ସମୟ ଯେତେ ବି ଖରାପ ହେଉନା କାହିଁକି ଏହି ୨ଟି କଥା ସବୁବେଳେ ମନେ ରଖନ୍ତୁ।

ବନ୍ଧୁମାନେ ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଆମକୁ ଏହି ୨ଟି ସଂକେତ। ଯେଉଁଥିରୁ ଆମେ ଆମ ଭବିଷ୍ୟତ ଭଲ ହେବାକୁ ଯାଉଛି ବୋଲି ଜାଣି ଥାଉ।ଆମକୁ କେଉଁ ଦିନ ସଫଳତା ମିଳିବ ଏବଂ କେଉଁ ଦିନ ଆମ ସମସ୍ତ କାର୍ଯ୍ୟ ସଫଳ ହେବ ଏହି ବିଷୟରେ ଆମକୁ ଧାରଣା ନଥିବା କାରଣରୁ ଆମେ ବହୁ ଚିନ୍ତାରେ ଥାଉ।ଏହା ସହିତ ଭଲ ସମୟ ଆସିବା ଯାଏଁ ଅପେକ୍ଷା କରିଥାଉ।ଏଥିପାଇଁ ବେଳେବେଳେ ଭଲ ସମୟ ମଧ୍ୟ ଆସିଯାଏ।ହେଲେ ସମୟ ସମୟରେ ଆସୁଥିବା ଚିନ୍ତା କାରଣରୁ ଆମେ ଭାବିଥାଉ କି ଯାହାହେଉ ଦିନ ଯାକ ଭଲରେ କଟିଗଲା। ଏହା ସହ ଅନ୍ୟ ଏକ ଭଲ ଦିନକୁ ଅପେକ୍ଷା କରିଥାଉ।

ଏମିତିରେ ଆମକୁ ଜଣା ପଡିନଥାଏ କି ଆମ ପାଇଁ କେଉଁ ଦିନ ଭଲ ଯିବ ଏବଂ କେଉଁ ଦିନ ଆମ କାର୍ଯ୍ୟରେ ଭଲ ଦିନ ସମୟ ଆସିବ ତାହା ମଧ୍ୟ ଆମକୁ ଜଣା ନଥାଏ। ଆମକୁ ଭଗବାନ ମଧ୍ୟ ଆସୁଥିବା ଭଲ ସମୟର ସୂଚନା ଦିଅନ୍ତି। ହେଲେ ବୁଝାମଣା ଅଭାବରୁ ଆମେ ଜାଣି ପରିନଥାଉ କି ଆମ ପାଇଁ କେଉଁ ଭଲ ସମୟ ଆସୁଛି ଏବଂ କେବେ ଆସୁଛି।

୧.ଯଦି ଆଇନାରେ ମୁହଁ ଦେଖିବା ପରେ ଯଦି ଆପଣଙ୍କୁ ଆପଣଙ୍କ ଚେହେରାରେ କିଛି ଭଲ ପରିବର୍ତ୍ତନ ଦେଖାଦେବ।ତେବେ ଭାବି ନିଅନ୍ତୁ କି ଆପଣଙ୍କ ଜୀବନରେ ଭଲ ସମୟ ଆସିବାକୁ ଅଛି।

୨.ଯଦି ସକାଳୁ ସକାଳୁ ନିଜ ସମ୍ପର୍କୀୟ ବା କେହି ପରୀଜନ ଯିଏ ଆପଣଙ୍କ ଠାରୁ ପଇସା ନେଇଛି।ଯଦି ଫେରେଇବାକୁ ପଇସା ଆସନ୍ତି ତେବେ ଜାଣିନିଅନ୍ତୁ କି ଆପଣଙ୍କ ଭଲ ସମୟ ଆସିବାକୁ ଯାଉଅଛି।

