ହିନ୍ଦୀ ସିନେମା ଜଗତର ଦିଗ୍ଗଜ ଅଭିନେତା ଏବଂ ପୂର୍ବ ପିଢିର ମହାନାୟକ ଅଭିତାଭ ବଚ୍ଚନ ସୋଶିଆଲ ମିଡିଆରେ ମଧ୍ୟ ନିଜ ଫ୍ୟାନସ୍ ମାନଙ୍କର ମନୋରଂଜନ କରିଥାନ୍ତି। ଅମିତାଭ ବଚ୍ଚନ ଏମିତି ଏକ କଳାକାର ଅଟନ୍ତି ଯିଏ ଫିଲ୍ମ ଏବଂ ବିଜ୍ଞାପନ ସହିତ ମଧ୍ୟ ନିଜର ଫ୍ୟାନସ୍ ମାନଙ୍କ ସହିତ ସୋଶିଆଲ ମିଡିଆ ସାହାର୍ଯ୍ୟରେ ଯୋଡି ହୋଇ ରହିଛନ୍ତି। ଆଜି ୭୮ ବର୍ଷ ବୟସରେ ଅମିତାଭ ବଚ୍ଚନ ବହୁତ ସକ୍ରିୟ ଅଟନ୍ତି।
ଅମିତାଭ ବଚ୍ଚନ ସୋସିଆଲ ମିଡିଆ ଫ୍ୟାନସ୍ ମନଙ୍କ ଧ୍ୟାନ ନିଜ ଆଡକୁ ଟାଣି ନିଅନ୍ତି। ସେ ଲଗାତାର ସୋଶିଆଲ ମିଡିଆରେ ପୋଷ୍ଟ କରି ଚାଲନ୍ତି। କେତେବେଳେ କେଉଁ ଭିଡିଓ , ଆଉ କେବେ କୌଣସି ଫଟୋ , ଆଉ କେବେ କୌଣସି ମଜା କଥା ଏବଂ ଏହା ସହିତ କେବେ କେବେ କବିତା ମଧ୍ୟ ପୋଷ୍ଟ କରିଥାନ୍ତି। ଫେସବୁକ ଏବଂ ଟ୍ବିଟରରେ ଅମିତାଭ ବହୁତ ସକ୍ରିୟ ରୁହନ୍ତି। ଏହି ପ୍ଲାଟର୍ଫମରେ ଅମିତାଭଙ୍କର କୋଟି କୋଟି ସଂଖ୍ୟାର ଫଲୋଅର୍ସ ଅଛନ୍ତି।
ଅମିତାଭ ବଚ୍ଚନଙ୍କ ବିଷୟରେ ଆମେ ଆଜି ତାଙ୍କର ଗତ ଏକ ପୋଷ୍ଟ ବିଷୟରେ କହିବାକୁ ଯାଉଛୁ। ବାସ୍ତବରେ କିଛି ଦିନ ପୂର୍ବେ ଅମିତାଭ ତାଙ୍କର ଫେସବୁକ ଏବଂ ଟ୍ବିଟର ଆକାଉଣ୍ଟରେ ଏକ କବିତା ପୋଷ୍ଟ କରିଥିଲେ। ଏହି କବିତକୁ ନେଇ ଅମିତାଭ ଜଣେ ମହିଳାଙ୍କର ଲକ୍ଷରେ ପଡିଥିଲେ ଏବଂ ମହିଳାଙ୍କର ଦାବି ଥିଲା କି ସେ କବିତା ତାଙ୍କର ବୋଲି।
ଅମିତାଭଙ୍କ ଉପରେ ଲାଗିଲା କବିତା ଚୋରିର ଆରୋପ।
ଅମିତାଭଙ୍କ ପୋଷ୍ଟକୁ ଟୀସା ଅଗ୍ରବାଲ ନାମକ ଜଣେ ମହିଳା ନିଜର ଫେସବୁକରେ ପୋଷ୍ଟ କରି ଲେଖିଥିଲେ କି – ଅମିତାଭ ବଚ୍ଚନ ଯେତେବେଳେ ଆପଣଙ୍କ ପୋଷ୍ଟ ପୋଷ୍ଟ କରିବେ ଏବଂ ସେଥିରେ କ୍ରେଡିଟ ନ ଦେଇ ତେବେ କ’ଣ କରିବୁ ହସିବୁ ନା କାନ୍ଦିବୁ। ଟୀସା ଅଗ୍ରବାଲ ଦାବି କଲେ କି ସେ କବିତା ତାଙ୍କର ବୋଲି ଏବଂ ଏହାର ତାଙ୍କୁ କ୍ରେଡିଟ ମିଳିବା ଦରକାର। ଟୀସା ୨୦୨୦ ଏପ୍ରିଲ ୨୦ରେ ଏହି କବିତାକୁ ତାଙ୍କ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରି ସାରିଥିଲେ। ଏହା ତାଙ୍କର ଲିଖିତ କବିତା।
ଏହି କବିତା
ଥୋଡା ପାନୀ ରଂଜ କା ଉବାଲିୟେ
ଖୁବ ସାରା ଦୁଧ ଖୁଶିୟୋଂ କା
ଥୋଡୀ ପତ୍ତିୟାଂ ଖୟାଲୋଂ କୀ…
ଥୋଡୀ ଗମ କୋ କୁଟ କର ବିରୀକ ,
ହଁସି କି ଚିନି ମିଲା ଦିଯିଏ
ଉବାଲନେ ଦିଯିଏ ଗମ ଖ୍ବାବୋଂ କୋ
କୁଛ ଦେର ତକ..
