ପରଦାରେ କେତେକ ଥର ଅମିତାଭଙ୍କ ମାଙ୍କ ରୋଲ କରିଥିବା ନିରୁପା ରାୟ ଯଦି ଆମ ଭିତରେ ଏବେ ରହିଥାନ୍ତେ ତେବେ ତାଙ୍କୁ ଏବେ ୯୦ ବର୍ଷ ବୟସ ହୋଇଥାନ୍ତା। ୨୯୩୧ ଜାନୁଆରୀ ୪ରେ ଗୁଜୁରାଟର ଓ୍ବଲସାଡ ସହରର ଏକ ମଧ୍ୟମିତ ପରିବାରରେ ନିରୁପା ରାୟଙ୍କ ଜନ୍ମ ହୋଇଥିଲେ। ତାଙ୍କୁ ବଲିଉଡର ସୁପରଷ୍ଟାର ମାନଙ୍କ ମଧ୍ୟରୁ ଜଣେ। ନିଜର ପାଞ୍ଚ ଦଶକ ଲମ୍ବା କାରିଅରରେ ସେ ୨୭୫ଟିରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ଫିଲ୍ମରେ ସବୁ ବେଳେ ମା ରୋଲ କରିଥିବା ନିରୁପା ରାୟଙ୍କର ପର୍ସନାଲ ଲାଇଫ ବହୁତ ଇମୋସନାଲ ଥିଲା।
ନିରୂପା ରାୟଙ୍କ ପରିବାରରେ ତାଙ୍କର ଦୁଇ ପୁଅ ୟୋଗେଶ ଏବଂ କିରଣଙ୍କ ବ୍ୟତିକ ତାଙ୍କର ଗୋଟିଏ ନାତି ଏବଂ ନାତୁଣି ଅଛନ୍ତି।ଲେଖକ ଏବଂ ଫିଲ୍ମ ହିସ୍ଟୋରିୟନ ଶିଶିର କୃଷ୍ଣ ଶର୍ମା ନିରୂପା ରାୟଙ୍କ ମୁମ୍ବାଇରେ ଥିବା ବଙ୍ଗଳାରେ ତାଙ୍କର ଇଣ୍ଟରବ୍ୟୁ ନେଇଥିଲେ। ସେ ତାଙ୍କର ୨୦୧୩ର ଏହି ଇଣ୍ଟରବ୍ୟୁର ଖାସ କଥା ସେୟାର କରିଥିଲେ। ତାଙ୍କ ଅନୁସାରେ ନିରୂପା ରାୟ ଙ୍କ ଜନ୍ମ ଗୁଜୁରାଟର ଓ୍ବଲସାଡର ଟ୍ରାଡିସନାଲ ଗୁଜୁରାତି ଚୌହାନ ପରିବାରରେ ହୋଇଥିଲା। ତାଙ୍କର ବାପା କିଶୋର ଚନ୍ଦ୍ର ବଲସାରା ରେଲଓ୍ବେରେ କର୍ମଚାରୀ ଥିଲେ।
ଫିଲ୍ମକୁ ଆସିବା ପୂର୍ବରୁ ନିରୂପାଙ୍କ ନାମ କାନ୍ତା ଚୌହାନ ଥିଲା। ତାଙ୍କ ବାପା ଓ ମା ତିଙ୍କୁ ପ୍ରେମରେ ଛିବି ବୋଲି ଡାକୁଥିଲେ। ନିରୂପାଙ୍କ ବିବାହ ସେ ସ୍କୁଲରେ ବଢୁଥିବା ସମୟରେ ତାଙ୍କ ବାପା କମଲ ରାୟଙ୍କ ସହିତ କରି ଦେଇଥିଲେ। ସେହି ସମୟରେ ନିରୂପାଙ୍କ ବୟସ ୧୪ ବର୍ଷ ଥିଲା।
ବିବାହ ପରେ ନିରୂପାଙ୍କ ନାମ କାନ୍ତା ରୁ କୋକିଳା ରଖା ଯାଇଥିଲା। ସେ ୧୯୪୫ରେ ତାଙ୍କ ସ୍ବାମୀଙ୍କ ସହିତ ମୁମ୍ବାଇ ଆସିଥିଲେ। ତାଙ୍କ ସ୍ବାମୀ ରାଶନ ଇଂସ୍ପେକ୍ଟର ଚାକିରୀ କରୁଥିଲେ। ନିରୂପାଙ୍କ ସ୍ବାମୀ ଆକ୍ଟର ହେବା ଚାହୁଁଥିଲେ ସେଥିପାଇଁ ସେ ଅଡିଶନ ଦେଇ ଆସୁଥିଲେ।
ବିବାହର ୪ ମାସ ପରେ କମଲ ଏକ ଗୁଜୁରାତି ଫିଲ୍ମର ଅଡିଶନ ଦେବା ପାଇଁ ଯାଇଥିଲେ। ସେଠାକୁ ସେ ତାଙ୍କ ସ୍ତ୍ରୀ ନିରୂପାଙ୍କୁ ମଧ୍ୟ ସାଥିରେ ନେଇ ଯାଇଥିଲେ। ଡାଇରେକ୍ଟର ଫିଲ୍ମର ଲିଡ ରୋଲ ପାଇଁ ହିରୋଇନ ଖୋଜୁଥିଲେ। ସେ କମଲଙ୍କୁ ରିଜେକ୍ଟ କରିଦେଲେ କିନ୍ତୁ ନିରୂପାଙ୍କୁ ଦେଖିବା ମାତ୍ରେ ହିରୋଇନର ଲିଡ ରୋଲ ଅଫର କରିଥିଲେ।
