ଅନୀଲ କାପୁର ୬୪ ବର୍ଷ ବୟସର ହୋଇଗଲେଣି। ତାଙ୍କର ଜନ୍ମ ୧୯୫୬ ଡିସେମ୍ବର ୨୪ରେ ହୋଇଥିଲା। ଅନୀଲ ଏ ବୟସରେ ମଧ୍ୟ ଆକ୍ଟିଙ୍ଗରେ ବହୁତ ଆକ୍ଟିଭ ଅଟନ୍ତି। ବର୍ତ୍ତମାନ ସେ ତାଙ୍କ ଅପକମିଙ୍ଗ ଫିଲ୍ମ ଯୁଗ ଯୁଗ ଯିଓ ର ସୁଟିଂଗରେ ବ୍ୟସ୍ତ ଅଛନ୍ତି। ଅନୀଲ ତାଙ୍କ ଜୀବନରେ କେତେକ ବ୍ଲକବାସ୍ଟର ଫିଲ୍ମରେ କାମ କରିଛନ୍ତି। କିନ୍ତୁ ବହୁତ କମ ଲୋକ ଜାଣନ୍ତି କି ତାଙ୍କ ଆକ୍ଟିଙ୍ଗ୍ କାରିଅର ଆରମ୍ଭ ହେବା ସମୟରେ ତାଙ୍କ ଲାଇଫ ବହୁତ ସୋଚନୀୟ ଥିଲା। ଏପରି ପରିସ୍ଥିତି ଥିଲା କି ସେ ତାଙ୍କର ଟ୍ୟାକ୍ସିର ଭଡା ମଧ୍ୟ ଦେଇ ପାରୁ ନଥିଲେ। ଏହି ସମୟରେ ଜଣେ ତାଙ୍କୁ ସାହାର୍ଯ୍ୟ କରୁଥିଲେ । ସେ କେହି ନୁହଁନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ସୁନତା , ସେ ଏବେ ତାଙ୍କର ସ୍ତ୍ରୀ ଅଟନ୍ତି। ଅନୀଲଙ୍କର ସବୁ ଖର୍ଚ୍ଚ ସୁନୀତା କରୁଥିଲେ।
ଯେତେବେଳେ ଅନୀଲ ଏବଂ ସୁନୀତାଙ୍କର ଦେଖା ହୋଇଥିଲା , ସେତେବେଳେ ଅନୀଲ କାପୁର ଆକ୍ଟିଙ୍ଗ ପାଇଁ ସ୍ଟ୍ରଗଲିଙ୍ଗ କରୁଥିଲେ ଏବଂ ସେହି ସମୟରେ ସୁନୀତା ଜଣା ଶୁଣା ଜଣେ ମଡେଲ ଥିଲେ।
ଅନୀଲ ଯେତେବେଳେ ସୁନୀତାଙ୍କୁ ଦେଖିଥିଲେ ସେତେବେଳେ ସେ ତାଙ୍କୁ ପସନ୍ଦ କରି ନେଇଥିଲେ କିନ୍ତୁ ତାଙ୍କ ପାଖରେ ପହଁଚିବାକୁ କୌଣସି ରାସ୍ତା ନ ଥିଲା। ତାଙ୍କ ସାଙ୍ଗ ତାଙ୍କୁ ସୁନୀତାଙ୍କ ନମ୍ବର ଖୋଜି ଦେଲେ ତାପରେ ଦୁଇ ଜଣଙ୍କର ଫୋନରେ କଥା ବର୍ତ୍ତା ହୋଇଥିଲା।
ଏକ ଇନ୍ଟ୍ରବ୍ୟୁରେ ଅନୀଲ କହିଥିଲେ କି ସୁନୀତାଙ୍କ ସହିତ କଥା ବର୍ତ୍ତା ହେବା ସମୟରେ ଗୋଟିଏ ଦିନ ଦେଖା କରିବାକୁ ନିଶ୍ଚିତ କରାଗଲା। ଯେତେବେଳେ ସେ ରେଡି ହୋଇ ମତେ ପଚାରିଲେ କେତେ ସମୟ ଲାଗିବ , ମୁଁ କହିଲି ଦୁଇ ଘଣ୍ଟା , ସେ ପଚାରିଲେ ଏତେ ସମୟ କ’ଣ ପାଇଁ , ମୁଁ କହିଲି ବସ ରେ ମୁଁ ଯିବି ଟାଇମ ତ ଲାଗିବ ନା। ସେ କହିଲେ ବସରେ କଣ ପାଇଁ , ମୁଁ ସଫା କହିଦେଲି କି ମୋ ପାଖରେ ସେତିକି ହିଁ ପଇସା ଅଛି। ସେତେବେଳେ ସେ କହିଲେ ତୁମେ କ୍ୟାବ ବୁକ କରି ଆସ ମୁଁ ପଇସା ଏଇଠି ଦେଇଦେବି।
ଦୁୁଇ ଜଣଙ୍କ ଦେଖା କଥା ବର୍ତ୍ତା ବଢିବିଲା। ଅନୀଲ ସେହି ସମୟରେ ସୁନୀତଙ୍କୁ ପ୍ରପୋଜ କରିଥିଲେ। ଏବଂ କଥା ବିବାହ ପର୍ଯ୍ୟନ୍ତ ପଳାଇଲା।
ଏହି ବିବାହରେ ଦୁଇ ଜଣଙ୍କ ପରିବାର ଖୁସି ଥିଲେ , କାହାର କୌଣସି ଆପତ୍ତି ନଥିଲା। କିନ୍ତୁ ଅନୀଲ କାପୁରଙ୍କ ସାଙ୍ଗ ଏହାକୁ ବିରୋଧ କରୁଥିଲେ ଏବଂ କହୁଥିଲେ ବିବାହ ପରେ କାରିଅର ଶେଷ ହୋଇଯିବ।
ସାଙ୍ଗ କଥାରେ ପଡି ଅନୀଲ ଦୁଇ ଦୁଇ ଥର ବିବାହ ଡେଟ କ୍ୟାନସେଲ କରିଥିଲେ , ଯେତେବେଳେ ତୃତୀୟ ଥର ବିବାହ ଡେଟ ଫାଇନାଲ ହୋଇଥିଲା ସେତେବେଳେ ସୁନୀତା ତାଙ୍କୁ ଧମକେଇ କହିଥିଲେ କି ବାରମ୍ବାର ଏମିତି ହେବ ନାହିଁ।
ଅନୀଲ କହୁଥିଲେ କି ପଇସାର ଅଭାବ କାରଣରୁ ସେ ସୁନୀତାଙ୍କୁ ବିବାହ କରି ପାରୁ ନଥିଲେ। ପୁଣି ଶୁଭାଷ ଘଇଙ୍କ ଫିଲ୍ମ ମେରି ଜଙ୍ଗ ଅଫର ଆସିଲା। ସେତେବେଳେ ସେ ଫିଲ୍ମ ସାଇନ କରିଥିଲେ ସେତେବେଳେ ତାଙ୍କୁ ସାଇନିଙ୍ଗ ଆମାଉଣ୍ଟ ମିଳିଥିଲା , ସେଥିରେ ସେ ତୁରନ୍ତ ବିବାହ କରିଥିଲେ।
ଫିଲ୍ମ ସାଇନ କରିବାର ଦୁଇ ଦିନରେ ସେ ବିବାହ କରିଥିଲେ। ୧୯୮୪ ମେ ୧୯ରେ ସେ ଦୁଇ ଜଣ ବିବାହ କରିଥିଲେ। ଦୁଇ ଜଣଙ୍କର ତିନୋଟି ପିଲା ଅଛନ୍ତି , ସୋନପ କାପୁର , ହର୍ଷବର୍ଧନ କାପୁର, ରୀୟା କାପୁର।
କାରିଅର ଆରମ୍ଭ ସମୟରେ ଅନୀଲ କାପୁରଙ୍କୁ ଫିଲ୍ମରେ ଛୋଟ ମୋଟ ରୋଲ ମିଳୁଥିଲା। ଅନୀଲ ହମାରେ ତୁହ୍ମାରେ(୧୯୭୯ ) , ଶକ୍ତି ଭଳି( ୧୯୮୨) ଫିଲ୍ମରେ ସାଇଡ ରୋଲ କରିଥିଲେ। ସେ ୧୯୮୩ରେ ଆସିଥିବା ଫିଲ୍ମ ବୋ ସାତ ଦିନରେ ବହୁତ ସୁନ୍ଦର ରୋଲ ଲିଡ କରିଥିଲେ। ସେହି ଫିଲ୍ମ ସୁପରହିଟ ହୋଇଥିଲା।
ଅନୀଲ ମେରି ଜଙ୍ଗ, ମଶାଲ, ରାମ ଲକ୍ଷ୍ମଣ , ୟୁଦ୍ଧ, ବେଟା, ତେଜାବ, ପରିନ୍ଦା, ନାୟକ , ରେସ ୨, ସେହେବ, ମିଷ୍ଟର ଇଣ୍ଡିଆ, ଘର ହୋ ତୋ ଏସା, କାଲା ବଜରା, କିଶାନ କୈହ୍ନେଇାଁ , ଜମାଈ ରାଜା , ଈଶ୍ବର , ୧୯୪୨ ଏକ ଲଭ ଷ୍ଟାରି , ଜୁଦାଇ , ବିରାସତ ପରି ପରି ହିଟ ଫିଲ୍ମରେ ସେ କାମ କରିଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।