ଅଙ୍କିତା ଲୋଖଣ୍ଡେ (ankita lokhande) ଇନଷ୍ଟାଗ୍ରାମରେ ଲାଇଭ ଆସି ନିଜ ମୁହଁକୁ ଖୋଲିଥିଲେ। ସେ ସୁଶାନ୍ତ ସିଂହ ରାଜପୁତ (sushanta Singh rajput) ଫ୍ୟାନ୍ସଙ୍କ ଦ୍ଵାରା ଲଗାତର ହେଉଥିବା ଟ୍ରୋଲିଙ୍ଗକୁ ନେଇ ବିରକ୍ତ ଅଟନ୍ତି। ଅଙ୍କିତା ସୋସିଆଲ ମିଡିଆରେ ଯେବେବି କୈାଣସି ଫଟୋ-ଭିଡିଓ ଶେୟାର କରୁଛନ୍ତି, ସୁଶାନ୍ତଙ୍କ ଫ୍ୟାନ୍ସ ତାଙ୍କୁ ଖରାପ କଥା କହିବା ସହ ଗାଳି ମଧ୍ୟ କରନ୍ତି। ଅଙ୍କିତା ଏହି କଥାକୁ ନେଇ ବହୁତ ଦୁଃଖି ଅଟନ୍ତି। ବର୍ତମାନ ସେ ଲାଇଭ ଆସି ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରି ଦେଇଛନ୍ତି।
ସେ ଖୋଲାଖୋଲି ନିଜ ଏବଂ ସୁଶାନ୍ତଙ୍କ ସଂପର୍କ ବିଷୟରେ କଥା ହୋଇ କହିଛନ୍ତି କି ଲୋକମାନେ ଜାଣନ୍ତିନାହିଁ କି ଦୁଇଜଣଙ୍କ ମଧ୍ୟରେ କେମିତି ସଂପର୍କ ଥିଲା। ଇନଷ୍ଟାଗ୍ରାମରେ ଲାଇଭ ଆସି ଅଙ୍କିତା କହିଛନ୍ତି- ମୁଁ ଦୁଇ ଦିନରୁ ବହୁତ ଉଦାସ ଅଛି। ଏହା ପଛରେ କୈାଣସି କାରଣ ନାହିଁ, ବାସ ମୁଁ ଉଦାସ ଥିଲି। ଆଜି ମୁଁ ଠିକଠାକ ଅନୁଭବ କରୁଛି। ଭାବିଲି ଟିକେ ପ୍ରେମକୁ ଖେଳାଇବି ଏବଂ କଥା ହେବି।
ଅଙ୍କିତା କହିଛନ୍ତି- ଯଦି ମୁଁ ଆପଣଙ୍କୁ ପସନ୍ଦ ନୁହେଁ ତାହେଲେ ଆପଣ ମୋତେ ଅନଫଲୋ କରିଦିଅନ୍ତୁ। ମୁଁ ବହୁତ ଦିନରୁ ଦେଖୁଛି ଲୋକମାନେ ମୋତେ ଖରାପ ଭାଷାରେ ଗାଳି କରୁଛନ୍ତି। ମୋ ଭିଡିଓ ଏବଂ ଫଟୋ ଉପରେ ଖରାପ କମେଣ୍ଟ କରୁଛନ୍ତି। ଏ ସବୁକୁ ନେଇ ବହୁତ ଖରାପ ଲାଗୁଛି, ହୃଦୟକୁ କଷ୍ଟ ହେଉଛି।
ସେ ଆଗକୁ କହିଛନ୍ତି- ମୋତେ ବୋଧହୁଏ ଏତେ ରାଗ ଲାଗୁନାହିଁ, କାରଣ ମୋତେ ଫରକ ପଡୁନାହିଁ କିନ୍ତୁ ମୋ ବାପା ମାଆଙ୍କୁ ଏହା ବହୁତ ଖରାପ ଲାଗୁଛି। ସେ ଏସବୁକୁ ସହ୍ୟ କରିପାରୁ ନାହାଁନ୍ତି, ସେ ଏହି ଇଣ୍ଡଷ୍ଟ୍ରିର ନୁହନ୍ତି।
ସୁଶାନ୍ତ ସିଂହଙ୍କ ବିଷୟରେ କଥା ହେବା ସମୟରେ ଅଙ୍କିତା କହିଛନ୍ତି- କାହାର ଯୋଗ୍ୟତା ନାହିଁ ଆଉ କାହା ସମ୍ପର୍କ ଉପରକୁ ଆଙ୍ଗୁଠି ଉଠାଇବା ପାଇଁ। କେହି କହିପାରିବେ ନାହିଁ ଆଉ କାହା ସଂପର୍କ ବିଷୟରେ। ଯେଉଁମାନେ ମୋ ସଂପର୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ସେମାନେ ମୋ ସମ୍ପର୍କ ବିଷୟରେ କିଛି ଜାଣିନାହାନ୍ତି। ସେମାନେ ଜାଣିନାହାନ୍ତି କି ମୋ କାହାଣୀ କଣ। ଆରୋପ ଲଗାଇବା ବନ୍ଦ କରନ୍ତୁ।
ସେ ଆଗକୁ କହିଛନ୍ତି- ଏତେ ପ୍ରେମଥିଲା ତ ଏବେ କଣ ପାଇଁ, ପ୍ରଥମରୁ କହିଥାନ୍ତ ଯେତେବେଳେ ସବୁକଥା ଶେଷ ହୋଇ ଯାଉଥିଲା? ମୁଁ ବି ଭାବାନ୍ତର ମଧ୍ୟଦେଇ ଗତି କରିଛି, ମୁଁ ବି ବହୁତ କାନ୍ଦିଛି, ସେତେବେଳେ ମୋ ପରିବାର ମୋ ସାଥିରେ ଥିଲେ। ଏସବୁଥିରେ ମୋର କେଉଁଠାରେ ଭୁଲ ରହିଲା? ମୁଁ କଣ ଭୁଲ କରିଥିଲି? ସୁଶାନ୍ତ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଥିଲେ। ମୋ କାହାଣୀ କାହାକୁ ଜଣା ନାହିଁ ଏବଂ ମୁଁ ଜଣାଇବାକୁ ମଧ୍ୟ ଚାହୁଁନାହିଁ।
ଅଙ୍କିତା କହିଛନ୍ତି- ଜୀବନରେ ସମସ୍ତଙ୍କର ଗୋଟେ ଗୋଟେ ଲକ୍ଷ ଥାଏ, ସୁଶାନ୍ତ ମଧ୍ୟ ଆଗକୁ ବଢ଼ିବାକୁ ଚାହୁଁଥିଲେ ଏବଂ ସେ ଏମିତି କରିଥିଲେ ମଧ୍ୟ। କିନ୍ତୁ ସେ ଚାଲି ଯାଇଥିଲେ ନିଜ ରାସ୍ତାରେ। ଏ ସବୁଥିରେ ମୋର କେଉଁଠାରେ ଭୁଲ ରହିଲା। ମୋତେ କଣ ପାଇଁ ଗାଳି କରାଯାଉଛି।
ସେ ହଠାତ ବାହାରି କହିଥିଲେ- ମୁଁ ମୋ କାହାଣୀ କାହାକୁ ଶୁଣାଇବାକୁ ଚାହୁଁନାହିଁ। ମୁଁ ସୁଶାନ୍ତଙ୍କ ବିଷୟରେ ନା କିଛି କହୁଛି, ନା ମୁଁ ତାଙ୍କୁ କିଛି କହିବାକୁ ଚାହୁଁଛି। ମୁଁ ଏସବୁ ମଧ୍ୟରେ ତାଙ୍କର ଅଂଶ ହିଁ ନଥିଲି।
ଅଙ୍କିତା ଏବଂ ସୁଶାନ୍ତ ଟିଭି ସିରିୟଲ ପବିତ୍ର ରିସ୍ତାର ସେଟ ଦ୍ଵାରା ପାଖାପାଖି ଆସିଥିଲେ। ଦୁଇଜଣ ପାଖାପାଖି ୬ବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ଥିଲେ କିନ୍ତୁ ୨୦୧୬ରେ ତାଙ୍କର ବ୍ରେକଅପ ହୋଇ ଯାଇଥିଲା।
ବ୍ରେକଅପ ପରେ ସୁଶାନ୍ତ ରିୟା ଚକ୍ରବର୍ତ୍ତୀଙ୍କ ସହିତ ସମ୍ପର୍କରେ ଥିଲେ ଯେତେବେଳେ କି ଅଙ୍କିତା ମୁମ୍ବାଇର ବିଜିନେସମ୍ୟାନ ବିକ୍କୀ ଜୈନଙ୍କୁ ଡେଟ କରିବାକୁ ଲାଗିଥିଲେ। ଲକଡାଉନରେ ଦୁଇଜଣଙ୍କ ନିର୍ବନ୍ଧ ହେବାର ଖବର ମଧ୍ୟ ଆସିସାରିଛି। କୁହାଯାଉଛି କି ଦୁଇଜଣ ଏହି ବର୍ଷ ବାହାହୋଇ ପାରନ୍ତି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।