ଇଂରାଜୀରେ କେବଳ Yes ଏବଂ No କହୁଥିବା ଏହି ବ୍ୟବସାୟୀ ଜଣକ ଆଜି ଏତେ ବଡ ସାମ୍ରାଜ୍ୟର ମାଲିକ…

ଅଧିକାଂଶ ଲୋକ ବେଦାନ୍ତ ଗ୍ରୁପର ନାମ ଶୁଣିଛନ୍ତି କିନ୍ତୁ ତାହାକୁ ତିଆରି କରିଥିବା ବ୍ୟବସାୟୀ ଅନିଲ ଅଗ୍ରୱାଲଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ୍ କମ୍ ଲୋକ ଜାଣିଛନ୍ତି । ଟ୍ୱିଟରରେ ସେ ତାଙ୍କ ଜୀବନର ପ୍ରାରମ୍ଭିକ ସଂଘର୍ଷ ସହିତ ଜଡିତ ଅନେକ କାହାଣୀ ଟ୍ୱିଟ କରିଛନ୍ତି, ଏହି କାହାଣୀଗୁଡିକ ମଧ୍ୟରୁ କେତେକ ବହୁତ୍ ଆକର୍ଷଣୀୟ ଅଟେ ।

ଅନୀଲ ଅଗ୍ରୱାଲ କିଛି ଦିନ ପୂର୍ବରୁ ଟ୍ୱିଟ କରି ନିଜ ତଥା ତାଙ୍କ ବିବାହ ସମ୍ବନ୍ଧୀୟ କାହାଣୀ କହିଥିଲେ । ସେ ଲେଖିଛନ୍ତି, ‘ଯେତେବେଳେ ମୁଁ ପ୍ରଥମ ଥର ପାଇଁ ବମ୍ବେକୁ ଆସିଥିଲି, ସେତେବେଳେ ମୁଁ ଇଂରାଜୀର yes ଏବଂ no କେବଳ ଦୁଇଟି ଶବ୍ଦ ଜାଣିଥିଲି । ମୁଁ ମୋର ସ୍ୱପ୍ନକୁ ସାକାର କରିବାରେ ଲାଗିପଡିଲି, ଭାବିଲି ଏହି ସଫର୍ ବହୁତ ଲମ୍ବା ରହିବ, କିନ୍ତୁ ଏହାକୁ ହାସିଲ କରିବାକୁ ପଡିବ । କଠିନ ପରିଶ୍ରମ ଓ ଅନେକ ଅସୁବିଧା ସତ୍ତ୍ୱେ ମୁଁ ଆଗକୁ ବଢ଼ି ଚାଲିଲି ।

ଅନିଲ ଅଗ୍ରୱାଲ ଲେଖିଛନ୍ତି, ‘ପ୍ରଥମ ତିନିବର୍ଷ ମଧ୍ୟରେ ମୁଁ ବମ୍ବେରେ 400 ବର୍ଗଫୁଟରୁ କମ୍ ଏକ ଫ୍ଲାଟ କିଣିଥିଲି । ଯାହା ମୋର ଯାତ୍ରା ଆରମ୍ଭ କରିବା ବାଟରେ ଏହା ଏକ ବଡ଼ ସଫଳତା ଥିଲା । ମୋର ବିବାହ ପାଟନାରେ ହୋଇଥିଲା ଏବଂ ମୋ ପୁଅ ମଧ୍ୟ ପାଟନାରେ ଜନ୍ମ ହୋଇଛି ।

ସେ କହିଛନ୍ତି, ‘ଏହା ପରେ ମୁଁ ମୋ ପତ୍ନୀ ଏବଂ ପୁଅକୁ ମୁମ୍ବାଇକୁ ନେଇ ଆସିଲି, କାରଣ ଘର ଘର ଭଳି ଲାଗିବା ଉଚିତ୍ । ଏହା ମୋ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ଥିଲା ଯେତେବେଳେ ମୋ ପରିବାର ମୁମ୍ବାଇ ଆସିଥିଲେ । ଏହା ଏକ ଛୋଟ ଘର ଥିଲେ ବି ମୋ ପାଇଁ ଏକ ମହଲ ଠାରୁ କିଛି କମ୍ ନଥିଲା ।

ଦିନେ କବାଡି ବାଲା ଭାବେ ପୁରୁଣା ତାର କିଣିବା କାମ କରୁଥିବା ଅନିଲ ଅଗ୍ରୱାଲ ଆଜି ବେଦାନ୍ତ ଗ୍ରୁପର ମାଲିକ ଅଟନ୍ତି । ବେଦାନ୍ତ ଗ୍ରୁପ ଖାନନ,ଆଲୁମିନିୟମ୍ ଏବଂ ପେଟ୍ରୋଲିୟମ ଭଳି ଅନେକ କ୍ଷେତ୍ରରେ କାମ କରୁଛି । ଏହାର ମାର୍କେଟ ଭ୍ୟାଲ୍ୟୁ ହେଉଛି 1.40 ଲକ୍ଷ କୋଟି ଟଙ୍କା ।

Leave a Reply

Your email address will not be published. Required fields are marked *