ମଶା ଘଉଡ଼ାଇବାର ଆୟୁର୍ବେଦିକ ଉପାୟ, ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ

ବନ୍ଧୁଗଣ ଘରେ ମଶା ହେବା ଦ୍ୱାରା ଡେଙ୍ଗୁ, ମ୍ୟାଲେରିୟା ଏବଂ ଚିକୁନଗୁନିଆ ଭଳି ଭୟଙ୍କର ରୋଗ ହେବାର ଆଶଙ୍କା ରହିଛି। ସେଥିପାଇଁ ଆମେ ମଶା ଘଉଡେଇବା ପାଇଁ ମାର୍କେଟରୁ ମିଳୁଥିବା କେମିକାଲ ଯୁକ୍ତ ପ୍ରଡକ୍ଟର ବ୍ୟବହାର କରିଥାଉ। ଏବଂ ଆପଣ ଭଲସେ ଜାଣିଛନ୍ତି ସେହି କେମିକାଲ ଯୁକ୍ତ ପ୍ରଡକ୍ଟର ଆପଣଙ୍କ ଶରୀର ପାଇଁ କେତେ କ୍ଷତିକାରକ ଅଟେ।

ସେ ମିକ୍ସ liquid ହେଉ କିମ୍ବା କଏଲ ସେଥିରୁ ବାହାରୁ ଥିବା ଧୂଆଁ ରାତି ସାରା ଆପଣଙ୍କ ନିଶ୍ୱାସ ପ୍ରଶ୍ୱାସ ଦ୍ୱାରା ଆପଣଙ୍କ ଶରୀର ଭିତରକୁ ଯାଇ ଆପଣଙ୍କ ଅଙ୍ଗ ପ୍ରତ୍ୟଙ୍ଗକୁ ବହୁତ କ୍ଷତି ପହଞ୍ଚାଇ ଥାଏ। ଏବଂ ଏହା ଆପଣଙ୍କ ମସ୍ତିଷ୍କକୁ ଦୁର୍ବଳ କରିଥାଏ। ଏବଂ ଯଦି ଆପଣଙ୍କ ଘରେ ଛୋଟ ପିଲା ଥାଆନ୍ତି, ତେବେ ଏହି liquid ଏବଂ କଏଲ ମାନଙ୍କରେ ବାହାରୁଥିବା ଧୁଆଁ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକ କ୍ଷତିକାରକ ହୋଇଥାଏ। ସେଥିପାଇଁ ବନ୍ଧୁଗଣ ଆଜି ଠାରୁ ସତର୍କ ହୋଇଯାନ୍ତୁ।

ଏବଂ ଘରେ କେବଳ ପ୍ରାକୃତିକ ଉପାୟ ମାଧ୍ୟମରେ ମଶା ଘଉଡେଇବାର ପଦ୍ଧତି ଆପଣାନ୍ତୁ। ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ପ୍ରାକୃତିକ ଉପାୟ ନେଇ ଆସିଛୁ ଯାହାକୁ ବନେଇବା ବହୁତ ସହଜ ଅଟେ ଏବଂ ଏହା ଆପଣଙ୍କ ଘରୁ ମଶା ଘଉଡେଇବା ସହିତ ଏହା ଆପଣଙ୍କ ଶରୀର ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ଅଟେ। ଏଥିରୁ ବାହାରୁ ଥିବା ସୁଗନ୍ଧ ଆପଣଙ୍କ ପରିବେଶକୁ ଜୀବାଣୁ ମୁକ୍ତ ରଖିଥାଏ।ଏବଂ ଆପଣଙ୍କ ମସ୍ତିଷ୍କକୁ କ୍ଷିପ୍ର କରିଥାଏ। ତେବେ ବନ୍ଧୁଗଣ ଏହି ପ୍ରାକୃତିକ ମଶା ଘଉଡେଇବାର ତେଲକୁ ଜାଣିବା ପାଇଁ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବନ୍ଧୁଗଣ ଆଜିର ଏହି ପ୍ରାକୃତିକ ମଶା ଘଉଡେଇବାର ତେଲ ବନେଇବା ପାଇଁ ସାମଗ୍ରୀ:

ନଡ଼ିଆ ତେଲ:

ଏହି ତେଲ ଆପଣଙ୍କ ଘରୁ ବହୁତ ସହଜରେ ମିଳିଯିବ। ପ୍ରାୟତଃ ସମସ୍ତଙ୍କ ଘରେ ନଡ଼ିଆ ତେଲର ବ୍ୟବହାର କରାଯାଇଯାଏ। ଏହି ଉପଚାରକୁ ବନେଇବା ପାଇଁ ଆପଣ ପ୍ରଥମେ ୪ ଚାମଚ ନଡ଼ିଆ ତେଲ ଏକ ପାତ୍ରକୁ ନିଅନ୍ତୁ।

ନିମ୍ବ ତେଲ:

ଏହି ତେଲ ଆପଣଙ୍କୁ କୌଣସି ବଣିଆ ଦୋକାନରେ ମିଳିଯିବ। ଏବେ ଏଥିରେ ୨ ଚାମଚ ନିମ୍ବ ତେଲ ଏହି ଉପଚାର ପାଇଁ ନିଅନ୍ତୁ। ଏବେ ସେହି ୪ ଚାମଚ ନଡ଼ିଆ ତେଲରେ ୨ ଚାମଚ ନିମ୍ବ ତେଲ ମିଶାନ୍ତୁ। ଏବେ ଆମେ ଏଠାରେ କହି ରଖୁଛୁ ଯେ ଯଦି ଆପଣ ୫୦୦ ଗ୍ରାମ ନଡ଼ିଆ ତେଲ ନେଉଛନ୍ତି ତେବେ ସେଥିରେ ଆପଣଙ୍କୁ ୨୦୦ ଗ୍ରାମ ନିମ୍ବ ତେଲର ପ୍ରୟୋଗ କରିବା ପାଇଁ ପଡିବ ଏହି ଉପଚାର କୁ ବନେଇବା ପାଇଁ।