୩.ଯଦି ସକାଳୁ ସକାଳୁ କୁଆଡେ ଗଲା ବେଳେ କେହି ଜଣେ ପାଣି ଓ କ୍ଷୀର ପୁରିଥିବା ଜାଗାରେ ନେଇକି ଆସିବାର ଆପଣ ଦେଖନ୍ତି।ତେବେ ଭାବି ନିଅନ୍ତୁ କି ଭଲ ସମୟ ଆସିବାକୁ ଅଛି।

୪.ଶରୀରର ଡାହାଣ ଅଙ୍ଗ ଯେପରି ଆଖି,ହାତ ଆଦି ଫଡ ଫଡ ହେବା ଅର୍ଥାତ୍ ଶୁଭ ଖବର ମିଳିବାକୁ ଯାଉଅଛି।ଏହା ବ୍ୟକ୍ତିର ଖୁସି ଏବଂ ସଫଳତାର ସୂଚନା ଦିଏ।

୫.କାର୍ଯ୍ୟକୁ ବାହାରିବା ବେଳେ ଯଦି କେହି କନ୍ୟା ହସି ହସି ଆପଣଙ୍କ ପାଖକୁ ଆସେ।ତେବେ ଭାବି ନିଅନ୍ତୁ କି ଖୁସି ଦିନ ଆସିବାକୁ ଯାଉଛି।

୬.ଗାଈ ତାର ବାଛୁରୀକୁ କ୍ଷୀର ଖୁଆଇବା ଦେଖିବାକୁ ମିଳିଲେ।ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

୭.ଯଦି ଅଚାନକ ଆପଣଙ୍କ ଧନ ସଞ୍ଚୟ ହେବାରେ ଲାଗେ ଏବଂ ଖର୍ଚ୍ଚ କମ ହୋଇଯାଏ।ତେବେ ଜାଣି ନିଅନ୍ତୁ କି ଆପଣଙ୍କ ଭଲ ସମୟ ଆସିବାକୁ ଯାଉଛି।

୮.ଯଦି ମାଙ୍କଡ଼ ଆମ୍ବ ଟାକୁଆ ଛାତରେ ପକାଏ ବା ବିଲେଇ ଘରେ ଜନ୍ମ ଦିଏ।ପକ୍ଷୀ ଯଦି କିଛି ଚାନ୍ଦି ଜିନିଷ ଆପଣଙ୍କ ଛାତରେ ଛାଡ଼ିଦେଉଛି ଜାଣନ୍ତୁ କି ଭଲ ସମୟ ଆସିବାକୁ ଯାଉଛି।ଏହା ଦ୍ଵାରା ଆପଣଙ୍କ ଘରେ ସୁଖ,ସମୃଦ୍ଧି ଏବଂ ଧନ, ଧାନ୍ୟରେ ପୂରିଯାଏ।

୯.ଆଖି ଫଡ ଫଡ ହେବା ମଧ୍ୟ ଏକ ଶୁଭ ସଂକେତ ବୋଲି ରାମାୟଣରେ ମଧ୍ୟ କିଛି କଥା ଅଛି।ମହିଳାଙ୍କର ବାମ ଆଖି ଏବଂ ପୁରୁଷଙ୍କର ଡାହାଣ ଆଖି ଫଡଫଡ ହେବା ଶୁଭ ହୋଇଥାଏ।

୧୦.ଯେଉଁ ଘର ସାମ୍ନାରେ ଗାଈ ଆସି ସୁଏ। କୁହାଯାଏ କି ସେହି ଘରର ସମସ୍ତ କଷ୍ଟ ଦୂରେଇ ଯାଏ।

୧୧.ଯଦି ବିଲେଇ ଆପଣଙ୍କ ଘରେ ଆସ୍ଥାନ ଜମେଇ ନିଜ ଛୁଆକୁ ଜନ୍ମ ଦେଇଥାଏ ।ତେବେ ଏହା ଶୁଭ ମାନା ଯାଇଥାଏ ଓ ଏପରି ଘରେ ୭ ପେଡ଼ି ପର୍ଯ୍ୟନ୍ତ ଧନର ବର୍ଷା ହୋଇଥାଏ।

