ବାହନଗା ସ୍କୁଲରେ କାନ୍ଦ ରହସ୍ୟର ବଡ ଖୋଲାସା , ଜଣା ପଡିଲା ବୈଜ୍ଞାନିକ କାରଣ

ଏ ମଣିଷ ସମାଜ ଯେତେ ପର୍ଯ୍ୟନ୍ତ ରହିଛି ସେତେ ପର୍ଯ୍ୟନ୍ତ ଅନ୍ଧବିଶ୍ୱାସ ମଧ୍ୟ ରହିଛି ।ପ୍ରେରଣା କିଛି କିଛି କଥା ମଣିଷ ଏପରି ଭାବରେ ଗ୍ରହଣ କରିନିଏ ଯେ , ତାକୁ ବାସ୍ତବିକତାର ରୂପ ଦେଇ ଦେଇଥାଏ । କିନ୍ତୁ ଏହା ପଛର ବୈଜ୍ଞାନିକ କାରଣ ଦେଖିବାକୁ ଗଲେ , ଏହା ଅନ୍ଧବିଶ୍ୱାସରେ ପରିଣତ ହୋଇଯାଏ ।

ଠିକ୍ ସେହିପରି ବର୍ତ୍ତମାନ ସମୟର ଚର୍ଚ୍ଚିତ କଥାବସ୍ତୁ ହେଉଛି , କିଛି ଦିନ ଆଗରୁ ଘଟି ଯାଇଥିବା ବିଶାଳ ରେଳ ଦୁର୍ଘଟଣା ବାହନଗା ରେଳ ଦୁର୍ଘଟଣା। ଆପଣ ସମସ୍ତେ ଜାଣିଥିବେ ଯେ , ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କର ଶବକୁ ନେଇ ବାହନଗା ସ୍କୁଲ ପରିସରରେ ରଖା ଯାଇଥିଲା ।

ଆଉ ଧିରେ ଧିରେ ସେଠାକୁ ଲୋକ ମାନେ ଆସି ନିଜ ସମ୍ପର୍କିୟ ମାନଙ୍କ ମୃତ ଶରୀର ଖୋଜି ନେଇଥିଲେ ଆଉ କିଛି ଶବ ଭୁବନେଶ୍ୱର ପଠାଇ ଦିଆ ଯାଇଥିଲା । ଦୁଇ ତିନି ଦିନ ଧରି ସେଠାକାର ପରିବେଶ ଅତ୍ୟନ୍ତ କୋଳାହଳମୟ ଥିଲା । ତେବେ ବର୍ତ୍ତମାନ ସମୟରେ କିଛି ଏପରି କଥା ସାମ୍ନାକୁ ଆସିଛି , ଯାହା ସମସ୍ତଙ୍କୁ ଭୟଭୀତ କରି ଦେଇଛି । ସୂଚନା ଅନୁଯାୟୀ , ବାହନଗା ସ୍କୁଲ ପରିସରରୁ ରାତି ହେଲେ କାନ୍ଦ ଶବ୍ଦ ଶୁଭା ଯାଉଛି । ଏକଥା ଆମେ କହୁ ନାହିଁ , ଏକଥା କହୁଛନ୍ତି ସ୍ଥାନୀୟ ଲୋକେ ଯେଉଁମାନେ ସେଠାରେ ବସବାସ କରୁଛନ୍ତି ।

ସେମାନେ ସେଠାରେ ଶାନ୍ତିରେ ରହି ପାରୁ ନାହାନ୍ତି ବୋଲି କହିଛନ୍ତି । ରାତି ହେଲେ କାନ୍ଦ ଶବ୍ଦ ଶୁଣା ଯାଉଛି ଏବଂ ଅନ୍ୟ ବିକଟାଳ ଚିତ୍କାର ସେମାନଙ୍କୁ ଶୁଭା ଯାଉଥିବାରୁ ସେମାନେ ଭୟଭୀତ ହୋଇ ଯାଉଛନ୍ତି। ତେବେ ଏ ବାବଦରେ ବର୍ତ୍ତମାନ ସମୟରେ ଜଣେ ଜ୍ୟୋତିର୍ବିଜ୍ଞାନୀ ଖୋଲାସା କରିଛନ୍ତି । ଏହା ପଛରେ ରହିଥିବା ବୈଜ୍ଞାନିକ କାରଣ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି । ତାଙ୍କ କହିବା ଅନୁଯାୟୀ , ତିନି ଦିନ ଧରି ସ୍ଥାନୀୟ ଲୋକ ମାନେ ସେହି କାନ୍ଦ ଶବ୍ଦ ଶୁଣି ଆସୁଥିଲେ , ଯାହା ସେମାନଙ୍କ ବ୍ରେନ୍ କୁ ଆଘାତ କରିଥିଲା । ଯାହା ମସ୍ତିଷ୍କରେ ରହିଥିବା ସେରେବ୍ରମ ରେ ଷ୍ଟୋର ହୋଇ ରହି ଯାଇଥିଲା ।

ତେବେ ଯେତେବେଳେ ପରିସ୍ଥିତି ସ୍ବାଭାବିକ ହୋଇଗଲା , ସେତେବେଳେ ଏହା ତାଙ୍କୁ ପୁଣିଥରେ ଆଘାତ ଦେଲା ଆଉ ସେମାନଙ୍କୁ ଲାଗିଲା କିଏ ଯେମିତି କାନ୍ଦୁଛି । ଅନ୍ୟ ପକ୍ଷରେ ଆଉ ଗୋଟିଏ କଥା ମଧ୍ୟ ସେ କହିଛନ୍ତି କି , ଲୋକ ମାନେ ଯେଉଁ କହିବାରେ ଲାଗିଛନ୍ତି , ତାଙ୍କ କବାଟ ଝରକା କିଏ ଯେମିତି ବାଡେଇ ଯାଉଛି ଏ କଥା ପଛରେ ମଧ୍ୟ ଏକ ବୈଜ୍ଞାନିକ କାରଣ ରହିଛି ।

ତେବେ ଏହା ପଛର କାରଣ ହେଉଛି ରାତି ବେଳେ ଫାଙ୍କା କଠୋରି ଗୁଡିକରେ ପବନ ଅଧିକ ପ୍ରେସରରେ ବାହାରି ଯାଇଥାଏ , ଯାହା କବାଟ ଝରକା ଗୁଡ଼ିକରେ ବାଡେଇ ହୋଇ ଯାଇଥାଏ , ତେଣୁ ଏପରି ଶବ୍ଦ ଶୁଭା ଯାଇଥାଏ । ତେଣୁ ଏହା ପଛରେ ଆଉ କିଛି କାରଣ ନାହିଁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *