ସୋସିଆଲ ମିଡ଼ିଆରେ ସିଢୀ ନେଇ ଯାଉଥିବା ଦୁଇଜଣ ଲୋକଙ୍କ ଫଟୋ ଜୋରରେ ଭାଇରାଲ ହେଉଛି। ଆନନ୍ଦ ମହିନ୍ଦ୍ରା ଏହି ଫଟୋକୁ ପୋଷ୍ଟ କରିବା ସମୟରେ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି।
ସୋସିଆଲ ମିଡ଼ିଆରେ ସିଢୀ ନେଇ ଯାଉଥିବା ଦୁଇଜଣ ଲୋକଙ୍କ ଫଟୋ ଜୋରରେ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ମଧ୍ୟ ହସିହସି ଗଡିଯିବେ। କୋରୋନା ଭାଇରସରୁ ବଞ୍ଚିବା ପାଇଁ ଲୋକମାନେ ସାମାଜିକ ଦୂରତା ପାଇଁ ବିଭିନ୍ନ ପ୍ରକାରର କୌଶଳକୁ ଆପଣେଇ ନେଉଛନ୍ତି। କିନ୍ତୁ ଏହି ପ୍ରକାରର କୈାଶଳକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସିଢୀ ନେଇଯିବା ପାଇଁ ଦୁଇଜଣ ଲୋକ ଅଲଗା-ଅଲଗା ଗାଡ଼ି ଚଲାଇଛନ୍ତି। ଆନନ୍ଦ ମହିନ୍ଦ୍ରା(Anand Mahindra) ଏହି ଫଟୋକୁ ପୋଷ୍ଟ କରିବା ସମୟରେ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି।
ଫଟୋରେ ଦେଖା ଯାଉଛି କି ଦୁଇଜଣ ବାଇକ ଚାଳକ ମଜାଦାର ଉପାୟରେ ସିଢୀକୁ ନେଇ ଯାଉଥିଲେ। ସେ ନିଜ ଗଳାରେ ସିଢୀକୁ ଗଳେଇ ରଖିଥିଲେ। ଏହା କୈାଣସି ନୂଆ ଫଟୋ ନୁହେଁ। ଏହି ଫଟୋ ୨୦୧୭ରୁ ଇଣ୍ଟରନେଟରେ ଭାଇରାଲ ହେଉଛି। ଆନନ୍ଦ ମହିନ୍ଦ୍ରା ମଜାଦାର ପ୍ରତିକ୍ରିୟା ସହିତ ପୁଣିଥରେ ଏହି ଫଟୋ ପୋଷ୍ଟ କରିଛନ୍ତି।
ଆନନ୍ଦ ମହିନ୍ଦ୍ରା କ୍ୟାପଶନରେ ଲେଖିଛନ୍ତି, ‘ଏହି ଫଟୋକୁ ଦେଖି ଏହି କଠିନ ସମୟରେ ମଧ୍ୟ ହସ ଆସି ଯାଉଛି। କିଛି ସାମାଜିକ ଦୂରତାର କୌଶଳ ସୁରକ୍ଷାରୁ ଅଧିକ ମାତ୍ରାରେ ଭୟ-ଙ୍କର ହୋଇପାରେ।’
Brought a smile to my face even in these trying times…Some social distancing techniques may be more hazardous than protective… pic.twitter.com/tDgNXcUBKR
— anand mahindra (@anandmahindra) April 30, 2021
ଫଟୋ ସେୟାର ହେବାର କିଛି ଘଣ୍ଟା ମଧ୍ୟରେ ହଜାରରୁ ଅଧିକ ଲାଇକ ମିଳି ସାରିଛି। କମେଣ୍ଟ ସେକସନରେ ଲୋକମାନେ ଏମିତି ପ୍ରତିକ୍ରିୟା ଦେଇଛନ୍ତି…
Social Distance Maintain
🤣— Kulkarni Avinash (@kulkarniavinas7) April 30, 2021
This is not social distancing sir, just they are transporting the ladder.
— HK (@harikartee) April 30, 2021
Sir, this one too, though not advisable!
Courtesy @allaboutbelgaum pic.twitter.com/7q61XA1KTM
— JK (@TellATale11) April 30, 2021