ଏବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ହାତ ଲେଖା ଡାଏରି ଲାଗିଛି ଇଡି ହାତରେ । ଯାହା ଅର୍ଚ୍ଚନାର ତଦନ୍ତରେ ବେଶ ସହାୟକ ହେବ। ଯାହା କୁହାଯାଉଛି କି ଏହି ଡାଏରି ଦେବ ଇଡ଼ିକୁ ଅନେକ ପ୍ରମାଣ । ଏହି ଡାଏରି ମାଧ୍ୟମରେ ଖୋଲିବ ନେତା ମନ୍ତ୍ରୀ ମାନଙ୍କର ମୁଖା । ତେଣୁ ଅର୍ଚ୍ଚନା ଡାଏରି ଇଡି ହାତରେ ଲାଗିବା ପରେ ନେତା ମନ୍ତ୍ରୀ ଏବେ ଭୟଭୀତ ଅବସ୍ଥାରେ ଥିବା ଲୋକେ ଆଲୋଚନା କରୁଛନ୍ତି । ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ଏହି ଘଟଣାକୁ ଅନେକ ଦିନ ବିତିଥିଲେ ମଧ୍ୟ ଦିନ ଯେତିକି ଗଡୁଛି।
ଇଡି ସେତିକି ଅଧିକ ଘାଣ୍ଟୁଛି । ଏହି ମାମାଳାର ଚେର ଏତେ ଲମ୍ବା ଯେ ତଦନ୍ତରେ ପୂର୍ଣ୍ଣ ଛେଦ ପଡିବା ନାଁ ଧରୁନି । ଗୋଟେ ପଟେ ଅର୍ଚ୍ଚନା କହୁଛି କି ମୁଁ କାହାକୁ ଡରିନି ଯେତେ ବଡ଼ ଅଧିକାରୀ ଆସନ୍ତୁ ଅର୍ଚ୍ଚନା ମାମଲାକୁ ତଦନ୍ତ କରନ୍ତୁ ଅର୍ଚ୍ଚନା ତଦନ୍ତରେ ସାହାଯ୍ୟରେ କରିବ। କୋର୍ଟକୁ ଆସି ଗଣମାଧ୍ୟମ ସମ୍ମୁଖରେ ଏପରି ମତ ଅର୍ଚ୍ଚନା ରଖୁଥିବା ବେଳେ ଲୋକେ କହୁଛନ୍ତି ଭୁଲ କରି ନିଜକୁ ଠିକ ବୋଲି ଦେଖାଇ ହେଇ ସିମ୍ପାଦି ନେବାକୁ ଚେଷ୍ଟା କରୁଛନ୍ତି ଅର୍ଚ୍ଚନା ।
ହେଲେ ସେପଟେ ବର୍ତ୍ତମାନ ଅର୍ଚ୍ଚନାର ଡାଏରି ଏବେ ଉଡି ହାତରେ ଲାଗିଲା ଲରେ ଘଟଣା ପୁଣି ଏକ ଭିନ୍ନ ମୋଡ଼ ନେଇପାରେ ବୋଲି ଲୋକେ ଅନୁମାନ କରୁଛନ୍ତି। ଆଉ ଏହି ଖବର ଜାଣିବା ପରେ ବଡ଼ ବଡ଼ ନେତା ମନ୍ତ୍ରୀଙ୍କର ହୋସ ଉଡିଯାଉଛି । ଯଦି ଅର୍ଚ୍ଚନା ତାର ହାତ ଲେଖା ଡାଏରିରେ ନେତା ମନ୍ତ୍ରୀ ମାନଙ୍କର ନାଁ ଲେଖିଥିବ ତାହାଲେ ନେତା ମନ୍ତ୍ରୀ ପୁଣି ଏବେ ଇଡିକୁ ସାମ୍ନା କରିବେ । ଆଉ ଏମିତିରେ ତ ଇଡି ଏମିତି ଘାଣ୍ଟୁଛି ଗୋଟି ଗୋଟି କରି ଷ୍ଟେପ ବାଏ ଷ୍ଟେପ ଘାଣ୍ଟୁଛି।
ଇଡିର ଡାଏରି ପାଇବା ପରେ ଏବେ ନେତା ମନ୍ତ୍ରୀ ଶାନ୍ତିରେ ନିଶ୍ୱାସ ନେଇ ପାରୁ ନାହାଁନ୍ତି। ଗୋଟେ ପଟେ ସାରା ଓଡିଶା ଶିତରେ ଗରମର ଉଷ୍ମତା ଖୋଜୁଥିବା ବେଳେ ଅନ୍ୟପଟେ ନେତା ମନ୍ତ୍ରୀ ମାନେ କୁଆଡେ ଏବେ ଝାଳରେ ଗାଧେଇ ପଡୁଛନ୍ତି। ହେଲେ ବନ୍ଧୁଗଣ ଏ କଥା ଆମେ କହୁନୁ ଯାହା ଲୋକେ ଆଲୋଚନା କରୁଛନ୍ତି। ଅର୍ଚ୍ଚନା କୁ ନେଇ ଯେତେଥର ଯେତେବେଳେ ନୂଆ ନୂଆ ତଥ୍ୟ ଆସୁଛି କି ଇଡି ହାତରେ କିଛି ତଥ୍ୟ ଲାଗୁଛି ସେହି ସମୟରେ ନେତା ମନ୍ତ୍ରୀ ଥରି ଉଠୁଛନ୍ତି ।
ଅର୍ଚ୍ଚନା ନାଗ ଯିଏକି ସାରା ପଡ଼ିଶାର ଘରେ ଘରେ ବେଶ ଚର୍ଚ୍ଚିତ। ଯାହାଙ୍କୁ ବର୍ତ୍ତମାନ ଛୋଟ ଠୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଲେଡି ବ୍ଲାକମେଲର ସମ୍ବୋଧନ କରୁଛନ୍ତି। ତାଙ୍କ କହିବା ଅନୁସାରେ ସେ ଯେଉଁ ସାମାର୍ଯ୍ୟ ତିଆରି କରିଥିଲେ। ତାହା ତାଙ୍କ ବ୍ୟକ୍ତିଗତ ଟଙ୍କାରେ । ଯାହା ସୂଚନା ମିଳିଥିଲା କି ଅର୍ଚ୍ଚନା ନାଗ ଇଡିକୁ କହିଥିଲେ ତାଙ୍କ ଗାଁରେ ଥିବା ଜାଗା ବିକ୍ରି କରି ସେ ଧନୀ ହୋଇଥିଲେ।
କେବଳ ଏତିକି ନୁହେଁ ସେ ଅନେକ ପରିଶ୍ରମ କରି କୋଟି ପତି ବନିଛନ୍ତି। ହେଲେ ଲୋକେ ଯାହା ଆଲୋଚନା କରୁଛନ୍ତି କି ଅର୍ଚ୍ଚନାଙ୍କ ଏ ଗପକୁ ସହଜରେ ଗ୍ରହଣ କରିବ ନାହିଁ ଇଡି। ସେପଟେ ଏବେ ବି ଅର୍ଚ୍ଚନା ମନେ ମନେ କେଉଁ ନୀତି ଗ୍ରହଣ କରିବାକୁ ଚାହୁଁଛନ୍ତି। କାରଣ ଅର୍ଚ୍ଚନା ଯେତେଥର କୋର୍ଟକୁ ଆସୁଛନ୍ତି ସେତେବେଳେ ସେ ତାଙ୍କ ଚପଲ ଛାଡି ଯାଉଛନ୍ତି। ଏହା ପଛରେ ଅର୍ଚ୍ଚନାଙ୍କ ଉଦ୍ୟଶ କଣ। ତାକୁ ନେଇ ମଧ୍ୟ ଲୋକେ ପ୍ରଶ୍ନ କରିଛନ୍ତି। ହେଲେ ସମସ୍ତଙ୍କ ମୁହଁରେ ଗୋଟିଏ କଥା କେବେ ଏହି ଘଟଣା ଉପରୁ ସମ୍ପୂର୍ଣ୍ଣ ରୂପେ ପରଦା ହଟିବ।
ସେପଟେ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ଏକା ସାଙ୍ଗରେ ଇଡି ଜେରା କରିବା ପରେ । ଏବେ ଲୋକେ କହୁଛନ୍ତି ଏଥର ନେତା ମନ୍ତ୍ରୀ ମାନଙ୍କ ପାଳି । ନେତା ମନ୍ତ୍ରୀ ମାନଙ୍କ ମୁଖା ଖୋଲିବ ଇଡି । ହେଲେ ବର୍ତ୍ତମାନ ସମସ୍ତଙ୍କ ନଜର ନେତା ମନ୍ତ୍ରୀ ମାନଙ୍କ ଉପରେ । ଇଡି କେବେ ସେମାନଙ୍କୁ ତାଙ୍କ ସ୍କାନରରେ ଆଣିବ। କେବେ ସେମାନଙ୍କୁ ଜେରା କରିବ। ତେବେ ଏହି ଘଟଣା ତ ଦିନକୁ ଦିନ ନୂଆ ମୋଡ଼ ନେଉଛି।
ଏହି ଘଟଣା ଉପରେ ଓଡ଼ିଶା ବାସୀ ନଜର ରଖିଛନ୍ତି। ଆଉ ଏଥର ଅର୍ଚ୍ଚନା ଡାଏରି ମିଳିବା ପରେ ଲୋକେ କହୁଛନ୍ତି ତଦନ୍ତ ହେବ ଆଉ ସାମ୍ନାକୁ ଆସିବା ଲୋକେ ଆସିବେ । ତେବେ କେବଳ ଦେଖିବାକୁ ବାକି ରହିଲା ଅର୍ଚ୍ଚନାର ଡାଏରି ରେ କଣ ଲେଖା ହୋଇଛି ଓ ତାହା କେବେ ସାମ୍ନାକୁ ଆସୁଛି।