ପ୍ରଡ୍ୟୁସର ହୋଇ Alia Bhatt ଦେଖାଇଲେ ନିଜ ପ୍ରଡକ୍ସନ ହାଉସର Photos, Shahrukh Khanଙ୍କ ସହ ମିଶି କରିବେ କାମ।

ଆଲିୟା ଭଟ୍ଟ (alia bhatt) ପ୍ରଡ୍ୟୁସର ହେବାପରେ ନିଜର ପ୍ରଥମ ହୋମ ପ୍ରଡକ୍ସନ ସିନେମାର ଘୋ-ଷଣା କରି ଦେଇଛନ୍ତି। ଜଣା ଯାଉଛି କି ଆଲିୟା ପ୍ରଥମ ସିନେମାର ନିର୍ମାଣ ଶାହାଋଖ ଖାନ (Shahrukh Khan)ଙ୍କ ସହିତ ମିଶି କରୁଛନ୍ତି। ଏହାର ଟୀଜର ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଆଲିୟା ନିଜ ଡେବ୍ୟୁ ହୋମ ପ୍ରଡକ୍ସନ ସିନେମା ପାଇଁ ଡାର୍କ କମେଡି ସବଜେକ୍ଟ ବାଛିଛନ୍ତି। କେବଳ ଏତିକି ନୁହେଁ ସେ ମୁମ୍ବାଇରେ ନିଜର ପ୍ରଡକ୍ସନ ହାଉସ ଖୋଲି ସାରିଛନ୍ତି। ଏହି କଥାର ସୂଚନା ଇନଷ୍ଟାଗ୍ରାମରେ ନିଜ ପ୍ରଡକ୍ସନ କଂପାନୀର କିଛି ଫଟୋ ଏବଂ ପୋଷ୍ଟର ଶେୟାର କରିଛନ୍ତି। ଆଲିୟା ଯେଉଁ ପୋଷ୍ଟର ଶେୟାର କରିଛନ୍ତି, ସେଥିରେ ତାଙ୍କ ପ୍ରଡକ୍ସନ ହାଉସର ନାମ ଇଟରନଲ ସନଶାଇନ (eternal Sunshine productions) ଲେଖା ହୋଇଛି। ଜଣା ଯାଉଛି କି ଆଲିୟା, ଶାହାଋଖଙ୍କ ସହିତ ଡିୟର ଜିନ୍ଦଙ୍ଗୀରେ କାମ କରି ସାରିଛନ୍ତି।

ଆଲିୟା ପୋଷ୍ଟର ଶେୟାର କରି ଲେଖିଛନ୍ତି- ସେ ନିଜ ପ୍ରଡକ୍ସନ ହାଉସ ଇଟରନଲ ସନଶାଇନ ପ୍ରଡକ୍ସନର ଘୋ-ଷଣା କରିବା ସମୟରେ ବହୁତ ଖୁସି ହୋଇଛନ୍ତି। ଆସନ୍ତୁ ଆମେ ଆପଣଙ୍କୁ କାହାଣୀ ଜଣାଇବୁ। ହ୍ୟାପି ଟେଲ୍ସ, ବାର୍ମ ଆଣ୍ଡ ଫଜୀ ଟେଲ୍ସ, ରିୟଲ ଟେଲ୍ସ, ଟାଇମଲେସ ଟେଲ୍ସ।

ଜଣା ଯାଉଛି କି ଆଲିୟା ନିଜ ପ୍ରଡକ୍ସନ ହାଉସର ବ୍ୟାନର ତଳେ ହେବାକୁ ଥିବା ସିନେମା ଡାର୍ଲିଙ୍ଗ୍ସରେ ମୁଖ ଚରିତ୍ରରେ ଅଭିନୟ କରିବେ।ଆଲିୟାଙ୍କ ବ୍ୟତୀତ ସିନେମାରେ ଶେଫାଳୀ ଶାହ, ବିଜୟ ବର୍ମା, ରୋଶନ ମୈଥ୍ୟୁ ମଧ୍ୟ ନଜର ଆସିବେ। ସିନେମାର ନିର୍ଦେଶନା ଜସମୀତ କେ ରୀନ କରୁଛନ୍ତି।

ଆଲିୟା ସିନେମା ସହିତ ଯୋଡା ଗୋଟିଏ ଟିଜର ମଧ୍ୟ ଶେୟାର କରିଛନ୍ତି। ଟିଜରର ଆରମ୍ଭ ଏକ ବୈଧାନିକ ଚେତାବନୀରୁ ହୋଇଥାଏ- ମହିଳାଙ୍କର ଅପମାନ ନିଜ ସ୍ଵାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇପାରେ। ଶାହାଋଖ ଟିଜର ଶେୟାର କରି ଲେଖିଛନ୍ତି- ଡାର୍ଲିଙ୍ଗ୍ସ, ଜୀବନ ମୁସ୍କିଲ ଅଟେ, କିନ୍ତୁ ଆପଣ ମଧ୍ୟ ମଜବୁତ ଅଟନ୍ତି। ନିଜ ଡାର୍ଲିଙ୍ଗ୍ସଙ୍କୁ ଦୁନିଆ ସାମ୍ନାରେ ଦାଖଲ କରିବା ସମୟରେ… ସାବଧାନ ରହିବା ପାଇଁ ଉପଦେଶ ଦେଇଛନ୍ତି।

ଜଣା ଯାଉଛି କି ଆଲିୟାଙ୍କ ଅଫିସର ଲିଭିଙ୍ଗ ଏରିୟା ବହୁତ ବଡ଼ ଅଟେ। ଏଠାରେ ଆରାମରେ ସୁଟିଂ କରାଯାଇପାରିବ ଏବଂ ଚ୍ୟାଟ ଶୋଜ ଯେଉଁ ବି ଶୋଜ ପ୍ରସ୍ତୁତ କରାଯାଇ ପାରିବ।

ମେକଅପ ଋମ ନାମରେ ଆଲିୟା କୈାଣସି ବଡ ଜାଗାକୁ ବାଛି ନାହାନ୍ତି କିନ୍ତୁ ଲିଭିଙ୍ଗ ଏରିୟା ସହିତ ହିଁ କୋଣରେ ଏକ ବଡ଼ ଦର୍ପଣ ଲଗାଇ ଏହାକୁ ମେକଅପ ଏରିୟାର ଟଚ ଦେଇଛନ୍ତି।

ଡିଜାଇନର ଋପିନ ସୂଚକ ଆଲିୟାଙ୍କ ଅଫିସକୁ ଡିଜାଇନ କରିଛନ୍ତି। ଋପିନ ଡିଜାଇନ କରିବା ସମୟରେ ପ୍ରତ୍ୟେକ ବସ୍ତୁର ଭଲ ଭାବରେ ଧ୍ୟାନ ରଖନ୍ତି। ସେ କରିଡୋରରେ ଫୁଲକୁଣ୍ଡ ମଧ୍ୟ ଲଗାଇଛନ୍ତି ଯାହାଦ୍ଵାରା ସବୁଜ ଦେଖାଯିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *