ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ସହିତ ‘ କୁଲି ‘ ଫିଲ୍ମରେ କାମ କରିସାରିଥିବା ଆକ୍ଟ୍ରସେ ରତି ଅଗ୍ନିହୋତ୍ରୀ ୬୦ ବର୍ଷର ହୋଇ ସାରିଲେଣି। ୧୯୬୦ ନଭେମ୍ବର ୧୦କୁ ଜନ୍ମ ହୋଇଥିବା ରତୀ ଙ୍କର ଛୋଟ ବେଳ ଚେନ୍ନାଈରେ ବିତିଛି। ସେ ଦଶ ବର୍ଷ ବୟସରେ ମଡଲିଂଗ ଆରମ୍ଭ କରିଥିଲେ। ରତୀଙ୍କୁ ଆକ୍ଟ୍ରସେ ବନିବା ପଛରେ ତାମିଲ ଡାଇରେକ୍ଟର ଭାରତୀ ରାଜାଙ୍କର ହାତ ରହିଅଛି। ଯିଏ ୧୬ ବର୍ଷ ବୟସରେ ରତୀଙ୍କୁ ଫିଲ୍ମ ‘ ପୁଦିୟା ବରପୁକଲ ‘ ରେ ପ୍ରଥମ ଥର ପାଇଁ କାମ ଦେଇଥିଲେ। ରତୀ ଏକ ଇନ୍ଟ୍ରବ୍ୟୁରେ କହିଥିଲେ କି ସେ ପୁଅ ତନୁଜଙ୍କ ପାଇଁ ୩୦ ବର୍ଷ ପର୍ଯ୍ୟନ୍ତ ସ୍ୱାମୀଙ୍କର ଅତ୍ୟାଚାର ସହିଥି୍ଲେ।
ରତୀ ୧୯୮୧ ରେ ଫିଲ୍ମ ‘ ଏକ ଦୂଜେ କେଲିଏ ‘ ରୁ ବଲିଉଡରେ ଡେବ୍ୟୁ କରିଥିଲେ। ଡେବ୍ୟୁର ଚାରି ବର୍ଷ ପରେ ୧୯୮୫ରେ ରତୀ ବିଜନେସମ୍ୟାନ ଏବଂ ଆର୍କିଟେକ୍ଟ ଅନୀଲ ବୀରବାନୀଙ୍କୁ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ ଚାହୁଁଥିଲେ ରତୀ ଫିଲ୍ମରେ କାମ କରନ୍ତୁ।
ରତୀ ଅଗ୍ନିହୋତ୍ରୀ ଆର୍କିଟେକ୍ଟ ସ୍ୱାମୀ ଅନୀଲ ବୀରବାନୀଙ୍କ ବିରୋଧରେ ୨୦୧୫ରେ ଛୁରୀରେ ମାରିବା ଏବଂ ଧମକେଇବାର ଅଭିଯୋଗ କରିଥିଲେ। ଏହା ପୂର୍ବରୁ ରତୀ ସ୍ୱାମୀଙ୍କ ବିରୋଧରେ ପ୍ରତାଡିତ କରିବା, ମାଡ ମାରିବା ଏବଂ ଜୀବନରୁ ମାରିଦେବାର ଧମକ ଦେବାର ଅଭିଯୋଗ ର୍ଦଜ କରି ସାରିଥିଲେ।
୨୦୧୫ର ଇନ୍ଟ୍ରବ୍ୟୁରେ ରତୀ କହିଥିଲେ କି ସେ ବହୁତ ସମୟ ପର୍ଯ୍ୟନ୍ତ ସ୍ୱାମୀର ଅତ୍ୟାଚାର ସହିଛନ୍ତି। କିନ୍ତୁ ଏବେ ସବୁ ସୀମା ପାର ହୋଇ ସାରିଛି। ସେ କେବଳ ତାଙ୍କ ପୁଅ ତନୁଜ ପାଇଁ ଚୁପ ଥିଲେ କାରଣ ସେ ତାଙ୍କୁ ଝଗଡାରୁ ଦୂରେଇ ରଖିବାକୁ ଚାହୁଁଥିଲେ।
୧୯୮୫ ଫେବୃଆରୀ ୯ ତାରିଖରେ ସେ ବିଜନେସମ୍ୟାନ ଅନୀଲ ବୀରବାନୀଙ୍କୁ ବିବାହ କରିଥିଲେ। ବିବାହର ପାଖାପାଖା ୩୦ ବର୍ଷ ପରେ ୨୦୧୫ରେ ଦୁଇ ଜଣ ଅଲଗା ହୋଇଯାଇଥିଲେ।
ସାଉଥର କେତେକ ଫିଲ୍ମ କରି ସାରିବା ପରେ ରତୀ ବଲିଉଡର ଫିଲ୍ମ କରିଥିଲେ। ଫର୍ଜ ଔର କାନୁନ, କୁଲି, ନବାୟଫ, ହୁକୁମତ ସହିତ କେତେକ ଫିଲ୍ମରେ କାମ କରିଛନ୍ତି। ୧୬ ବର୍ଷ ପର୍ଯ୍ୟନ୍ତ ଫିଲ୍ମରୁ ଦୂରରେ ଥିବା ରତୀ ୨୦୦୧ରେ ଫିଲ୍ମକୁ ଫେରିଥିଲେ। ସେ ଫିଲ୍ମ ‘ କୁଛ ଖଟ୍ଟି କୁଛ ମିଠି ‘ ରେ କାଜଲଙ୍କ ଗ୍ଲୈମରେସ ମାଙ୍କ ରୋଲ କରିଥିଲେ। ଏହାପରେ ସେ ‘ ୟାଦେଂ ‘ ଏବଂ ‘ ଦେବ ‘ ଫିଲ୍ମରେ କାମ କରିଥିଲେ।
ରତୀ ହିନ୍ଦୀ ବ୍ୟତିତ ତେଲୁଗୁ, ତାମିଲ, ମାଲ୍ୟାଲମ, କନ୍ନଡ, ଭୋଜପୁରୀ, ବଙ୍ଗଳୀ, ଏବଂ ଇଙ୍ଗଲିସ ଫିଲ୍ମରେ କାମ କରିଛନ୍ତି। ତାଙ୍କର ପ୍ରମୁଖ ଫିଲ୍ମ ମଧ୍ୟରୁ ସ୍ବାମୀଦାଦା , ଅୟ୍ୟାଶ, ମଜଦୂର, ମୁଝେ ଝାନ୍ସାଫ ଚାହିଏ, କୁଲୀ, ବକସର, ମେରା ଫୈସଲା, ଜନ ଜାନୀ ଜର୍ନାଦନ, କରିଶ୍ମା କୁଦରତ କା, ଏକ ସେ ଭଲେ ଦୋ, ତବାୟଫ, ଦିଲ ତୁଝକୋ ଦିଆ, ଦାଦାଗୀରି, ୟାଦେଂ, ଚୁପ କେ ସେ, କାଣ୍ଟେ, ସୋଚା ନା ଥା, ପହଚାନ, ଜିମ୍ମୀ , ଲକ , ବିନ ବୁଲାଏ ବରାତି , ଶାଦିକେ ସାଇଡ ଇଫେକ୍ଟସ , ସିଂହ ଇଞ୍ଜଂ ବ୍ଲିଙ୍ଗ ମଧ୍ୟ ସାମିଲ ଅଛି।
ରତୀ ଅଗ୍ନିହୋତ୍ରୀ ଶେଷଥର ୨୦୧୬ରେ ଆସିଥିବା ଫିଲ୍ମ ‘ ରଣବୀର ଦ ମାର୍ଷଲ ‘ ରେ ଦେଖିବାକୁ ମିଳିଥିଲେ। ଏହାପରେ ପରେ ରତୀ ଚଳିତ ବର୍ଷ ତେଲୁଗୁ ଫିଲ୍ମ ଡିକ୍ଟେଟର ରେ ମଧ୍ୟ କାମ କରି ସାରିଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।