୧୨.ଯଦି ଛଡେଇ ଆସି ଘରେ ତାର ବସା ବନାଏ।ତେବେ ଏହା ଶୁଭ ସଙ୍କେତ ଅଟେ।ଏମିତି ହେଲେ ଘରେ ସୁଖ,ସମୃଦ୍ଧି ଏବଂ ଧନ ବର୍ଷା ହୁଏ।

୧୩. ଯେଉଁ ଘରେ କଳା ପିମ୍ପୁଡ଼ି ବୁନ୍ଦା ବୁନ୍ଦା ହେଇ ରହିଥାନ୍ତି ବା କାନ୍ଥରେ ଚାଲୁ ଥାଆନ୍ତି।ଏହା ଆପଣଙ୍କ ଘରେ ଶୁଭ ସଙ୍କେତ ଆଣିଥାଏ।ହେଲେ ଘରେ ନାଲି ପିମ୍ପୁଡ଼ି ହେବା ଅଶୁଭ ସଂକେତ ଅଟେ।

୧୪.ଶୋଇବାକୁ ଗଲା ବେଳେ ଯଦି ଗାଈର ହୁଙ୍କାର ଶବ୍ଦ ଶୁଣନ୍ତି ତେବେ ଜାଣି ନିଅନ୍ତୁ କି ଏହା ପଇସା ଆସିବା ପାଇଁ ସଂକେତ ଅଟେ।

୧୫.ଯଦି ଘର ଅଗଣାରେ ବା ବାହାରେ ମୟୂର ବା ନୀଳ ରଙ୍ଗ ଚଢେଇ ଦେଖା ଯାଆନ୍ତି।ତେବେ ଏହା ବହୁତ୍ ଶୁଭ ସଙ୍କେତ ଅଟେ ଓ ଏହା ଇଶ୍ୱରଙ୍କ ଆଗାମନର ସଂକେତ ବୋଲି ଭାବି ନିଅନ୍ତୁ।

୧୬.ଯଦି ସ୍ବପ୍ନରେ ଆପଣ ସଫା ପାଣିରେ ନିଜ ମୁହଁ ଦେଖନ୍ତି।ତେବେ ବୁଝି ନେବେ କି ଆପଣଙ୍କ ଘରକୁ ବହୁ ଧନ ସଂପତ୍ତି ଆସିବାକୁ ଯାଉଛି।

୧୭.ଯଦି ଘରୁ ସାକ୍ଷାତକାରକୁ ଯିବା ସମୟରେ ବାଟରେ ଗାଈ ଏବଂ ନଡ଼ିଆ ଦେଖିବାକୁ ମିଳେ।ତେବେ ବୁଝି ନିଅନ୍ତୁ କି ପଇସା ଆସିବାକୁ ଯାଉଛି।

୧୮.ଯଦି ପ୍ରକୃତିର ସୁନ୍ଦର ଦୃଶ୍ୟ ଆପଣଙ୍କୁ ସପ୍ନରେ ଦେଖିବାକୁ ମିଳେ।ତେବେ ଆପଣ ଜାଣି ରଖନ୍ତୁ କି ଯଦି ଏଥିରେ ଝରଣା ବା ପାଣି ଦେଖିବାକୁ ମିଳେ ତେବେ ଆପଣଙ୍କ ଜୀବନରେ ବହୁତ୍ ଭଲ ସମୟ ଆସିବାକୁ ଯାଉଅଛି।

୧୯.ଯଦି ପୂଜା କରିବା ସମୟରେ ଭଗବାନଙ୍କୁ ଚଢ଼େଇଥିବା ଫୁଲ ବା ପତ୍ର ଖସି ପଡେ।ତେବେ ଜାଣିବେ କି ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି।

୨୦.ଚପଲର ବାରମ୍ବାର ଛିଡ଼ିବା ମଧ୍ୟ ଏକ ଶୁଭ ସଂକେତ।କୁହାଯାଏ କି ଏଥିରୁ ଜଣା ପଡେ କି ଇଶ୍ଵର ଆପଣଙ୍କ ସହିତ ଅଛନ୍ତି।

୨୧.ଯଦି ଡାହାଣ ଅଙ୍ଗର ହାତ,ଡେଣା,ଆଖି ୟେସବୁ ଫଡଫଡ ହେବାକୁ ଲାଗେ ।ତେବେ ବୁଝି ନିଅନ୍ତୁ କି ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି।

ଯଦି ଆପଣଙ୍କ ପୁରୁଣା କାମ ହେବାକୁ ଯାଉଛି।ତେବେ ଜାଣି ନିଅନ୍ତୁ କି ଆପଣଙ୍କର ଭଲ ଦିନ ଆସିବାକୁ ଯାଉଛି।ଏହା ବ୍ୟତୀତ ଯଦି ଆପଣ ସକରାତ୍ମକ ବିଚାର କରନ୍ତି।ତେବେ ଆପଣ ଠିକ୍ ବାଟରେ ଯାଉଛନ୍ତି ବୋଲି ଜଣାଯାଏ।ଯଦି ସ୍ବପ୍ନରେ ଦେବୀ ଦେବତା,ଶିବ ଲିଙ୍ଗ,ତିଳକ ଲାଗିଥିବା ବ୍ୟକ୍ତି ନଜର ଆସନ୍ତି। ତେବେ ବୁଝି ନେବେ କି ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି।ସ୍ବପ୍ନରେ ଝିଟିପିଟି ଦେଖିବା ମଧ୍ୟ ବହୁତ୍ ଶୁଭ ଓ ଜୀବନରେ ଖୁସି,ସୁଖ,ସମୃଦ୍ଧି ଆଣିବାକୁ ସଂକେତ ଦିଏ।
ଭଲ ସମୟ ଆସେ ଓ ଖରାପ ସମୟ ମଧ୍ୟ ଆସେ।ହେଲେ ଭଗବାନଙ୍କ ଉପରେ ବିଶ୍ୱାସ ରଖିଲେ ଖରାପ ସମୟ ଜଲ୍ଦୀ ଚାଲିଯାଏ।ତେଣୁ ଭଗବାନ ବିଷ୍ଣୁଙ୍କ ଏହି ଉପଦେଶ ସବୁବେଳେ ମାନେ ରଖନ୍ତୁ।ଯେତେବେଳେ ପାଣ୍ଡବ ମାନେ ତାଙ୍କ ସଭାରେ ଆଲୋଚନା ପୂର୍ବକ ନିଜ ଦୁଃଖର କାରଣ ପଚାରିଲେ।ଦ୍ରୌପଦୀ ଶ୍ରି କୃଷ୍ଣଙ୍କୁ ପଚାରିଲେ କାହିଁକି ଆମକୁ ଆମ ନିଜ ଲୋକଙ୍କ ଠାରୁ ଦୂରେଇବା ପଡ଼ୁଚି ବା କାହିଁକି ଆମର ନିଜ ଲୋକ ଆମକୁ କଷ୍ଟ ଦେଉଛନ୍ତି।ଶ୍ରୀକୃଷ୍ଣ କହିଲେ ଜୀବନରେ ଯେପରି ବି ସମୟ ଆସୁ ନିଜ ଲୋକଙ୍କ ସାଥ ଆଗ ଦରକାର୍।ନିଜ ଲୋକଙ୍କ ପାଖରେ କେତେ ଶୀଘ୍ର ସମୟ ବିତିଯାଏ ଜାଣି ହୁଏନାହିଁ।ନିଜ ଲୋକ ସେହି ମାନେ ଯେଉଁମାନେ ଖରାପ ସମୟରେ ପାଖରେ ଥାଆନ୍ତି।

Leave a Reply

Your email address will not be published. Required fields are marked *