ବଲିଉଡର ମିସ୍ଟର ପରଫେକ୍ଟନିଷ୍ଟ ଅମୀର ଖାନଙ୍କ ଝିଅ ଇରା ଖାନ ନିକଟରେ ହିଁ ଏକ ଭିଡିଓ ସେୟାର କରିଥିଲେ | ଏହି ଭିଡିଓରେ ଇରା ନିଜ ଜୀବନ ସହ ଜଡିତ ଅନେକ ରହସ୍ୟର ଖୁଲାସା କରିଛନ୍ତି | ଏହି ଭିଡିଓ ଇରା ଖାନ କହୁଛନ୍ତି ଯେ ସେ କାହିଁକି ଡିପ୍ରେସନରେ ଚାଲି ଯାଇଥିଲେ | ଏଥିସହିତ ଇରା ଏକଥାର ମଧ୍ୟ ଖୁଲାସା କରିଛନ୍ତି ଯେ ୧୪ ବର୍ଷ ବୟସରେ ତାଙ୍କର ଯୌନ ଉତ୍ପୀଡ଼ନ ହୋଇଥିଲା | ତେବେ ସେତେବେଳେ ତାଙ୍କୁ ଏହା ଜଣା ନଥିଲା ଯେ ତାଙ୍କ ସହିତ କଣ ହେଉଛି | ଏହାଛଡା ଇରା ନିଜ ପିତାମାତାଙ୍କ ଛାଡପତ୍ରକୁ ନେଇ ମଧ୍ୟ କହିଛନ୍ତି | ତେବେ ଇରା ଖାନଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରଲ ହେଉଛି |
ଭିଡିଓରେ ଇରା ଖାନ ନିଜ ଜୀବନ ସହ ଜଡିତ କଥା କହିବାକୁ ଯାଇ କୁହନ୍ତି ଯେ, “ବହୁତ ଲୋକ ମୋତେ ପଚାରନ୍ତି ଯେ ମୁଁ କାହିଁକି ଡିପ୍ରେସଡ ଅଛି ଏବଂ ଏହି କଥାର ଉତ୍ତର ମୁଁ ନିଜେ ମଧ୍ୟ ଦେଇ ପାରିବି ନାହିଁ କାରଣ ଏହା ମୋତେ ନିଜକୁ ମଧ୍ୟ ଜଣା ନାହିଁ | ଗତ ଅନେକ ବର୍ଷରୁ ଏହାକୁ ବୁଝିବାକୁ ଚେଷ୍ଟା କରୁଛି କିନ୍ତୁ କୌଣସି ସିଧା ଏବଂ ସଠିକ ଉତ୍ତର ନାହିଁ | ଆଜି ଆପଣଙ୍କୁ ମୁଁ ନିଜର ଆରାମଦାୟକ ଜୀବନ ବିଷୟରେ କହିବାକୁ ଚାହୁଁଛି | ଟଙ୍କା ପଇସାକୁ ନେଇ ମୋତେ କେବେ କୌଣସି ସମସ୍ୟା ହୋଇନାହିଁ | ମୋ ପାଖରେ ଏକ ସପୋର୍ଟ ସିଷ୍ଟମ ରହିଛି | ମୋ ମାଆ ବାପା, ମୋ ସାଙ୍ଗମାନେ କେବେହେଲେ ମୋତେ କୌଣସି ଜିନିଷର ଚାପ ଦେଇ ନାହାନ୍ତି | ମୋତେ ଜଣା ଥିଲା ଯେ ଯଦି ମୋର କିଛି ହୁଏ ତେବେ ମୁଁ ନିଜ ମାଆ ବାପାଙ୍କ ପାଖକୁ ଯାଇ ତାଙ୍କ ସହିତ କଥା ହୋଇ ପାରିବି |”
ପିତାମାତାଙ୍କ ଛାଡପତ୍ରକୁ ନେଇ ମଧ୍ୟ କହିଲେ ଇରା :
ଭିଡିଓରେ ଇରା ଖାନ ନିଜ ମାଆ ବାପାଙ୍କ ଛାଡପତ୍ର ବିଷୟରେ ମଧ୍ୟ କହିଛନ୍ତି | ଇରା କୁହନ୍ତି ଯେ, ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ମୋ ମାଆ ବାପାଙ୍କର ଛାଡପତ୍ର ହୋଇଯାଇଥିଲା କିନ୍ତୁ ତାଙ୍କୁ ନେଇ ମୋତେ ବହୁତ ବଡ ଝଟକା ଲାଗିଛି ସେମିତି ମଧ୍ୟ କିଛି ହୋଇନାହିଁ | ଛାଡପତ୍ର ପରେ ମୋ ମାତା ପିତା ବହୁତ ଭଲ ବନ୍ଧୁ ଥିଲେ, କୌଣସି ବିଛିନ୍ନ ପରିବାର ନୁହେଁ | ଯେତେବେଳେ ମୁଁ ୬ ବର୍ଷର ଥିଲି ସେତେବେଳେ ମୋତେ ଟିବି ହୋଇଥିଲା | ତେବେ ଟିବି ମଧ୍ୟ ମୋ ପାଇଁ ଏତେ ଖରାପ ଜିନିଷ ନଥିଲା ଯେ ଯାହାକୁ ନେଇ ମୁଁ ଏତେ ଦୁଃଖୀ ହୋଇଯିବି |
୧୪ ବର୍ଷ ବୟସରେ ହୋଇଥିଲା ମୋର ଯୌନ ଶୋଷଣ:
ଇରା ଆଗକୁ ଆହୁରି କୁହନ୍ତି ଯେ, ଯେତେବେଳେ ମୁଁ ମାତ୍ର ୧୪ ବର୍ଷର ଥିଲି ମୋର ଯୌନ ଶୋଷଣ ହୋଇଥିଲା କିନ୍ତୁ ସେତେବେଳେ ମୋତେ ଜଣାନଥିଲା ଯେ କଣ ହେଉଛି | ଯେତେବେଳେ ଜାଣିବାକୁ ପାଇଲି ମୁଁ ଏଥିରୁ ଦୂରେଇ ଗଲି | ହଁ ମୋତେ ଖରାପ ଲାଗିଲା ଯେ ମୁଁ ଏସବୁ ନିଜ ସହିତ କାହିଁକି ହେବାକୁ ଦେଲି | କିନ୍ତୁ ଏହା ମଧ୍ୟ ସାରା ଜୀବନ ପାଇଁ ଏତେ ବଡ ଝଟକା ନଥିଲା ଯେ ମୁଁ ଡିପ୍ରେସନରେ ଚାଲିଯିବି | ମୋତେ ଅଣନିଶ୍ୱାସୀ ଲାଗୁଛି, ମୁଁ କାନ୍ଦୁଛି, ଏସବୁ ମୁଁ ମୋ ବନ୍ଧୁ ଏବଂ ମାଆ ବାପାଙ୍କୁ କହି ପାରିବି କିନ୍ତୁ କଣ କହିବି ? ସେ ମୋତେ ପଚାରିଲେ କଣ ଉତ୍ତର ଦେବି ? ମୋ ସହିତ କିଛି ଖରାପ ହିଁ ହୋଇ ନାହିଁ ଯେମିତି ମୁଁ ଅନୁଭବ କରୁଛି | ଏହି ଚିନ୍ତାଧାରା ମୋତେ ତାଙ୍କ ସହିତ କଥା ହେବାକୁ ରୋକିବା ସହିତ ତାଙ୍କ ଠାରୁ ଭିନ୍ନ କରି ଦେଇଛି |
“ୟୁରିପାଇଡ୍ସ ମେଡିୟା”ରୁ ଥିଏଟର ଡେବ୍ୟୁ କରି ସାରିଛନ୍ତି ଇରା:
କହି ରଖୁଛୁ ଯେ ଏହାପୂର୍ବରୁ ମଧ୍ୟ ଇରା World Mental Health Dayରେ ନିଜ ଡିପ୍ରେସନକୁ ନେଇ ଏକ ପୋଷ୍ଟ ସେୟାର କରିଥିଲେ | ସେହି ଭିଡିଓରେ ଇରା ଖାନ କହିଥିଲେ ଯେ, ” ମୁଁ ଡିପ୍ରେସନରେ ଅଛି “, ଯାହାପରେ ସୋସିଆଲ ମିଡିଆରେ ଇରା ଖାନ ବହୁତ ଚର୍ଚ୍ଚାରେ ରହିଥିଲେ | ସୂଚନାଯୋଗ୍ୟ ଯେ ୨୩ ବର୍ଷର ଇରା ଗତ ବର୍ଷ “ୟୁରିପାଇଡ୍ସ ମେଡିୟା” ନାମକ ଏକ ପ୍ଲେରୁ ଥିଏଟରରେ ଡେବ୍ୟୁ କରିଥିଲେ | ସେ ଏହି ପ୍ଲେକୁ ନିର୍ଦ୍ଦେଶନା କରିଥିଲେ | ଏହି ଶୋ’ରୁ ବରୁଣ ଧୱନଙ୍କର ଭାଣିଜୀ ଅଂଜନୀ ଧୱନ ଜଣେ ଅଭିନେତ୍ରୀ ଭାବରେ ଡେବ୍ୟୁ କରିଛନ୍ତି |