ପ୍ରସିଦ୍ଧ ଫିଲ୍ମ ମେକର କରଣ ଜୌହର ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସୁନ୍ଦର ସିନେମା ର୍ନିମାଣ କରିସାରିଛନ୍ତି। କରଣ ଜୌହରଙ୍କୁ ସିନେମା ପ୍ରସ୍ତୁତ କରିବାର କଳା ନିଜ ବାପା ୟଶ ଜୌହରଙ୍କ ଠାରୁ ମିଳିଥିଲା। ଜଣା ଯାଉଛି କି, ୟଶ ଜୌହର ନିଜ ସମୟର ପ୍ରସିଦ୍ଧ ସିନେମା ପ୍ରତିଷ୍ଠାତା ଅଟନ୍ତି। ତାଙ୍କ ମୃ-ତ୍ୟୁପର ଠାରୁ ହିଁ କାମର ଦାୟିତ୍ଵ କରଣ ଜୌହର ସମ୍ଭାଳୁଛନ୍ତି।
ୟଶ ଜୌହର ବଲିଉଡକୁ ଦୋସ୍ତାନା ଏବଂ ଅଗ୍ନିପଥ ଭଳି ଅନେକ ସୁପରହିଟ ସିନେମା ଦେଇସାରିଛନ୍ତି। ବଲିଉଡରେ ୟଶ ବହୁତ ସାଙ୍ଗ ମଧ୍ୟ କରିଥିଲେ ଏବଂ ଏହା ସହିତ ଶିଳ୍ପ ଜଗତ ସହିତ ମଧ୍ୟ ତାଙ୍କର ସମ୍ପର୍କ ଥିଲା। ବଲିଉଡ ଏବଂ ଅମ୍ବାନୀ ପରିବାରର ସମ୍ପର୍କ ବିଷୟରେ କାହାକୁ ଅଜଣା ନାହିଁ। ଏମିତି ହିଁ ୟଶ ଜୌହର ଏବଂ ଅନିଲ ଅମ୍ବାନୀ ମଧ୍ୟ ବହୁତ ଭଲ ସାଙ୍ଗ ଥିଲେ। ଅନିଲ ଅମ୍ବାନୀ ଏବଂ ୟଶ ଜୌହରଙ୍କ ମଧ୍ୟରେ ବୟସର ବହୁତ ପାର୍ଥକ୍ୟ ଥିଲା, କିନ୍ତୁ ବନ୍ଧୁତାରେ କଣ ବୟସ, ଧର୍ମ ଏବଂ ଜାତିର ଠିକଣା ଥାଏ। ୟଶ ଏବଂ ଅନିଲ ଘନିଷ୍ଠ ବନ୍ଧୁ ଥିଲେ।
ୟଶ ଜୌହର ଏବଂ ଅନିଲ ଅମ୍ବାନୀଙ୍କ ମଧ୍ୟରେ ବନ୍ଧୁତା କେତେ ଭଲ ଥିଲା ଏହି କଥାର ଅନୁମାନ ଆପଣ ଏହି କଥାରୁ ହିଁ କରିପାରିବେ କି, ୟଶ ଜୌହର ନିଜ ମୃ-ତ୍ୟୁ ପୂର୍ବରୁ ଅନିଲ ଅମ୍ବାନୀଙ୍କୁ କିଛି ଏମିତି ଜିନିଷ ଦେଇଥିଲେ ଯାହା ଆଗକୁ ଯିବାପରେ କରଣ ଜୌହରଙ୍କର ବହୁତ କାମରେ ଆସିଥିଲା। ସୂଚନା ଅନୁଯାୟୀ, ୟଶ ଜୌହର ଅନୀଲ ଅମ୍ବାନୀଙ୍କୁ ଗୋଟିଏ ଚିଠି ଦେଇ ଯାଇଥିଲେ। ଆସନ୍ତୁ ଜାଣିବା କି ପରିଶେଷରେ ସେହି ଚିଠିରେ କ’ଣ ଲେଖା ହୋଇଥିଲା।
୬ସେପ୍ଟେମ୍ବର ୧୯୨୯ରେ ପାକିସ୍ଥାନ ଲାହୋରରେ ଜନ୍ମିତ ୟଶ ଜୌହର ୨୬ଜୁନ ୨୦୦୪ ମୁମ୍ବାଇରେ ଶେଷ ନିଃଶ୍ୱାସ ନେଇଥିଲେ।୭୫ ବର୍ଷ ବୟସରେ ସେ ଦୁନିଆକୁ ବିଦାୟ କହି ଯାଇଥିଲେ। ୟଶ ଜୌହର ଅନ୍ତିମ ସଂସ୍କାରର ପୂରା ଦାୟିତ୍ଵ ଅନିଲ ଅମ୍ବାନୀ ହିଁ ସମ୍ଭାଳି ଥିଲେ।
ଯେତେବେଳେ ୟଶ ଜୌହରଙ୍କର ମୃ-ତ୍ୟୁ ହୋଇ ଯାଇଥିଲା, ତ ଏହାପରେ ଅନିଲ ଅମ୍ବାନୀ କରଣ ଜୌହରଙ୍କୁ ଫୋନ କରିଥିଲେ ଏବଂ ତାଙ୍କୁ କିଛି ଦେବାପାଇଁ କହିଥିଲେ। ଏହାପରେ କରଣ କହିଥିଲେ କି ଠିକ ଅଛି, ସେ ତାଙ୍କ ପାଖକୁ ଯିବେ। ଉତ୍ତରରେ ଅନିଲ ଅମ୍ବାନୀ ନିଜେ କରଣଙ୍କ ଘରକୁ ଆସିବାପାଇଁ କହିଥିଲେ। ଅନିଲ, କରଣଙ୍କ ଅଫିସରେ ପହଁଞ୍ଚିଥିଲେ ଏବଂ ତାଙ୍କୁ ସେଇ ଚିଠିଟି ଦେଇଥିଲେ ଯାହା ଅନିଲଙ୍କୁ ୟଶ ଜୌହର ଦେଇଥିଲେ। ଅନିଲ ଚିଠିଟି ଦେବା ସମୟରେ କରଣଙ୍କୁ କହିଥିଲେ କି, ଏହି ଚିଠିଟି ତୁମ ବାପା ମୋତେ ଦେଇଥିଲେ। ତାଙ୍କର କହିବାର ଥିଲାକି, ଠିକ ସମୟ ଆସିବା ପରେ ଏଇଟା କରଣଙ୍କୁ ଦେଇଦେବ।
କରଣଙ୍କ ମୁତାବକ, ଚିଠିରେ କାମ-କାର୍ଯ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ଜମା ଥିଲା। ଚିଠିରେ ୟଶ ଜୌହରଙ୍କ ପୂରା ବ୍ୟବସାୟର ସୂଚନା ମଧ୍ୟ ଜମା ଥିଲା। ଟଙ୍କା ହିସାବ-କିତାବର ବିବରଣୀ ମଧ୍ୟ ଦିଆଯାଇଥିଲା। କାହାଠାରୁ କେତେ ଟଙ୍କା ନେବାର ଅଛି, କାହାକୁ କେତେ ଟଙ୍କା ଦେବାର ଅଛି, ତାଙ୍କର ବ୍ୟାଙ୍କଖାତା କେଉଁ-କେଉଁଠାରେ ଅଛି, କାମ କାର୍ଯ୍ୟ ସମ୍ବନ୍ଧିତ ସମସ୍ତ ସୂଚନା ସେଥିରେ ଉପଲବ୍ଧ ଥିଲା। କରଣ କହିଥିଲେ କି, ବାପାଙ୍କ ଚିଠି ତାଙ୍କୁ ତାଙ୍କ କାମ ସମ୍ଭାଳିବାରେ ବହୁତ ସାହାଯ୍ୟ କରିଥିଲା। ଜଣା ଯାଉଛି କି, ଏହି ପୂରା କଥାକୁ କରଣ ଜୌହର ନିଜ ଜୀବନୀ An Unsuitable Boy ରେ ସ୍ଥାନିତ କରିଛନ୍ତି। କରଣ ଜୌହର ଅନିଲ ଅମ୍ବାନୀଙ୍କୁ ନିଜର ବଡ଼ ଭାଇ ଭାବରେ ମାନନ୍ତି।