ବାପା ଦଣ୍ଡା ବାଳୁଙ୍ଗା ମୁଁ ଡାହା ବାଳୁଙ୍ଗା ପୁଅ ମୋର କୋଉ ବାଳୁଙ୍ଗା ହବ ମୁଁ ଜାଣି ପାରୁନି !

ଓଡ଼ିଆ ଚଳଚ୍ଚିତ୍ରର ସୁପରଷ୍ଟାର ବାବୁଶାନ୍ ମହାନ୍ତିଙ୍କ ଦମନ ଫିଲ୍ମ ସୁପର ହିଟ୍ ହେବାପରେ ବାବୁଶାନ୍ ପୁଣି ଗୋଟେ ପ୍ୟାନ ଇଣ୍ଡିଆ ଫିଲ୍ମ ପାଇଁ ଲାଗି ପଡିଛନ୍ତି। ସେ ତାଙ୍କ ନୂଆ ଫିଲ୍ମର ସୁଟିଂ ପାଇଁ ଯିବା ବେଳେ ବିମାନ ବନ୍ଦରରେ ନିଜ ଫ୍ୟାନ୍ ମାନଙ୍କ ସହ ଦେଖା ହେଇ ଫଟୋ ଉଠେଇ ଛନ୍ତି ଏବଂ ମିଡ଼ିଆଙ୍କ ଆଗରେ ଦମନର ସଫଳତାକୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଦମନ ଫିଲ୍ମ ସୁପର ହିଟ୍ ହେବାପରେ ବାବୁଶାନ୍ ଏବେ ଆଉ ଗୋଟେ ଫିଲ୍ମର ଗୀତ ସୁଟିଂ କରିବା ପାଇଁ ପଣ୍ଡିଚେରୀ ଯାଉଛନ୍ତି। ସେ କହିଛନ୍ତି ଏ ଫିଲ୍ମଟା ବି ବହୁତ୍ ଭଲ ହେଇଛି। ଆମେ ଏ ଫିଲ୍ମକୁ ପ୍ୟାନ ଇଣ୍ଡିଆ ରେଲିଜ୍ କରିବୁ ବୋଲି ଭାବୁଛୁ। ମୋ ସହ ଶିବାନୀ ମଧ୍ୟ ଏଥିରେ ନଜର ଆସିବେ। ପଣ୍ଡିଚେରୀରେ ବହୁତ୍ ଭଲ ଭଲ ଜାଗା ଅଛି ଆମେ ସେଠି ଆମର ଗୀତ ସୁଟିଂ କରିବାକୁ ଯାଉଛୁ। ଗୀତ ସୁଟିଂ ସରିଲେ ଆମେ ପୁଣି ଓଡ଼ିଶା ଆସି ବାରିପଦା, ଭୁବନେଶ୍ୱର ଏବଂ ଚେନ୍ନାଇ ରେ ମଧ୍ୟ ସୁଟିଂ ହବ। ଏ ଫିଲ୍ମ ବିଷୟରେ ମୁଁ ବେଶୀ କିଛି କହିବିନି ଫିଲ୍ମ ଆସିଲେ ତମେ ସମସ୍ତେ ଜାଣିବ।

ଦମନ ଫିଲ୍ମର ସଫଳତାକୁ ନେଇ ମୁଁ ଏବଂ ଆମ ଟିମ୍ ମଧ୍ୟ ବହୁତ୍ ଖୁସି। ଫେବୃୟାରୀ ୩ ରେ ଫିଲ୍ମ ହିନ୍ଦୀରେ ରେଲିଜ୍ ହବ। ଅଜୟ ଦେଭଗାନ ଏବଂ ତବୁ ମଧ୍ୟ ଆସିବେ ତାଙ୍କ ସହ ମିଶି ଫିଲ୍ମ ଦେଖିବୁ। ମୋ ଜାଗାରେ ଯଦି ଆଉ ଯେ କୌଣସି ହିରୋ ଥିଲେବି ଫିଲ୍ମ ହିଟ ହେଇ ଥାଆନ୍ତା କାରଣ ଦମନ ଫିଲ୍ମ ବହୁତ୍ ଭଲ ଫିଲ୍ମ। ମୁଁ କେବଳ ଗୋଟେ ଶ୍ରମିକ ପରି ଭଗବାନ ହେଲେ ଦର୍ଶକ ତାଙ୍କୁ ଯେମିତିକା ଫିଲ୍ମ ଭଲ ଲାଗିବ ଆମେ ଚେଷ୍ଟା କରିବୁ ସେମିତିକା ଫିଲ୍ମ ବନେଇବାକୁ।

ବାବୁଶାନଙ୍କ ପୁଅ ଗୱାନଙ୍କ ବିଷୟ ରେ ପଚାରିବାରୁ ବାବୁଶାନ୍ କହିଲେ ବାପା ଥିଲେ ଦଣ୍ଡା ବାଳୁଙ୍ଗା ମୁଁ ଡାହା ବାଳୁଙ୍ଗା ପୁଅ ମୋର କୋଉ ବାଳୁଙ୍ଗା ହବ ମୁଁ ଜାଣିନି। ସେ ଫିଲ୍ମ କରିବ କି ନାହିଁ ମୁଁ ଜାଣିନି ମୁଁ ଖାଲି ଏତିକି ଚାହୁଁଛି ତାକୁ ମୁଁ କେବ୍ରୀଜ୍ କୁ ପଠେଇ ଦେବୀ ସେ ଯାଇ ସେଠି ପାଠ ପଢ଼ିବ।

Leave a Reply

Your email address will not be published. Required fields are marked *