ବାବା କା ଢାବା ର ମାଲିକ କାନ୍ତା ପ୍ରଶାଦ ଙ୍କ ର କାହାଣୀ ସୋଶିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା। ଏବେ କାନ୍ତା ପ୍ରଶାଦ ଆରୋପ ଲଗେଇଛନ୍ତି। ସାହାର୍ଯ୍ୟ ନାମ ରେ ଫଣ୍ଡ ର ଠକାମି ଧୋକାବାଜୀ ର ଆରୋପ ରେ କାନ୍ତା ପ୍ରଶାଦ ଗୌରବ ବାସନ ଙ୍କ ନାମ ରେ ଅଭିଯୋଗ କରିଛନ୍ତି। ସେ ବାସନ ଙ୍କ ନାମରେ ଧୋକାବାଜୀ, ବିଶ୍ବାସଘାତକ , ସଡଯନ୍ତ୍ରକରୀ ଏବଂ ଅପରାଧ ଚକ୍ରାନ୍ତ ର ଆରୋପ ଲଗେଇଛନ୍ତି।
ଅକ୍ଟୋବର ୭ କୁ ଇନଷ୍ଟାଗ୍ରାମ୍ ଠାରୁ ଆରମ୍ଭ କରି ଫେସବୁକ ପର୍ଯ୍ୟନ୍ତ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓ କୁ ମାଲଓ୍ବିୟ ନଗର ରେ ସୁଟ କରାଯାଇଥିଲା। ସେଠାରେ ଥିବା ବାବା କା ଢାବାରେ କାମ କରୁଥିବା ଦୁଇଟି ବୃଦ୍ଧ ଙ୍କର ଦୁଃଖ ଦେଖି ସେହି ଯୁବକ ତାଙ୍କର ଭିଡିଓ ବନେଇ ସେୟାର କରିଥିଲେ।
ୟୁଟ୍ୟୁବର ଗୌରବ ବାସନ ଏହି ଭିଡିଓ ବନେଇ ଥିଲେ। ବାବା କା ଢାବା ଚଲଉ ଥିବା କାନ୍ତା ପ୍ରଶାଦ ଏବଂ ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ଏହି ଭିଡିଓ ରେ କାନ୍ଦିବାର ନଜର ଆସିଥିଲେ। କିନ୍ତୁ ଏହି ଭିଡିଓ ଭାଇରାଲ ହେଲା ପରେ ତାଙ୍କ ମୁହଁ ରେ ହସ ଦେଖିବାକୁ ମିଳୁଛି।
ବାବା କା ଢାବା ନାମରେ ଦିଲ୍ଲୀ ରେ ଏକ ଛୋଟ ଠେଲା ର ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓ କୁ ଦେଖୁ ଦେଖୁ ଲୋକମାନେ ଏତେ ସର୍ପୋଟ କଲେ କି ଏହି ଢାବା ଚଲଉ ଥିବା ଦୁଇ ଦମ୍ପତି ଙ୍କର ସବୁ ସମସ୍ୟା ସହଜ ହୋଇଗଲା। ଯେଉଁ ଢାବା ରେ ଭାତ , ଡାଲି ବିକ୍ରି ହେଉନଥିଲା ସେଠାକୁ ଏବେ କାହିଁ କେତେ ଦୂର ରୁ ଲୋକ ଖଇବା ପାଇଁ ଆସୁଛନ୍ତି। ଏବେ ଆପଣ ଘରେ ବସି ମଧ୍ୟ ଏହି ଢାବାର ଖାଇବା ଖାଇ ପାରିବେ କାରଣ ଏହି ଢାବାକୁ ଜୋମାଟୋ ଡେଲିଭରି ରେ ସାମିଲ କରିଦେଇଛି।