ୟହ ଜିନ୍ଦେଗୀ କି ଚାୟ ହୈ ଜନାବ
ଇସେ ତସଲ୍ଲୀ କେ କପ ମେଂ ଛାନକର
ଘୂଣ୍ଟ ଘୂଣ୍ଟ କର ମଜା ଲିଜିଏ..!!
ଅମିତାଭ ମାଗିଲେ କ୍ଷମା।
T 3761 – थोड़ा पानी रंज का उबालिये
खूब सारा दूध ख़ुशियों का
*थोड़ी पत्तियां ख़यालों की..*थोड़े गम को कूटकर बारीक,
हँसी की चीनी मिला दीजिये..
*उबलने दीजिये ख़्वाबों को*
*कुछ देर तक..!*यह ज़िंदगी की चाय है जनाब..
इसे तसल्ली के कप में छानकर
*घूंट घूंट कर मज़ा लीजिये…!!*☕🍵 pic.twitter.com/qwGbczzcLp— Amitabh Bachchan (@SrBachchan) December 23, 2020
ଟୀସା ଅଗ୍ରବାଲ ଏହି ପୋଷ୍ଟରେ ଆପତ୍ତି କରିବା ପରେ ଏବେ ଟୀସାଙ୍କୁ ଅମିତାଭ କ୍ଷମା ମାଗିଲେ। ସେ ତାଙ୍କର ପୋଷ୍ଟକୁ ଠିକ କରି ଲେଖିଲେ କି ” ଏହି ଟ୍ବିଟର ଶ୍ରେୟ @TishaAgarwal ଯିବା ଦରକାର , ମତେ ଏହାର ଉତ୍ପତ୍ତି ବିଷୟରେ ଜଣା ନଥିଲା। କିଏ ଜଣେ ମତେ ସେୟାର କରିଥିଲେ ଏବଂ ମତେ ଏହା ପସନ୍ଦ ଆସିଲା ଏବଂ ଲାଗିଲା ଏହା ପୋଷ୍ଟ କରିବାର ଯୋଗ୍ୟ ଅଟେ ” କିନ୍ତୁ ଏଠାରେ ମଧ୍ୟ ଅମିତାଭ ଭୁ୍ଲ କରିଥିଲେ , ସେ ଅନ୍ୟ ଟୀସା ଅଗ୍ରବାଲଙ୍କୁ ଟ୍ବିଟରେ ଟ୍ୟାଗ କରିଥିଲେ। ସେଇଠି ଟୀସା ଅମିତାଭଙ୍କ ଦ୍ବାରା କ୍ଷମା ମାଗିବା ପରେ କହିଥିଲେ କି – ” ଆପଣଙ୍କ ମହାନତା ପାଇଁ ଧନ୍ୟବାଦ ସାର। ମତେ ଆପଣଙ୍କ କ୍ଷମା ନୁହେଁ ବଂର ଆପଣଙ୍କ ସ୍ନେହ ଦରକାର। ଏହା ଆପଣଙ୍କ ଆର୍ଶୀବାଦ ଏବଂ ମୋର ଗର୍ବ ଅଟେ।
T 3765 – "थोड़ा पानी रंज का उबालिये
खूब सारा दूध ख़ुशियों का
*थोड़ी पत्तियां ख़यालों की..*" …more ..this tweet credit should go to @TishaAgarwal , I was not aware of its origin .. someone sent it to me , I thought it to be good and posted ..
apologies 🙏🙏 pic.twitter.com/6YAOKXdIxe— Amitabh Bachchan (@SrBachchan) December 27, 2020
ଓ୍ବାର୍କଫ୍ରଣ୍ଟର କଥା କହିବାକୁ ଗଲେ ତ ଅମିତାଭ ଏବେ ଟିଭି ଜଗତରେ ନିଜର ଜାଦୁ ବିସ୍ତାରୁଛନ୍ତି। ସେ ତାଙ୍କର ଗେମ ଶୋ କୌନ ବନେଗା କରୋଡ ପତି କେ ସିଜିନ ୧୨ରେ ବ୍ୟସ୍ତ ଅଛନ୍ତି। ସେଇଠି ବିଗ ବି ର ଫିଲ୍ମ କଥା କହିବାକୁ ଗଲେ ତ ଅମିତାଭ ବଚ୍ଚନ ଶେଷ ଥର ଫିଲ୍ମ ଗୁଲାବୋ ସିତାବୋରେ ଦେଖିବାକୁ ମିଳିଥିଲେ। ଏହି ଫିଲ୍ମରେ ତାଙ୍କ ସହିତ ଅୟୁଷମାନ ଖୁରାନାଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କର ଆସନ୍ତା ଫିଲ୍ମ ବ୍ରହ୍ମାଅସ୍ତ୍ର ବୋଲି କୁହାଯାଉଛି। ଏହି ଫିଲ୍ମ ସୁଟିଂଗ ସରି ଯାଇଛି କୁହାଯାଉଛି କି ଫିଲ୍ମ ୨୦୨୧ ମଧ୍ୟରେ ରିଲିଜ ହୋଇପାରେ। ବ୍ରହ୍ମାଅସ୍ତ୍ର ଫିଲ୍ମରେ ଅମିତାଭ ବଚ୍ଚନଙ୍କ ସହିତ ଅଭିନେତା ରଣବୀର କାପୁର ଏବଂ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ।