ବର୍ଷା ଏବଂ ଅନୁଭବଙ୍କ ମାମଲାରେ ଆଇନଜୀବୀ ବ୍ୟୋମକେଶ , ” ଯଦି ତୁମେ ଶିକ୍ଷିତ ଏବଂ ଶାରୀରିକ କ୍ଷମତା ରହିଛି ତେବେ ମେଣ୍ଟେନାନ୍ସ କାହିଁକି ? ” :-

ସାଂସଦ ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶିନୀ ମାମଲାରେ ଏସଡିଜେଏମ କୋର୍ଟର ନିର୍ଦେଶ ଅନୁଯାୟୀ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ିବେ ଏବଂ ପ୍ରତ୍ୟେକ ମାସ ଅନୁଭବ ତାଙ୍କ ଭରଣ ପୋଷଣ ପାଇଁ ୩୦,୦୦୦ ଟଙ୍କା ଦେବେ । ଏହାକୁ ନେଇ ଆଇନଜୀବୀ ବ୍ୟୋମକେଶ ନିଜର ମତ ରଖିଛନ୍ତି । ଅନେକ ଲୋକ ବର୍ତ୍ତମାନ ସମୟରେ ଏହା କହୁଛନ୍ତି ଯେ ଅନୁଭବ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିଜ ଘରୁ ତଡ଼ିଦେଲେ ।

ବ୍ୟୋମକେଶ କହିଛନ୍ତି ଯେ ବାସ୍ତବରେ ଏହା ଭୁଲ କଥା । କାରଣ ସେ ଘର ଅନୁଭବଙ୍କର ନୁହେଁ ବରଂ ତାଙ୍କ ବାପା ମାଙ୍କ ସମ୍ପତ୍ତି । ଆଉ ଯଦି ତାହା ଅନୁଭବଙ୍କ ଘର ହୋଇଥାନ୍ତା ତେବେ ସେ କୌଣସି ପ୍ରକାରେ ବର୍ଷାଙ୍କୁ ବାହାର କରି ପାରି ନଥାନ୍ତେ । ପୁଣି କୋର୍ଟର ନିଷ୍ପତ୍ତି ପରେ ଅନୁଭବଙ୍କ ଆଖୁରୁ ଖୁସିର ଲୁହ ଝରିଥିବା ଆପଣ ମାନେ ଦେଖିଥିବେ ।

ତେବେ ତାହା ଆନନ୍ଦର ଲୁହ । କାରଣ ଅନୁଭବ ମହାନ୍ତି ଏହା ଜାଣିଲେ ଯେ ଆଜିବି ଉପଯୁକ୍ତ ନ୍ୟାୟ ରହିଛି ଏବଂ କୋର୍ଟ ଜଣେ ପୁରୁଷର ନିର୍ଯାତନାର କଥାକୁ ଅନ୍ତରର ସହିତ ଗ୍ରହଣ କରିଛି । ଏସବୁ ପରେ ବର୍ଷାଙ୍କୁ ମେଣ୍ଟେନାନ୍ସ ଦେବା ମାମଲାରେ ସେ ଏହା କହିଛନ୍ତି ଯେ ୨୦୧୭ ରେ ସୁପ୍ରିମକୋର୍ଟର ଏକ ଜେଜ୍ମେଣ୍ଟ ଅନୁଯାୟୀ ଯଦି ଆପଣ ଜଣେ ଶିକ୍ଷିତ ମହିଳା ଏବଂ ଶାରୀରିକ ଭାବେ ସକ୍ଷମ ତେବେ ତାକୁ ସ୍ୱାମୀଙ୍କ ଠାରୁ ମେଣ୍ଟେନାନ୍ସ ନେବାର କୌଣସି ଆବଶ୍ୟକତା ନାହିଁ ।

ବର୍ତ୍ତମାନ ସମୟରେ ୩୦,୦୦୦ ଟଙ୍କା କୌଣସି କମ ନୁହେଁ । କାରଣ ୩୦,୦୦୦ ଟଙ୍କା ପାଇଁ ଲୋକେ ଅନେକ ପରିଶ୍ରମ କରୁଛନ୍ତି । ତାଙ୍କ ଅନୁଯାୟୀ ହୁଏତ କୋର୍ଟର ନିଷ୍ପତ୍ତି ଏହା ଯେ ପ୍ରତିମାସ ଅନୁଭବ ବର୍ଷାଙ୍କୁ ୩୦,୦୦୦ ଭରଣ ପୋଷଣ ପାଇଁ ଦେବେ । କିନ୍ତୁ ଦେଖିବାକୁ ଗଲେ ଅନ୍ୟ ଏକ ନିୟମ ଅନୁଯାୟୀ ବର୍ଷା ନିଜେ ରୋଜଗାର କରିବାକୁ ସକ୍ଷମ ଅଛନ୍ତି । ଆଜିକା ସମୟରେ ଯେଉଁଠି ଅନୁଭବଙ୍କ ପାଖରେ କାମ ନାହିଁ ସେଠାରେ ବର୍ଷାଙ୍କ ପାଖରେ ଭରପୂର କାମ ରହିଛି ।

Leave a Reply

Your email address will not be published. Required fields are marked *