କର୍ପୂର:

ପୂଜାରେ ବ୍ୟବହାର କରାଯାଉଥିବା କର୍ପୂର ଆପଣ ଏଥିରେ ପ୍ରୟୋଗ କରନ୍ତୁ। ଏହି କର୍ପୁରକୁ ଆଣି ଆପଣ ହାତରେ ବା କୌଣସି ବସ୍ତୁ ସାହାର୍ଯ୍ୟରେ ଗୁଣ୍ଡ କରିଦିଅନ୍ତୁ। କର୍ପୁରର କେବଳ ଗୋଟିଏ ଖଣ୍ଡ ଆପଣ ଏଥିରେ ପ୍ରୟୋଗ କରନ୍ତୁ। ବନ୍ଧୁଗଣ ଏହା କେବଳ ପ୍ରାକୃତିକ ମଶା ଘଉଡେଇବାର ତେଲ ଅଟେ।ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇ ନଥାଏ ବରଂ ଆପଣଙ୍କ ସ୍ୱାସ୍ଥ୍ୟର ଉନ୍ନତି କରିଥାଏ। ଏହା ଆପଣଙ୍କ ମସ୍ତିଷ୍କ ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ଅଟେ।

ଏଥିରେ ଯେଉଁ ସୁଗନ୍ଧ ବାହାରିଥାଏ, ତାହା ଆପଣଙ୍କ ମସ୍ତିଷ୍କକୁ କ୍ଷିପ୍ର କରିଥାଏ। ମଶା ଘଉଡ଼ାଇବା ପାଇଁ ମିଳୁଥିବା ବଜାରରୁ କେମିକାଲ ଯୁକ୍ତ ଲିକୁଇଡ଼ ବା କଏଲ ର ପ୍ରୟୋଗ ନ କରି ଆପଣ ଏହି ପ୍ରାକୃତିକ ତେଲ ର ପ୍ରୟୋଗ କରନ୍ତୁ ମଶା ଘଉଡ଼ାଇବା ପାଇଁ। ଏବେ ଆପଣ ଏହି କର୍ପୂର ଗୁଣ୍ଡକୁ ସେହି ନଡ଼ିଆ ତେଲ ଏବଂ ନିମ୍ବ ତେଲ ମିଶ୍ରିତ ତେଲରେ ମିଶେଇ ଦିଅନ୍ତୁ। ଏବେ ଆପଣ ଏହି ସମସ୍ତ ସାମଗ୍ରୀକୁ ଭଲସେ ମିକ୍ସ କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଗଲା ସମ୍ପୂର୍ଣ ଭାବେ ପ୍ରାକୃତିକ ମଶା ଘଉଡେଇବାର ତେଲ। ଏବେ ଆସନ୍ତୁ ଜାଣିବା ଏହାର ପ୍ରୟୋଗ କେମିତି କରିବେ ?

ଏବେ ଆପଣଙ୍କୁ ଆବଶ୍ୟକ ପଡିବ ଗୋଟେ ଦ୍ୱୀପ ଏବଂ ଗୋଟେ ସଳିତା ବା ବାତୀ ର। ବନ୍ଧୁଗଣ ଗୋଟେ ଦ୍ୱୀପ ନେଇ ସେଥିରେ ବଳିତା ଦିଅନ୍ତୁ। ଏବଂ ସେହି ଦ୍ୱୀପରେ ଏହି ମିଶ୍ରିତ ତେଲ କୁ ଢାଳି ଦିଅନ୍ତୁ। ଧ୍ୟାନ ରଖିବେ ଯଦି ଆପଣ ମାଟି ଦ୍ୱୀପର ପ୍ରୟୋଗ କରୁଛନ୍ତି ତେବେ ଆପଣ ଦ୍ୱୀପଟିକୁ ପାଣିରେ ଧୋଇ ଦିଅନ୍ତୁ। ଯାହା ଫଳରେ ଦ୍ୱୀପ ଅଧିକ ତେଲ ଟାଣିବ ନାହିଁ। ଏହି ଦ୍ୱୀପକୁ ଘରର ସେହି ସ୍ଥାନରେ ଜଳେଇ ଦିଅନ୍ତୁ ଯେଉଁ ସ୍ଥାନରେ ଆପଣଙ୍କୁ ବହୁତ ଅଧିକ ମଶା ଲାଗୁଥିବ।

ବନ୍ଧୁଗଣ ଆପଣ ଏହି ପ୍ରାକୃତିକ ମଶା ଘଉଡେଇବାର ତେଲକୁ ପ୍ରୟୋଗ କରନ୍ତୁ ଦେଖିବେ ମଶା କାମୁଡ଼ିବାର ତ ଦୂରର କଥା ଆପଣଙ୍କ ଆଖ ପାଖରେ ବି ବୁଲିବେନି। ବନ୍ଧୁଗଣ ଏହି ତେଲ ମଶା ଘଉଡେଇବା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ମସ୍ତିଷ୍କ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଏହାର ସୁଗନ୍ଧ ଆପଣଙ୍କ ପରିବେଶକୁ ଜୀବାଣୁ ମୁକ୍ତ କରିଥାଏ। ଏବଂ ଏହା ଦ୍ବାରା ଆପଣଙ୍କ ମସ୍ତିଷ୍କରେ ଉନ୍ନତି ହୋଇଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *