ମୁମ୍ବାଇ: ସୈଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନ ବହୁତ ଜଲଦି ଅକ୍ଷୟ କୁମାରଙ୍କ ସହ ‘ ଅତରଙ୍ଗି ରେ ‘ ଦେଖିବାକୁ ମିଳିବେ। ସାରା ବର୍ତ୍ତମାନ ସୋଶିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ସେ ଅକ୍ଷୟ କୁମାରଙ୍କ ସହ ଦେଖିବାକୁ ମିଳୁଛନ୍ତି। ଭିଡିଓରେ ସାରା ଏକ ରିର୍ପୋଟର ପରି ଆକ୍ଟିଙ୍ଗ୍ କରିବାର ଦେଖିବାକୁ ମିଳିଛି। ସାରାଙ୍କର ଏହି ଆକ୍ଟିଙ୍ଗ୍ ଅକ୍ଷୟ କୁମାରଙ୍କୁ ବିଲକୁଲ ପସନ୍ଦ ଆସି ନଥିଲା। ଏଥିପାଇଁ ଏହି ଭିଡିଓରେ ଅକ୍ଷୟ କୁମାର ମୁଣ୍ଡ ପିଟୁଥିବାର ଦେଖିବାକୁ ମିଳିଛି।
ସାରା ଅଲି ଖାନ ନିଜ କଥା ଆଗକୁ କୁହିବା ପୂର୍ବରୁ ଅକ୍ଷୟ କୁମାର ନିଜେ ତାଙ୍କ ମୁଣ୍ଡ କୁ ପିଟି ଦେଲେ। ଏହା ଦେଖି ସାରା ଚୁପ ହୋଇଗଲେ। ପୁଣି ତା ପରେ ସାରା ଅଲି ଖାନଙ୍କ ମୁହଁରେ ଟେନସନ ଦେଖିବାକୁ ମିଳିଥିଲା ଏବଂ ସେ ଅକ୍ଷୟ କୁମାରଙ୍କୁ କହୁଥିଲେ କି କ’ଣ ହେଲା ସାର ସ୍ମାଇଲ କରନ୍ତୁ ନା।
ଏହି ସମୟରେ ଅକ୍ଷୟ କୁମାର କହିଛନ୍ତି କି , ଯେମିତି ଆପଣ ମାନେ ଦେଖିଲେ କି ସେ ଏବେ ଏବେ ରାଇମ କରିବାର ଚେଷ୍ଟା କରିଲେ , କିନ୍ତୁ ଏହା ଠାରୁ ଖରପ ରାଇମ ମୁଁ ମୋ ଲାଇଫରେ କେବେ ବି ଦେଖି ନାହିଁ । ଅବଶ୍ୟ ସେ ଚେଷ୍ଟା କଲେ ଏହା ବହୁତ ଭଲ କଥା। ଚେଷ୍ଟା କରୁଥିବା ଲୋକମାନଙ୍କର କେବେ ହାର ହୋଇନଥାଏ।
ଏହାପରେ ସାରା କହିଛନ୍ତି କି ନମସ୍କାର ଦର୍ଶକ ଆପଣଙ୍କୁ ଆଗ୍ରାକୁ ସ୍ବାଗତ। ଆମେ ତାଜମହଲ ଦର୍ଶନ କରିବାକୁ ଆସିଛୁ। ତାଜ କୁ କ୍ରାଉନ ମଧ୍ୟ କୁହାଯାଏ , ଏହା କହି ସାରା ଭୁଲି ଯାଅନ୍ତି ଯେ ତାଜମହଲକୁ କ’ଣ କୁହାଯାଏ।
ଅକ୍ଷୟ କୁମାର ଏବଂ ସାରା ଅଲି ଖାନ ଦୁଇ ଜଣ ତାଜମହଲ ଉପରେ ତାଙ୍କର ଅପକମିଙ୍ଗ ଫିଲ୍ମ ଅତରଙ୍ଗି ରେ ର ସୁଟିଂଗ କରୁଛନ୍ତି। ଏଥିରେ ଅକ୍ଷୟ ଏବଂ ସାରାଙ୍କ ବ୍ୟତିତ ନସୀରୂଦ୍ଧୀନ ଶାହ ଏବଂ ଧନୁଷ ମଧ୍ୟ କାମ କରୁଛନ୍ତି। ସୁଟିଂଗରେ କୌଣସି ପ୍ରକାରର ସମସ୍ୟା ନହେଉ ସେଥିପାଇଁ କଡାକଡି ବ୍ୟବସ୍ଥା କରାଯାଇଛି।
ଏହା ପୂର୍ବରୁ ସାରା ଅକ୍ଷୟ କୁମାରଙ୍କର ଆଉ ଏକ ଫଟୋ ସୋଶିଆଲ ମିଡିଆରେ ସେୟାର କରିଥିଲେ , ଯେଉଁଥିରେ ଅକ୍ଷୟ କୁମାର ସାହଜହାଂଙ୍କ ଗେଟପରେ ହତରେ ଗୋଲାପ ଧରି ପାଲିଙ୍କରେ ବସିବାର ଦେଖିବାକୁ ମିଳିଥିଲା। ସାରା ଏହି ଫଟୋ ସହିତ କ୍ୟାପସନରେ ଲେଖିଲେ , କାରଣ ଏହା ଏହାଠାରୁ ଅଧିକ ଅତରଙ୍ଗି ହୋଇପାରିବ ନାହିଁ। ସାହଜାହାଂ ନୁହଁନ୍ତି ଏ ମିଷ୍ଟର କୁମାର ଅଟନ୍ତି।
ଲକଡାଉନ ପୂର୍ବରୁ ସାରା ବନାରସରେ ସୁଟିଂଗ କରୁଥିବାର ଦେଖିବାକୁ ମିଳିଥିଲେ। ଏଠାର ଫଟୋ ଏବଂ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫିଲ୍ମ ଅତରଙ୍ଗି ରେ ଆସନ୍ତା ବର୍ଷ ଅଗଷ୍ଟରେ ରିଲିଜ ହୋଇପାରେ।
ଓ୍ବାର୍କ ଫ୍ରଣ୍ଡ ର କଥା କହିବାକୁ ଗଲେ ଅକ୍ଷୟ କୁମାରଙ୍କର ଆଗକୁ ପାଇପଲାଇନ ପରି ଫିଲ୍ମ ରହିଛି। ଏଥିରେ ସୂର୍ଯ୍ୟବଶୀଂ , ପୃଥ୍ବୀରାଜ , ବେଲ ବଟମ , ବଚ୍ଚନ ପାଣ୍ଡ୍ୟ, ଅତରଙ୍ଗିରେ ମଧ୍ୟ ସାମିଲ ଅଛି।
ସାରାଙ୍କର କୁଲି ନମ୍ବର ୧ ଡିସେମ୍ବର ୨୫ରେ ରିଲିଜ ହେଉଛି। ଏହା ପୂର୍ବରୁ ସାରା ୨୦୨୦ ର ‘ ଲଭ ଆଜ କଲ’ ରେ ଦେଖିବାକୁ ମିଳିଥିଲେ। ଏଥିରେ ତାଙ୍କ ସହ ଲିଡ ରୋଲରେ କାର୍ତ୍ତିକ ଆରିୟନ ଦେଖିବାକୁ ମିଳିଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।