ସ୍ବାମୀଙ୍କ କଥାରେ ନିରୂପା ଗୁଜୁରାତି ପ୍ରଥମ ଫିଲ୍ମ ‘ ରନକଦେବୀ ‘ କରିଥିଲେ। ସେ ଏହି ଫିଲ୍ମରେ ନିଜ ନାଁ କୋକିଳା ରାୟରୁ ନିରୂପା ରାୟ କରି ଦେଇଥିଲେ।
ସେହି ସମୟରେ ଘରର ଝିଅ ମାନେ ଫିଲ୍ମରେ କାମ କରିବାକୁ ବହୁତ ଖରାପ ଭାବୁଥିଲେ। ଏହି ଖବର ଯେତେବେଳେ ନିରୂପାଙ୍କ ବାପଘର ଲୋକ ଜାଣିଲେ ସେତେବେଳେ ବହୁତ ହଙ୍ଗାମା ହୋଇଥିଲା। ଖାସ କରି ତାଙ୍କ ବାପା ଏହାକୁ ବିରୋଧ କରୁଥିଲେ।
ନିରୂପା ଇଣ୍ଟରବ୍ୟୁରେ କହିଥି୍ଲେ କି ସେ ଯେତେବେଳେ ଫିଲ୍ମ ଶାଇନ କରି ସାରିଲେ ତା ପରେ ତାଙ୍କ ବାପା ତାଙ୍କ ଠାରୁ ସମ୍ପର୍କ କାଟି ଦେବେ ବୋଲି କହିଥିଲେ। ସମୟ ଅନୁସାରେ ସମସ୍ତେ ମୋ ଫିଲ୍ମ କାରିଅରକୁ ମାନି ନେଲେ। କିନ୍ତୁ ମୋ ବାପା
ଶେଷ ନିଶ୍ବାସ ପର୍ଯ୍ୟନ୍ତ ତାଙ୍କ କଥାରେ ଅଟଳ ରହିଲେ ମୋ ମା ମୋ ସହ ଲୁଚି ଦେଖା କରୁଥିଲେ।
ନିରୂପା ରୟ ଆକ୍ଟିଙ୍କ ୧୯୪୬ରୁ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ‘ ହମାରୀ ମଞ୍ଜିଲ ‘ ଥିଲା। ୧୯୫୧ ମସିହାରେ ଆସିଥିବା ଫିଲ୍ମ ‘ ହରହର ମହାଦେବ ‘ ରେ ତାଙ୍କର ପାର୍ବତୀ ରୋଲକୁ ଲୋକମାନେ ବହୁତ ପସନ୍ଦ କରୁଥିଲେ। ଏହାପରେ ସେ ଯେତେବେଳେ ‘ ବୀର ଭିମଶେନ ‘ ରେ ଦ୍ରୌପଦୀ ରୋଲ କରିଥିଲେ ସେତେବେଳେ ସେ ବହୁତ ଫେମସ ହୋଇ ଯାଇଥିଲେ।
୧୯୭୫ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ ଧୀଓ୍ବାର ‘ ନିରୂପାଙ୍କର ଖାସ ଫିଲ୍ମ ମଧ୍ୟରୁ ଗୋଟିଏ। ୟଶ ଚୋପଡାଙ୍କ ଡାଇରେକ୍ସନରେ ବନିଥିବା ଏହି ଫିଲ୍ମ ରେ ସେ ରିଶି କାପୁର ଏବଂ ଅମିତାଭ ବଚ୍ଚନଙ୍କ ମା ରୋଲ କରିଥିଲେ। ଆଗକୁ ଯାଇ ତାଙ୍କ ଇମେଜ ବିଗ ବି ମା ରୂପରେ ବନି ଯାଇଥିଲା। ଯାହାକୁ ଦର୍ଶକ ବହୁତ ପସନ୍ଦ ମଧ୍ୟ କରିଥିଲେ।
ଏହାପରେ ନିରୂପା ଖୁନ ପସିନ , ମୁକନ୍ଦର କା ଶିକନ୍ଦର , ଅମର ଅକବର ଆନ୍ଥୋନୀ , ସୁହାଗ , ଇଙ୍କଲାବ , ଗିରଫତାର , ମର୍ଦ ଏବଂ ଗଙ୍ଗା ଜମୁନା ସରସ୍ବତୀ ପରି ଫିଲ୍ମରେ ଅମିତାଭଙ୍କ ମା ରୋଲ କରିଛନ୍ତି।
୯୦ ଦଶକରେ ରିଲିଜ ହୋଇଥିବା ଫିଲ୍ମ ‘ ଲାଲ ବାଦଶାାହ ‘ ରେ ସେ ଶେଷ ଥର ପାଇଁ ଅମିତାଭଙ୍କ ମା ରୋଲ କରିଥିଲେ। ନିଜର କଳା ଏବଂ ପ୍ରତିଭାରେ ଫେମସ ହୋଇଥିବା ନିରୂପା ରିୟଙ୍କର ନିଧନ ୨୦୦୪ ଅକ୍ଟୋବର ୧୩ ହୋଇଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।