ମିଷ୍ଟର ଫୈଜୁ ଟ୍ରେଲରରେ ଚମକୁଥିବା ଏବଂ ପବନ ସହ କଥା ହେଉଥିବା ବାଇକରେ ଏଣ୍ଟ୍ରି କରିଥିଲେ। ହାତକଟା ଡେନିମ ଜ୍ୟାକେଟ ସହ ବାଇକରେ ଫୈଜୁ ନିଜ ବନ୍ଧୁମାନଙ୍କୁ ବଞ୍ଚାଇବା ପାଇଁ ସିଧା ରେସ୍ଲିଙ୍ଗ ର..
ଟିକିଟକରୁ ପ୍ରସିଦ୍ଧ ହୋଇଥିବା ମିଷ୍ଟର ଫୈଜୁ ଏବେ ଆଲ୍ଟ ବାଲାଜୀର ୱେବ ସେରିଜରେ ନଜର ଆସିବାକୁ ଯାଉଛନ୍ତି।ସୀରୀଜର ଟ୍ରେଲର ମୁକ୍ତିଲାଭ କରି ସିରିଛି, ଯାହାକୁ ଫୈଜୁଙ୍କ ଫ୍ୟାନ୍ସମାନେ ବହୁତ ପସନ୍ଦ କରିଛନ୍ତି।ମିଷ୍ଟର ଫୈଜୁ ଟ୍ରେଲରରେ ଚମକୁଥିବା ଏବଂ ପବନ ସହ କଥା ହେଉଥିବା ବାଇକରେ ଏଣ୍ଟ୍ରି କରିଥିଲେ।ହାତକଟା ଡେନିମ ଜ୍ୟାକେଟ ସହ ବାଇକରେ ଫୈଜୁ ନିଜ ବନ୍ଧୁମାନଙ୍କୁ ବଞ୍ଚାଇବା ପାଇଁ ସିଧା ରେସ୍ଲିଙ୍ଗର ମଇଦାନକୁ ଡେଇଁ ପଡ଼ିଥିଲେ ଏବଂ ଖଳନାୟକଙ୍କୁ ବହୁତ ମାରିଥିଲେ।
View this post on Instagram
ଟ୍ରେଲରରୁ ଦେଖାଯାଉଥିଲା କି ଫୈଜୁ ନିଜ ପାଇଁ ବହୁତ ପରିଶ୍ରମ କରିଥିଲେ ଏବଂ ଏହା ପରେ ସେ କ୍ୟାମେରା ସାମ୍ନାକୁ ଆସିଥିଲେ।ଫୈଜୁଙ୍କ ବଡ଼ି ଏବଂ ତାଙ୍କ ଏବ୍ସ ଦେଖିବାକୁ କୈାଣସି ବଲିଉଡ ଅଭିନେତାଙ୍କ ଠାରୁ କମ ନୁହେଁ। ଟ୍ରେଲରରେ ଦେଖା ଯାଇଛିକି ଗୋଟିଏ ରାଜକୀୟ ପରିବାର ହେଉଛି-ରାଜା ସାହେବଙ୍କ ପରିବାର ଯେଉଁମାନେ ଉଦୟପୁରରେ ରହୁଛନ୍ତି, ସେହି ପରିବାରରୁ ଦୁଇଜଣଙ୍କର ହତ୍ୟା ହୋଇଛି। ଜଣେ ରାଜା ସାହେବଙ୍କ ପୁଅ ଏବଂ ଅନ୍ୟ ଜଣଙ୍କ ରାଜା ସାହେବଙ୍କ ସ୍ତ୍ରୀ।
ପୋଲିସ ଏହି ଘଟଣାର ସମାଧାନ କରୁଛନ୍ତି। ଏହି ଦୁଇଟିଯାକ ଘଟଣାରେ ଜଣେ ସାଧାରଣ ବ୍ୟକ୍ତି ରହିଛି ଏବଂ ସେ ହେଉଛି ରଘୁ। ଆଜ୍ଞା ହଁ ଫୈଜୁଙ୍କ ନାମ ୱେବ ସେରିଜରେ ରଘୁ ଅଟେ।ରଘୁଙ୍କ ହାତ ଏହି ଦୁଇଟି ଘଟଣାରେ ଯୋଡ଼ି ହୋଇଥିବାର ନଜର ଆସିଛି। ଯାହାକୁ ନେଇ ବହୁତ ତର୍ଜମା କରାଯାଇଛି।ରଘୁର ସମସ୍ତ ଷଡ଼ଯନ୍ତ୍ର ବାହାରକୁ ବାହାରି ଆସିଛି। ସେଠାରେ ରଘୁଙ୍କ ପ୍ରିୟବନ୍ଧୁ ମୀରା ଆଗ ଦୃଶ୍ୟରେ ବନ୍ଧୁକ ଧରି ତାଙ୍କୁ ମାରିବା ପାଇଁ ଛିଡା ହୋଇଥିବାର ଦେଖାଯାଇଛି ? ବର୍ତମାନ ପୋଲିସ ରଘୁଙ୍କୁ ଖୋଜିବାରେ ଲାଗିଛନ୍ତି। ଏଥିପାଇଁ ପୋଲିସ ରଘୁଙ୍କୁ ଜାଣିଥିବା ପ୍ରତ୍ୟେକଟି ବ୍ୟକ୍ତିଙ୍କ ପାଖରେ ପହଞ୍ଚୁଛନ୍ତି। ମୁଖ୍ୟ କଥା ଏହା ହେଉଛି କି ରଘୁଙ୍କ ବନ୍ଧୁମାନେ ଏବେ ରଘୁଙ୍କ ବିରୋଧରେ ପ୍ରମାଣ ଖୋଜୁଛନ୍ତି ତାକୁ ହାଜତକୁ ପବନ ଖାଇବାକୁ ପଠାଇବା ପାଇଁ। ବାସ୍ତବରେ କେମିତି ଏହି ଦୁଇଟି ହତ୍ୟା ଘଟଣାରେ ରଘୁର ସଂପର୍କ ରହିଛି ?କଣ ପାଇଁ ମୀରା ଏବଂ ରଘୁ ମଧ୍ୟରେ ଦୂରତା ବଢ଼ି ଯାଇଛି ?
View this post on Instagram
ବହୁ ସମୟ ପରେ ଫୈଜୁଙ୍କ ଫ୍ୟାନ୍ସମାନଙ୍କୁ ତାଙ୍କୁ ଦେଖିବାକୁ ସୁଯୋଗ ମିଳୁଛି। ଏ ପର୍ଯ୍ୟନ୍ତ ଫୈଜୁ ନିଜ ଇନଷ୍ଟା ଏକାଉଣ୍ଟରେ ଛୋଟ ଛୋଟ ଭିଡିଓ ବନାଇ ଫ୍ୟାନ୍ସମାନଙ୍କୁ ମନୋରଞ୍ଜନ କରାଉଥିଲେ। ଟିକିଟକରେ ପ୍ରସିଦ୍ଧ ହେବା ଏବଂ ଏହାପରେ ଟିକିଟକ ବ୍ୟାନ ହେବାପରେ ସେ ବହୁତ ଚର୍ଚ୍ଚାକୁ ଆସିଯାଇଥିଲେ। ଏହା ପରଠାରୁ ଫୈଜୁଙ୍କୁ ଲୋକମାନେ ଇନଷ୍ଟାରେ ଫୋଲୋ କରିବା ଆରମ୍ଭ କରି ଦେଇଥିଲେ। ବର୍ତମାନ ଫୈଜୁଙ୍କୁ ଇନଷ୍ଟାରେ ୧୫.୩ କୋଟି ଫୋଲୋ ଲୋକ କରିଛନ୍ତି। ଜଣାଇ ଦେଉଛୁ କି ଫୈଜୁଙ୍କ ଅସଲି ନାମ ଫୈଜଲ ଶେଖ ଅଟେ।