ସିଟି ତ ବହୁତ ଲୋକ ମାରନ୍ତି। କିନ୍ତୁ କିଛି ଲୋକଙ୍କ ସିଟିରେ ସଙ୍ଗୀତ ଥାଏ ଯାହାକୁ ଶୁଣିଲେ କାନକୁ ଶାନ୍ତି ମିଳିଥାଏ! ଯଦି ଆପଣ ମଧ୍ୟ ସିଟିରେ ଗୀତ ଗୁଣୁଗୁଣାଇ ନେଉଛନ୍ତି ତ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଆପଣଙ୍କୁ ବହୁତ ପସନ୍ଦ ଆସିବ।କାରଣ ଏହି ଦୁନିଆରେ ବହୁତ କଳାକାର ଏମିତି ମଧ୍ୟ ଅଛନ୍ତି ଯେଉଁମାନଙ୍କ କାମ ହୃଦୟକୁ ଛୁଇଁ ଯାଇଥାଏ, ଏବଂ ମହାରାଷ୍ଟ୍ରର ଏହି କଳାକାର କିଛି ଏମିତି ହିଁ କମାଲ କରିଛନ୍ତି। ବାସ୍ତବରେ,ସେ ସିଟିରେ ସାହିର ଲୁଧିଆନବୀର ଲେଖା ନଗମା ‘ଏ ମେରୀ ଜୋହରାଜମ୍ବୀ…’ ମାରିଥିଲେ ତ ଲୋକମାନେ ତାଙ୍କ ଫ୍ୟାନ ହୋଇ ଯାଇଥିଲେ।
ଏମିତି ସିଟି ମାରିବା ସମସ୍ତଙ୍କୁ ଆସେ ନାହିଁ…
Artist #YuvrajPatel from #Aurangabad has sung " ऐ मेरी जोहराजंबी तुझे मालूम नही " song on a whistle. pic.twitter.com/SYL0SiaXGg
— Dayanand Kamble (@dayakamPR) March 16, 2021
ଏହି ଭିଡିଓ ଟୁଇଟର ୟୁଜର @dayakamPR ସେୟାର କରିଛନ୍ତି।କ୍ୟାପଶନରେ ସେ କହିଛନ୍ତି, ଔରଙ୍ଗାବାଦର କଳାକାର ଯୁବରାଜ ପଟେଲ ସିଟି ବଜାଇ ‘ଏ ମେରୀ ଜୋହରାଜମ୍ବୀ ତୁଝେ ମାଲୁମ ନହୀ’ ଗୀତ ଗାଇଥିଲେ। ଏହି ଭିଡିଓର ଖବର ଲେଖା ଯିବା ପର୍ଯ୍ୟନ୍ତ ଦେଢ଼ ହଜାରରୁ ଅଧିକ ଭ୍ୟୁ ଏବଂ ଶହେରୁ ଅଧିକ ଲାଇକ୍ସ ମିଳିସାରିଛି।