ଅପେକ୍ଷା କରିଥିବୁ। ଆଗି ଜଳା ପରେ ଘରର ସବୁ ଜାଗାରେ ରଖିକି ନାଁ ତାକୁ ପବିତ୍ର କରିନେବେ। ଜଦି ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବାକୁ ଇଛା ଥିବ।କାହିଁକି ନାଁ ଏହି କାମ ମା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ଅଟେ ଏହା କରିବା ଦ୍ୱାରା ଆପଣଙ୍କ ଘରକୁ ଆସୁଥିବା ଧନଟିର ରାସ୍ତା ଖୋଲି ଯାଇଥାଏ। କାହିଁକି ନାଁ ପବିତ୍ର ଏକ ଏମିତି ଜିନିଷ ଯେଉଁଠି ସବୁ ଦେବତା ଦେବୀ ମାନଙ୍କର ବାସ ହୋଇଥାଏ। ସେଠି କୌଣସି ଗରିବତା ଗୋଷ୍ଠୀ କେବେବି ରହିନଥାଏ। ସେଥି ଲାଗି ତ କୁହାଯାଏ ନାଁ ଘରକୁ ସବୁବେଳେ ପବିତ୍ର ରଖନ୍ତୁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।