ଫୁଟ ଡେସ୍କ ; ଥଣ୍ଡାର ପ୍ରଭାବ ଆରମ୍ଭ ହୋଇ ସାରିଲାଣି। ଭରତରେ ପାଖାପାଖି ପ୍ରତ୍ୟେକ କୋଣରେ ଥଣ୍ଡା ଅନୁଭୂତ ହୋଇ ସାରିଲାଣି। ତାପମାନ ତିବ୍ରରେ ତଳକୁ ଖସୁଛି। ଏହା ମଧ୍ୟରେ ଚର୍ତୁପାର୍ଶ୍ବରେ କୋରୋନା ବ୍ୟାପି ଚାଲିଛି। ଲୋକମାନଙ୍କୁ ନିଜର ଇମ୍ୟୁନିଟିର ଧ୍ୟାନ ରଖିବା ବହୁତ ଜରୁରୀ ଅଟେ। ଏମିତିରେ ମଧ୍ୟ ପ୍ରକୃତି ଲୋକମାନଙ୍କର ଧ୍ୟାନ ରଖିବା ପାଇଁ କେତେକ ଜିନିଷ ଉତ୍ପାଦନ କରିଥାଏ। ଥଣ୍ଡା ଦିନେ ଗୁଡ ବହୁୁତ ମିଳିଥାଏ। ଆଖୁ ରଶରେ ବନା ହୋଇଥିବା ଏହି ଗୁଡରେ ହୋଇଥିବା ବହୁତ ଜିନିଷ ଥଣ୍ଡା ଦିନରେ ବହୁତ ଖିଆ ଯାଇଥାଏ। ଆଜି ଆମେ ଆପଣଙ୍କୁ ଗୁଡରେ ତିଆରି ହୋଇଥିବା ଏକ ଚଟଣୀ ବିଷୟରେ କହିବୁ ଯାହାକୁ ଥଣ୍ଡା ଦିନେ ପିଇବା ଦ୍ବାରା ଶରୀର ଭିତରୁ ଗରମ ରହିଥାଏ।
ଥଣ୍ଡା ଦିନରେ ଗୁଡ ଖାଇବା ଦ୍ବାରା ବହୁତ ଲାଭ ହୋଇଥାଏ। ଲୋକ ଗୁଡର କ୍ରେବିଙ୍ଗିସ ଶାନ୍ତ କରିବା ପାଇଁ ଗୁଡର ବ୍ୟବହାର କରିଥାନ୍ତି। କେତେ ଲୋକ ଖାଇବା ଖାଇ ସାରିବା ପରେ ଗୁଡ ଖାଇଥାନ୍ତି।
କିନ୍ତୁ ଏହା ନୁହେଁ କି ଆପଣ ଖାଲି ଗୁଡକୁ ଗୋଟିଏ ପ୍ରଣାଳୀରେ ଖାଅନ୍ତୁ। ଏହାକୁ ଖାଇବା ପାଇଁ ଆପଣ ଗୁଡରେ ବିଭିନ୍ନ ପ୍ରକାରର ରେସିପି ବନେଇ ଖାଇ ପାରିବେ। ଏହା ମଧ୍ୟରୁ ଗୋଟିଏ ହେଉଛି ଗୁଡର ଖଟା ମିଠା ଚଟଣୀ। ଗୁଡ ନେଚ୍ୟୁରଲ ସ୍ବିଟନର ଅଟେ , ଏହାର ଚଟଣୀ ବହୁତ ସ୍ବାଦିଷ୍ଟ ହୋଇଥାଏ।
ଏହି ଗୁଡର ଚଟଣୀ ବନେଇବା ପାଇଁ ସର୍ବ ପ୍ରଥମେ ତେନ୍ତୁଳିକୁ ପାଣିରେ ଓଦା କରି ରଖନ୍ତୁ। ଏହାର ଏକ ଘଣ୍ଟା ପରେ ସେହି ତେନ୍ତୁଳିକୁ ଦଳି ତାର ମଞ୍ଜି ସବୁ ବାହାର କରି , ତାର ରଶ ଅଲଗା ରଖନ୍ତୁ।
ଏବେ ଗ୍ୟାସରେ କଡାଇ ବସାଇ ସେଥିରେ ତେନ୍ତୁୁଳିର ରଶ ଢାଳି ଦିଅନ୍ତୁ। ଏବେ ଏଥିରେ ଗୁଡ ମିଶାଇ ଦିଅନ୍ତୁ। ଏହାକୁ ଲଗାତାର ଗୋଳାନ୍ତୁ ଯେପରି ଗୁଡ ନଲାଗିବ। ଗୁଡକୁ ତେନ୍ତୁଳି ରଶ ସହ ଭଲ ଭାବରେ ମିଶାଇ ଦିଅନ୍ତୁ।
ଯେତେବେଳେ ଏହା ମିଶି ଯିବ ସେତେବେଳେ ସେଥିରେ ଜିରା ପାଉଡର , ଗରମ ମସଲା , ସୁଣ୍ଠି , ପାନ ମଧୁରୀ, ଲଙ୍କାଗୁଣ୍ଡ , କଳା ଲୁଣ ଏବଂ ଲୁଣ ପକାଇ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ।
ସବୁ ମସଲା ପକାଇ ସାରିବା ପରେ ଏହାକୁ ନ ଘୋଡାଇ ୧୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହାକୁ ମଝିରେ ମଝିରେ ଗୋଳାଉ ଥିବେ। ଯଦି ଆପଣ ଚାହିଁବେ ତାହେଲେ ଏଥିରେ ଆପଣ ମଗଜ ମଞ୍ଜି ପକାଇ ପାରିବେ। ଏହା ଅପସନାଲ ଅଟେ।
ଦଶ ରୁ ପନ୍ଦର ମିନିଟରେ ଆପଣଙ୍କ ଗୁଡର ଚଟପଟୀ ଚଟଣୀ ହୋଇଯିବ। ଆପଣ ଏହି ଗୁଡର ଚଟଣୀକୁ ବହୁତ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖି ପାରିବେ। ଏହାକୁ ଚାଟ ଠାରୁ ଆରମ୍ଭ କରି କେତେକ ଡିସରେ ବ୍ୟବହାର କରାଯାଇ ପାରିବ।